Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ନାବାଳିକା ଦୁଷ୍କର୍ମ ଅଭିଯୋଗ ମାମଲା: ଅଡ଼ୁଆରେ ପୁଲିସ୍‌

ଭୁବନେଶ୍ୱର(ଓଡ଼ିଶା ୱେୟାର):): ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ହାଇକୋର୍ଟ ଗତକାଲି କଡ଼ା ଆଭିମୁଖ୍ୟ ପୋଷଣ କରିବା ପରେ ଆଜି ପୁଲିସ୍ ବିଭାଗରେ ଏନେଇ ଅଧିକ ଖୋଳତାଡ଼ ଆରମ୍ଭ ହୋଇଥିବା ଜଣାପଡ଼ିଛି । ତଦନ୍ତର ଅଗ୍ରଗତିକୁ ନେଇ ପୁଲିସ ଡିଜି ଅଭୟଙ୍କ ଉପରେ ହାଇକୋର୍ଟ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ଡିସେମ୍ବର ୧୬ତାରିଖର ଡେଡଲାଇନ୍ ଦେଇଥିବାରୁ ପୁଲିସ୍ ଏବେ ଚିନ୍ତାରେ ପଡ଼ିଛି । ଦୁଷ୍କର୍ମ ଅଭିଯୋଗର ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇନଥିବା କ୍ରାଇମବ୍ରାଂଚ ଟିମ୍ ଏହି ଘଟଣାରେ ନିଜ ଉପରୁ ଦୋଷ ଛଡ଼ାଇବା ସହ ବିଶ୍ୱସନୀୟତା ବଜାୟ ରଖିବା ନିମନ୍ତେ ବାସ୍ତବ ସତ୍ୟ ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରାଇପାରେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।
ରାଜ୍ୟ ପୁଲିସ ମୁଖ୍ୟାଳୟରୁ ଏହି ନାବାଳିକା ଦୁଷ୍କର୍ମ ଅଭିଯୋଗ ଘଟଣା ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ, ଅଭିଯୋଗକୁ ଯେଉଁଭଳି ଢଙ୍ଗରେ ପରିଚାଳନା କରାଯାଇଛି ଓ ତା’ର ତଦନ୍ତ ହୋଇଛି ତାହା ବରିଷ୍ଠ ପୁଲିସ୍ ଅଧିକାରୀମାନଙ୍କୁ ମଧ୍ୟ କ୍ଷୁବ୍ଧ କରିଛି । ଗଣଦୁଷ୍କର୍ମ ଅଭିଯୋଗକାରିଣୀ ଓ ଦୁଷ୍କର୍ମ ପୀଡ଼ିତାଙ୍କ ବୟାନରେ ତାଳମେଳ ରହୁନଥିବା ଓ ବାରମ୍ବାର ବୟାନ ବଦଳାଇବା ହିଁ କ୍ରାଇମବ୍ରାଂଚକୁ ଅଡ଼ୁଆରେ ପକାଇଛି । ଏହି ଦୁଷ୍କର୍ମ ଅଭିଯୋଗକୁ ଆଧାର କରି ତୁମ୍ବିଂତୋଫାନ କରିବାକୁ ପ୍ରୟାସ ହୋଇଛି । ତେବେ ପୁଲିସର ପ୍ରାଥମିକ ତଦନ୍ତ ଓ କ୍ରାଇମବ୍ରାଂଚ ତଦନ୍ତକୁ ଆଧାର କରି ପୁଲିସ ଡିଜିଙ୍କ ପକ୍ଷରୁ ହାଇକୋର୍ଟରେ ଯେଉଁ ଷ୍ଟାଟର୍ସ ରିପୋର୍ଟ ଦାଖଲ କରାଯାଇଥିଲା ସେଥିରେ ଅଭିଯୋଗକାରିଣୀ ଓ ପୀଡ଼ିତାଙ୍କ ବୟାନରେ ତାଳମେଳ ରହୁନଥିବା ପୁଲିସ ଅନୁଭବ କରିଛି । ସିଆରପିସିର ଧାରା ୧୬୧ରେ ଉଭୟ ଅଭିଯୋଗକାରିଣୀ ଓ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲେ । ପରର୍ତ୍ତୀ ସମୟରେ ସିଆରପିସିର ୧୬୧ ଓ ୧୬୪ରେ ଉଭୟଙ୍କ ବୟାନ ରେକର୍ଡ କରାଯାଇଥିଲା । କିନ୍ତୁ ଉଭୟଙ୍କ ବୟାନରେ ତାଳମେଳ ରହିନଥିବା ଓ କେତେକ ସିଦ୍ଧାନ୍ତମୂଳକ ପ୍ରସଙ୍ଗରେ ମଧ୍ୟ ବୟାନ ଅସ୍ପଷ୍ଟ ଥିବା ପୁଲିସ ଜାଣିବାକୁ ପାଇଛି । ଏପରିକି ପୀଡ଼ିତା ଏତଲାରେ ପ୍ରଥମେ କେତେକ ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ କରିଥିବାବେଳେ ପରବର୍ତ୍ତୀ ସମୟରେ ଦେଇଥିବା ବୟାନରେ ଆଉ କେତେକ ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ କରିଥିଲେ । ଅକ୍ଟୋବର ୧୩ ଓ ୨୮ତାରିଖରେ ଧାରା-୧୬୧ ବୟାନରେ ପୀଡ଼ିତାଙ୍କ ବୟାନ ରେକର୍ଡ ହୋଇଥିବାବେଳେ ସେ ଆଉ କେତେକଙ୍କ ନାଁ ଉଲ୍ଲେଖ କରିଥିଲେ । ଅନ୍ୟପକ୍ଷରେ ଏତଲାରେ ରହିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଯେଉଁମାନଙ୍କର ପଲିଗ୍ରାଫ ଟେଷ୍ଟ ପୁଲିସ କରିଥିଲା ସେମାନଙ୍କର ବୟାନରେ କିଛି ବିଭ୍ରାନ୍ତିକର ପ୍ରତିକ୍ରିୟା ନଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ତେଣୁ ଏଭଳି ସ୍ଥିତି ତଦନ୍ତ ପ୍ରକ୍ରିୟାରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ଅଧିକ ଦୃଢ଼ ପ୍ରମାଣ ସଂଗ୍ରହ ପାଇଁ ଘଟଣାର ତଦନ୍ତ ଚାଲିଛି ଓ ସିଦ୍ଧାନ୍ତରେ ପହଂଚିବା ପାଇଁ ଆଉ କିଛି ସମୟ ଲାଗିବ ବୋଲି ଡିଜିଙ୍କ ସତ୍ୟପାଠରେ ଉଲ୍ଲେଖ ଥିବା ସୂଚନା ମିଳିଛି ।
ତେଣୁ ପ୍ରଶ୍ନ ଉଠୁଛି, ଅଭିଯୋଗକାରିଣୀ ଓ ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ମୋଟ ୭ଜଣ ଅଭିଯୁକ୍ତ (୨ଜଣ ଗଣମାଧ୍ୟମ ସଂସ୍ଥାର କର୍ମଚାରୀ, ୨ଜଣ ସିକ୍ୟୁରିଟି ଗାର୍ଡ, ଜଣେ ପୁଲିସ କର୍ମଚାରୀ ଓ ୨ଜଣ ସହଯୋଗୀ) ଥିବାବେଳେ କ୍ରାଇମବ୍ରାଂଚ ଟିମ୍ ସମସ୍ତଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇଛି ତ? ଯଦି ଅଭିଯୁକ୍ତମାନଙ୍କର ବୟାନରେ ତାଳମେଳ ରହୁଛି ତା’ହେଲେ ଅଭିଯୋଗକାରିଣୀ ଓ ପୀଡ଼ିତା କାହିଁକି ବାରମ୍ବାର ବୟାନ ବଦଳାଉଛନ୍ତି । ଏହାପଛର କ’ଣ ରହସ୍ୟ ରହିଛି? ଅଭିଯୋଗର ବାସ୍ତବତା ଓ ସ୍ଥିତି ସମ୍ପର୍କରେ ସଚେତନ ରହି ମଧ୍ୟ ପୁଲିସ କାହିଁକି ସ୍ପଷ୍ଟ ତଥ୍ୟ ରଖିବାକୁ କୁଣ୍ଠାବୋଧ କରୁଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top