Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଦେଶ- ବିଦେଶ

ନିତି ଆୟୋଗ ବୈଠକ: ସ୍ପେଶାଲ ଫୋକସ୍ ଷ୍ଟେଟ୍ ଦାବି ଉଠାଇଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ୱେୟାର): ନିତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଓଡ଼ିଶା ପୁଣିଥରେ ‘ସ୍ପେଶାଲ କାଟାଗୋରୀ ଷ୍ଟାଟସ୍’ ଓ ‘ସ୍ପେଶାଲ ଫୋକସ୍ ଷ୍ଟେଟ୍ ’ପ୍ରସଙ୍ଗ ଉଠାଇଛି। ଏହାସହିତ ଦେଶରେ ଏକକାଳୀନ ନିର୍ବାଚନ, ମହିଳାଙ୍କ ସଶକ୍ତିକରଣ, ସମସ୍ତ ହିତାଧିକାରୀକେନ୍ଦ୍ରିତ ଯୋଜନାଗୁଡ଼ିକର ବିସ୍ତୃତ ସର୍ଭେ ଓ ଜଳସେଚନର ସଦୁପଯୋଗ ମାଧ୍ୟମରେ ଦ୍ୱିତୀୟ ସବୁଜ ବିପ୍ଲବ ନିମନ୍ତେ ଓଡ଼ିଶା ପରାମର୍ଶ ଦେଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଫୋନି ବାତ୍ୟା ଯୋଗୁ ଓଡ଼ଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେଣୁ ପ୍ରାକୃତିକ ବିପର୍ଯ୍ୟୟକୁ ମାନଦଣ୍ଡ ଭାବେ ଗ୍ରହଣ କରି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ସେ ଦାବି ଜଣାଇଛନ୍ତି। ଏହାସହିତ ଯେଉଁ ରାଜ୍ୟଗୁଡ଼ିକ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ନିର୍ଦ୍ଦିଷ୍ଟ ଅବଧି ପାଇଁ ‘ସ୍ପେଶାଲ ଫୋକସ୍ ଷ୍ଟେଟ୍ ’ ମାନ୍ୟତା ସହ ଆର୍ଥିକ ସହାୟତା ଦିଆଯାଉ। ସେହିପରି ପିଏମ-କିଷାନ ଯୋଜନାରେ ଭୁୂମିହୀନ ଚାଷୀ ପରିବାର ଓ ଭାଗଚାଷୀଙ୍କୁ ସାମିଲ କରିବା ପାଇଁ ଓଡ଼ିଶା ପ୍ରସ୍ତାବ ଦେବା ସହ ୨୦୧୯ ଏପ୍ରିଲ ସୁଦ୍ଧା ଅସମାପ୍ତ ଥିବା ସମସ୍ତ ଜଳସେଚନ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ସାମିଲ କରିବା, କନ୍ଧମାଳ,ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ରେଳ ମାର୍ଗ ସଂଯୋଗ ପାଇଁ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା, ବ୍ୟାଙ୍କ ନଥିବା ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସୁବିଧା, ଭାରତନେଟ୍ ପ୍ରକଳ୍ପକୁ ଦ୍ରୁତ ଗତିରେ କାର୍ଯ୍ୟକାରୀ ଓ କୋଇଲା ରୟାଲିଟିକୁ ୧୪ରୁ ୨୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।
ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାର ସଫଳତା ସମ୍ପର୍କରେ ଆଲୋକପାତ କରି କହିଛନ୍ତି ଯେ ଦରିଦ୍ର ରାଜ୍ୟ ଭାବେ ପରିଗଣିତ ହେଉଥିବା ଓଡ଼ିଶା ଏକ ଦଶନ୍ଦି ମଧ୍ୟରେ ଦେଶରେ ସର୍ବାଧିକ ଦାରିଦ୍ର‌୍ୟ ହ୍ରାସକାରୀ ରାଜ୍ୟ ପାଲଟିଛି । ଧାନ ଓ ଚାଉଳରେ ଅଭାବୀ ରାଜ୍ୟ ଥିବା ଓଡ଼ିଶା ଏବେ ବଳକା ରାଜ୍ୟ ପାଲଟିଛି ତଥା କେନ୍ଦ୍ରୀୟ ପୁଲକୁ ସର୍ବାଧିକ ଯୋଗଦାନ ଦେଉଛି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ବିଶ୍ୱସ୍ତରୀୟ ମାନଦଣ୍ଡ ନିର୍ଦ୍ଧାରଣ କରିପାରିଛି ବୋଲି ସେ କହିଛନ୍ତି ।
ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସମେତ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top