Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କୁ ବିକାଶର ନଗ୍ନ ଚିତ୍ର ଦେଖାଇଲେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ

ଭୁବନେଶ୍ୱର(ଓଡ଼ିଶା ୱେୟାର):କଳାହାଣ୍ଡି, ସୁନ୍ଦରଗଡ଼ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଗସ୍ତରେ ଯାଇ ୨୩୩୭.୧୫କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି । ନୂଆପଡ଼ାରେ ବିକାଶର ନୂଆ ଅଧ୍ୟାୟ ଲେଖାଗଲା ବୋଲି ଦିନତମାମ ସରକାରଙ୍କ ପକ୍ଷରୁ ଡିଣ୍ଡିମ ପିଟା ଯାଉଥିବାବେଳେ ୨୧ବର୍ଷ ଧରି ବିଜେଡି କ୍ଷମତାରେ ଥାଇ ମଧ୍ୟ ନୂଆପଡ଼ା ଜିଲ୍ଲାରେ ବିକାଶର ନଗ୍ନ ଚିତ୍ର ପ୍ରତି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବାକୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ରାଜେନ୍ଦ୍ର ଢ଼ୋଲକିଆ ପଛାଇ ନାହାନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ଆଜି ନୂଆପଡ଼ା ଜିଲ୍ଲା ପାଇଁ ମାତ୍ର ୨୩୩୭.୧୫କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା ପରେ ମଧ୍ୟ ସେହି ସଭାମଂଚରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଏକମାତ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନୂଆପଡ଼ାବାସୀଙ୍କୁ ୪ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦିଆଗଲା ବୋଲି କହିଥିଲେ । କେବଳ ସେତିକି ନୁହେଁ ଜଳସେଚନ ଓ ପାନୀୟ ଜଳର ଦୁଇଟି ବୃହତ୍ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ ମଧ୍ୟ ନୂଆପଡ଼ାରେ ଉପସ୍ଥିତ ଥିବା ଦୁଇ ବିଭାଗୀୟ ମନ୍ତ୍ରୀଙ୍କୁ ପଦେ କହିବାର ବି ସୁଯୋଗ ମିଳିନଥିଲା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତ କାର୍ଯ୍ୟକ୍ରମରୁ ଫାଇଦା ନେବା ପାଇଁ ଶାସକ ବିଜେଡି ପକ୍ଷରୁ ଆଜି ଜିଲ୍ଲାର ବିଭିନ୍ନ ପଂଚାୟତ ଓ ବଲାଙ୍ଗିରର ୩ଟି ବ୍ଲକରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଦଳୀୟ ବିଧାୟକ ଓ ମନ୍ତ୍ରୀ ନେତାମାନଙ୍କୁ ବ୍ଲକ ଆବଣ୍ଟନ କରାଯିବା ସହ ସେଠାରେ ଏଲଇଡି ମାଧ୍ୟମରେ ଶାସକ ଦଳର ମାଲିକାନାରେ ଥିବା ଟିଭି ଚ୍ୟାନେଲ ଦ୍ୱାରା ହେଉଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ପ୍ରଦର୍ଶିତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତରେ ଯାଇ ପ୍ରାୟ ୧୯୬୦କୋଟି ଟଙ୍କାର ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଉଦଘାଟନ କରିଥିଲେ ମଧ୍ୟ ବିଭାଗୀୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ନୂଆପଡ଼ାରେ ଉପସ୍ଥିତ ଥାଇ ବି ଅଲୋଡ଼ା ରହିଥିଲେ । ସେହିପରି ୩୩୪କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ, ମାତ୍ର ପଂଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ନୂଆପଡ଼ାରେ ଥାଇ ମଧ୍ୟ ଅଲୋଡ଼ା ହୋଇଥିଲେ । ଆଉ ମୁଖ୍ୟମନ୍ତ୍ରୀଙ୍କ ସଭାମଂଚରେ ଉଦଘାଟନୀ ଅଭିଭାଷଣ ରଖିଥିବା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଜେଡି ବିଧାୟକ ରାଜେନ୍ଦ୍ର ଢ଼ୋଲକିଆ ନୂଆପଡ଼ା ଜିଲ୍ଲାର ବିକାଶର ନଗ୍ନ ଚିତ୍ରର ଲମ୍ବାଚଉଡ଼ା ତାଲିକା ମୁଖ୍ୟମନ୍ତ୍ରୀଙ୍କ ଆଗରେ ରଖିଥିଲେ । ବିଜେଡି ୨୧ବର୍ଷ ଧରି କ୍ଷମତାରେ ଥାଇ ମଧ୍ୟ ଜିଲ୍ଲାରେ ଆଦିବାସୀ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ କଲେଜ ନଥିବା, ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଶକ୍ତି ମନ୍ତ୍ରୀ ଥାଇ ମଧ୍ୟ ନୂଆପଡ଼ାବାସୀ ଲୋ’ଭୋଲଟେଜ୍ ବିଦ୍ୟୁତ ସମସ୍ୟାରେ ହନ୍ତସନ୍ତ ହେଉଥିବା, ଆଉ ବିଶେଷକରି ଜିଲ୍ଲାର ଚାଷୀ ନିଜର ଧାନକୁ ବିକ୍ରି କରିପାରୁନଥିବା ଭଳି ସଙ୍ଗୀନ ଅଭିଯୋଗ ମାନ ମୁଖ୍ୟମନ୍ତ୍ରୀଙ୍କ ଆଗରେ ରଖିବାକୁ ପଛାଇ ନାହାନ୍ତି । ଶାସକ ଦଳର ବିଧାୟକ ତଥା ନିଜେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଥାଇ ଶ୍ରୀ ଢୋଲକିଆ ଏସବୁ ସମସ୍ୟାକୁ ସଭାମଂଚରେ ରଖି ପରୋକ୍ଷରେ ନିଜର ଅସହାୟତା ପ୍ରକାଶ କରିଛନ୍ତି ।
ସଭାମଂଚରେ ସ୍ୱାଗତ ଅଭିଭାଷଣ ଦେଇ ଶ୍ରୀ ଢୋଲକିଆ କହିଥିଲେ ଯେ, ଟୋକନ୍ ଅକାମୀ ହେବାରୁ ଜିଲ୍ଲାରେ ୫ହଜାର ଚାଷୀ ନିଜ ଧାନ ବିକ୍ରି କରିପାରିନାହାନ୍ତି । ତେଣୁ ସେହି କ୍ଷୁଦ୍ର ଓ ଛୋଟ ଚାଷୀମାନେ ଯେଭଳି ନିଜର ଧାନ ବିକ୍ରି କରିପାରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଆବଶ୍ୟକ ନିର୍ଦ୍ଦେଶ ଦିଅନ୍ତୁ । ଅର୍ଥାତ୍ ପରୋକ୍ଷରେ ଶ୍ରୀ ଢ଼ୋଲକିଆ ସ୍ପଷ୍ଟ କରିଛନ୍ତି ଯେ, ଜିଲ୍ଲାର ଚାଷୀ ନିଜର ଉପାର୍ଜିତ ଧାନକୁ ବିକ୍ରି କରିପାରିନି । ୫ହଜାର କ୍ଷୁଦ୍ର ଓ ଛୋଟ ଚାଷୀ ନିଜ ଧାନ ବିକ୍ରି କରିବାକୁ ହନ୍ତସନ୍ତ ହେଉଛନ୍ତି । ସେହିପରି ଆଦିବାସୀ ପିଲାମାନଙ୍କ ପାଇଁ ଯୁକ୍ତ ଦୁଇ କଲେଜ ବି ନାହିଁ । କେବଳ ନୂଆପଡ଼ାରେ ୧୨୮ଟି ସିଟ୍ ବିଶିଷ୍ଟ ଯୁକ୍ତ ଦୁଇ କଲେଜ ଅଛି, କିନ୍ତୁ ଜିଲ୍ଲାର ହଜାର ହଜାର ପିଲା ପଢ଼ିବାକୁ ଚାହୁଁଥିବାରୁ ସେମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ତେଣୁ ଅନ୍ୟ ୪ଟି ବ୍ଲକରେ ଯୁକ୍ତ ଦୁଇ କଲେଜ ଆଦିବାସୀ ପିଲାଙ୍କ ପାଇଁ ଖୋଲିବା ନିମନ୍ତେ ସେ ଦାବି ଉପସ୍ଥାପନ କରିଛନ୍ତି । ଜିଲ୍ଲାରେ ପିପିପି ମୋଡରେ ମେଡିକାଲ କଲେଜ ଓ ଖଡ଼ିଆଳରେ ବାଇପାସ୍ ନିର୍ମାଣ ଭଳି ଦାବି ରଖିବାକୁ ପଛାଇ ନଥିବା ଶ୍ରୀ ଢୋଲକିଆ ପ୍ରକୃତରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ସଭାମଂଚରେ ଏସବୁ ପ୍ରସ୍ତାବ ରଖି ସରକାରଙ୍କର ଅପାରଗତାକୁ ପଦାରେ ପକାଇଛନ୍ତି । ନୂଆପଡ଼ାରେ ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଫାଇଦା ନେବାକୁ ପ୍ରୟାସ କରୁଥିବା ବିଜେଡି ପାଇଁ ନିଜ ଦଳର ବିଧାୟକଙ୍କ ଏଭଳି ଲମ୍ବାଚଉଡ଼ା ଦାବି ହିଁ ନୂଆପଡ଼ାରେ ବିକାଶର ନଗ୍ନ ଚିତ୍ର ପ୍ରତି ରାଜ୍ୟବାସୀଙ୍କୁ ଅବଗତ କରାଇଥିବା ଚର୍ଚ୍ଚା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top