Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ନିର୍ବାଚନ ଜିତିଲେ ବିନେଶ ଫୋଗଟ୍‌

ହରିୟାଣା ୨୦୨୪ ବିଧାନସଭା ନିର୍ବାଚନର ଜିନ୍ଦ ଜିଲାର ହଟ୍‌ ସିଟ୍‌ ମଧ୍ୟରେ ରହିଥିବା ଜୁଲାନ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଟିକେଟରେ ଲଢ଼ୁଥିବା ବିବାଦୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗଟ୍‌ ବିଜୟୀ ହୋଇଛନ୍ତି। ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ଥିଲେ ବି ନିଜର ପ୍ରଥମ ନିର୍ବାଚନରେ ବିଜେପି ପ୍ରତିଦ୍ୱନ୍ଦ୍ୱୀ ଯୋଗେଶ ବୈରାଗୀଙ୍କୁ ୬,୦୧୫ ଭୋଟ ବ୍ୟବଧାନରେ ଭୋଟରେ ପରାଜିତ କରିଛନ୍ତି କୁସ୍ତି ଯୋଦ୍ଧା ବିନେଶ ଫୋଗଟ୍‌।ଏଥିସହ ଦଳ ୧୯ ବର୍ଷ ପରେ ପ୍ରଥମ ଥର ଲାଗି ଏହି ଆସନରେ ଜିତି ଇତିହାସ ରଚିଛି। ଶେଷଥର ଲାଗି ଦଳ ୨୦୦୫ରେ ଜିତିଥିଲା।

ଜିନ୍ଦ ଜିଲା ଅନ୍ତର୍ଗତ ୫ ବିଧାନସଭା ଆସନ ରହିଛି। ସମସ୍ତ ଆସନରେ ପ୍ରାୟ ୬୬.୦୨ ପ୍ରତିଶତ ମତଦାନ ହୋଇଥିଲା। ଗଣନା ଆରମ୍ଭ ହେବାବେଳେ ଫୋଗେଟ୍ ପ୍ରଥମେ ଆଗୁଆ ରହିଥିଲେ। ପରବର୍ତ୍ତୀ ପ୍ରକ୍ରିୟା ଜାରି ରହିଥିବା ବେଳେ ଗୋଟିଏ ସମୟରେ ସେ ପଛରେ ପଡ଼ିଗଲେ। କିଛି ସମୟ ବ୍ୟବଧାନରେ ସେ ପୁନର୍ବାର ଆଗରରେ ରହି ବିଜୟ ହାତେଇବାରେ ସଫଳ ରହିଛନ୍ତି।ଅନ୍ୟପଟେ ବିନେଶ ଫୋଗଟଙ୍କ ବିଜୟରେ ପରେ କେସିଆରଗଞ୍ଜର ପୂର୍ବ ବିଜେପି ବିଧାୟକ ବ୍ରିଜଭୂଷଣ ଶରଣ ସିଂଙ୍କ କହିଛନ୍ତି ବିନେଶ ଫୋଗଟଙ୍କ ବିଜୟ ହୋଇଛି କିନ୍ତୁ ସେ ଯେଉଁଠି ବି ପାଦ ରଖନ୍ତି, ତାହା ନଷ୍ଟ ହୋଇଯାଏ।

ବିନେଶ ଯୁଆଡେ ବି ଯାଆନ୍ତି ସେଠାରେ ସମ୍ପୂର୍ଣ୍ଣ ବିନାଶ ହୋଇଯାଏ ଏବଂ ଭବିଷ୍ୟତରେ ସମ୍ପୂର୍ଣ୍ଣ ବିନାଶ ହେବ ଏବଂ କିଛି ବାକି ନାହିଁ । ଆପଣ ଦେଖନ୍ତୁ, ସେ କଂଗ୍ରେସକୁ ଗଲେ ହେଲେ କଂଗ୍ରେସର ସତ୍ୟାନାଶ ହୋଇଗଲା। ଏକଜିଟ ପୋଲ ଦର୍ଶାଉଥିଲା ଯେ କଂଗ୍ରେସ ସରକାର ଗଠନ ହେବ କିନ୍ତୁ ହରିୟାଣାରେ ଏକଜିଟ ପୋଲ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଛି ଏବଂ ବର୍ତ୍ତମାନ ସେଠାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବାକୁ ଯାଉଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top