ଭୁବନେଶ୍ୱର(ଓଡ଼ିଶା ୱେୟାର) : ରାଜ୍ୟ ଓ ରାଜ୍ୟ ବାହାରେ ସାଧାରଣ ନିର୍ବାଚନ ଲାଗି ତାତି ଥିବା ବେଳେ ଏବେ କେତେକ ବିଧାଯକ ଓ ସାଂସଦ ମାନେ ଦୟଲ ବଦଳ କରୁଥିବା ବେଳେ କେତେକ ଦଳରେ ସାମିଲ ହେଉନାହାନ୍ତି ବା ଦଳରୁ ଓହରି ଯାଉଛନ୍ତି | ତେବେ ଏହି କ୍ରମରେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ଢିଅ ପ୍ରୀତିନନ୍ଦା ରାଉତରାୟ ନିର୍ବାଚନରୁ ଓହରି ଥିବାର ସୂଚନା ମିଳିଛି | ସେ ବିଜେଡି ଛାଡ଼ି ସ୍ୱାଧୀନ ପ୍ରାର୍ଥୀ ଭାବେ ଭୁବନେଶ୍ୱର ଉତ୍ତର ଆସନରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ସ୍ୱାଧୀନ ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନୀ ଚିହ୍ନ ମିଳିବାରେ ବିଳମ୍ବ ହେବାରୁ କମ୍ ସମୟ ମଧ୍ୟରେ ନୂଆ ଚିହ୍ନ ନେଇ ଲୋକଙ୍କ ନିକଟରେ ପହଞ୍ଚି ହେବ ନାହିଁ ବୋଲି କହିଛନ୍ତି ପ୍ରୀତିନନ୍ଦା । ନୂଆ ଚିହ୍ନରେ ପ୍ରଚାରପତ୍ର ଛପେଇ ମାତ୍ର ୮ରୁ ୯ ଦିନ ମଧ୍ୟରେ ନିର୍ବାଚନମଣ୍ଡଳୀର ସମସ୍ତ ଅଞ୍ଚଳରେ ନୂଆ ଚିହ୍ନକୁ ସଫଳତାର ସହ ପହଞ୍ଚାଇବା ସମ୍ଭବ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି । ନିଜର ସମର୍ଥକଙ୍କ ସହ ଆଲୋଚନା କରି ସେ ଏହି ନିଷ୍ପତ୍ତି ନେଇଥିବା କହିବା ସହ ସମସ୍ତଙ୍କ ସମର୍ଥନ ଓ ଆଶୀର୍ବାଦ ପାଇଁ କୃତଜ୍ଞ ରହିବି ବୋଲି ପ୍ରୀତିନନ୍ଦା କହିଛନ୍ତି ।


