Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ନବୀନ ନିବାସରେ ବିଜେପି ଟିମର ଧାରଣା

ଭୁବନେଶ୍ୱର(ଓଡ଼ିଶା ୱେୟାର) : ବିଜେପି ପ୍ରାର୍ଥୀ ଡାକ୍ତର ଭୂଦାନ ମୁର୍ମୁ ଗତ ଛଅ ମାସ ହେଲା ନିଜ ପଦବୀରୁ ଇସ୍ତଫା ଦେଇଥିବା ବେଳେ ସରକାର ଏଯାଏଁ ତାଙ୍କ ଇସ୍ତଫା ଗ୍ରହଣ କରୁନାହାନ୍ତି। ଫଳରେ ସେ ଏଥର ପ୍ରାର୍ଥୀ ହୋଇ ପାରିବେ ନାହିଁ | ଏଣୁ ବିଜେପିର ଏକ ଟିମ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଖକୁ ଯାଇ ଫେରାଦ ଦେଇଛନ୍ତି ଏବଂ ଆମ ଡାକ୍ତରଙ୍କ ଇସ୍ତଫାକୁ ଗ୍ରହଣ କର ବୋଲି କହିଛନ୍ତି | ତେବେ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ କୌଣସି ପ୍ରତିକ୍ରିୟା ଦେଉନଥିବା ବେଳେ ସେ ଧାରଣାରେ ବସିଥିବାର ଦେଖିବାକୁ ମିଳୁଛନ୍ତି | ତାଙ୍କ ଦାବୀ ପୁରଣ ନ ହେଲେ ସେ ଆଗକୁ ଆହୁରି ଧାରଣା ଦେଇ ବସିବେ ବୋଲି ସୂଚନା ମିଳିଛି |
ସୂଚନାନୁଯାୟୀ, ବିଜେପିର ସାରସକଣାର ଆଶାୟୀ ପ୍ରାର୍ଥୀ ଡା.ମୁର୍ମୁଙ୍କ ଗଣତାନ୍ତ୍ରିକ ଅଧିକାରରୁ ରାଜ୍ୟ ସରକାର ବଞ୍ଚିତ କରୁଥିବା ଦଳ ଅଭିଯୋଗ କରିଛି । ନାମାଙ୍କନ ଭରିବାରକୁ ଆଉ ଅଳ୍ପ ଦିନ ଥିବାବେଳେ ଏ ଯାଏଁ ତାଙ୍କର ଇସ୍ତଫା ପତ୍ରକୁ ସରକାର ଗ୍ରହଣ କରୁ ନାହାଁନ୍ତି । ଯାହାକୁ ନେଇ ଆଜି ଡା.ମୁର୍ମୁ ବିଜେପି ଉପସଭାପତି ସମୀର ମହାନ୍ତି ଓ ଲେଖାଶ୍ରୀ ମହାନ୍ତିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ ଦେଇଛନ୍ତି ।ଉଲ୍ଲେଖନୀୟ, ଭୂଦାନଙ୍କ ଦୀର୍ଘ ୬ ମାସ ହେବ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ଅକ୍ଟୋବର ୪, ୨୦୧୮ରେ ଇସ୍ତଫା ଦେଇଛନ୍ତି। ଏଥିପାଇଁ ଆବଶ୍ୟକ କାଗଜପତ୍ର ମଧ୍ୟ ଦେଇଛନ୍ତି । ଏହା ସହିତ ଗତ ଜାନୁୟାରୀ ୧୬ରେ ଭିଜିଲାନ୍ସ କ୍ଲିଅରାନ୍ସ ମଧ୍ୟ ପ୍ରଦାନ କରିଛନ୍ତି । କିନ୍ତୁ ଏ ଯାଏଁ ତାଙ୍କର ଇସ୍ତଫା ପତ୍ର ଗ୍ରହଣ ହୋଇଛି କି ନାହିଁ ଜାଣିପାରୁ ନାହାଁନ୍ତି। ବାରମ୍ବାର କହିବା ପରେ ମଧ୍ୟ ତାଙ୍କୁ କୌଣସି ସୂଚନା ଦିଆଯାଉ ନାହିଁ । ସେପଟେ ତାଙ୍କୁ ବିଜେପି ସାରସକଣାର ପ୍ରାର୍ଥୀ ଘୋଷଣା କରିଛି । ନାମାଙ୍କନ ଦାଖଲ କରିବାକୁ ଆଉ ଅଳ୍ପ ଦିନ ବାକି ରହିଛି । ତେଣୁ ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top