Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ କରିବେ ମେଗା ଶୋ’

ଭୁବନେଶ୍ୱର(ଓଡ଼ିଶା ୱେୟାର): କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲା ଗସ୍ତର ସଫଳତା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତରେ ଯାଇ ପ୍ରାୟ ୪ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବେ । ଆଗାମୀ ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି କ୍ଷମତାସୀନ ବିଜେଡି ଏବେ ସାଂଗଠନିକ ଦୃଷ୍ଟିରୁ ଦୁର୍ବଳ ଥିବା ଜିଲ୍ଲାରେ ନିଜର ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ କଳାହାଣ୍ଡି ଓ ସୁନ୍ଦରଗଡ଼ରେ ସରକାରୀ ଗସ୍ତ କାର୍ଯ୍ୟକ୍ରମରୁ ରାଜନୀତିକ ଫାଇଦା ନେଇଥିବା ବିଜେଡି ଅନୁରୂପ ଫର୍ମୂଲା ନୂଆପଡ଼ା ଜିଲ୍ଲା ପାଇଁ ଆପଣାଇଛି । ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତବେଳେ ବିଜେଡି ଉଭୟ ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ନିଜର ଶକ୍ତି ପ୍ରଦର୍ଶନ କରିବ । ଦଳର ପ୍ରାୟ ୧୨ମନ୍ତ୍ରୀ, ୪୦ ବିଧାୟକ, ବହୁ ଦଳୀୟ ପଦାଧିକାରୀଙ୍କୁ ନୂଆପଡ଼ାର ୫ଟି ବ୍ଲକ୍ ଓ ବଲାଙ୍ଗିରର ୩ଟି ବ୍ଲକ ଦାୟିତ୍ୱ ଆବଣ୍ଟନ ହୋଇଛି ।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୦ତାରିଖରେ ନୂଆପଡ଼ା ଜିଲ୍ଲାର ଖଡ଼ିଆଳଠାରେ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିବେ । ସେଠାରେ ମୁଖ୍ୟମନ୍ତ୍ରୀ ନୂଆପଡ଼ା ଜିଲ୍ଲାର ସମସ୍ତ ୫ଟି ବ୍ଲକ ଓ ବଲାଙ୍ଗିରର ୩ଟି ବ୍ଲକ ନିମନ୍ତେ ପ୍ରାୟ ୪ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ସରକାରୀ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି । ମୁଖ୍ୟମନ୍ତ୍ରୀ ଏହି ଗସ୍ତ ସମୟରେ ଲୋୟର ଇନ୍ଦ୍ର ଜଳଭଣ୍ଡାରର ଉଦଘାଟନ, ଖଡ଼ିଆଳ, ବୋଡେନ, ବଙ୍ଗମୁଣ୍ଡା,ମୁରିବାହାଲ ଓ ଟିଟିଲାଗଡ଼ ବ୍ଲକକୁ ଜଳସେଚନ ସୁବିଧା, ଜଙ୍କ ଜଳସେଚନ ପ୍ରକଳ୍ପ ସମେତ ପ୍ରାୟ ୪ହଜାର କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖଡ଼ିଆଳରେ ସାଧାରଣ ସଭାକୁ ସମ୍ବୋଧିତ କରିବା ସହ ସେଠାରେ ଏକସଙ୍ଗେ ଏସବୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସରକାରୀସ୍ତରରେ ତତ୍ପରତା ରହିଥିବାବେଳେ ଶାସକ ବିଜେଡି ଏହି ଗସ୍ତବେଳେ ନିଜର ସଂଗଠନକୁ ସୁଦୃଢ଼ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ବଲାଙ୍ଗିରର ୩ଟି ବ୍ଲକ ଯଥା ବଙ୍ଗମୁଣ୍ଡା,ମୁରିବାହଲ ଓ ଟିଟିଲାଗଡ଼ ଦାୟିତ୍ୱରେ ମନ୍ତ୍ରୀ ସୁଶାନ୍ତ ସିଂ ଓ ଟୁକୁନି ସାହୁ ଥିବାବେଳେ ସିନାପାଲି ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କୋମନା ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ପ୍ରତାପ ଜେନା, ନୂଆପଡ଼ା ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ନବକିଶୋର ଦାସ ଥିବାବେଳେ ବୋଡେନ୍ ଓ ଖଡ଼ିଆଳ ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସାଂସଦ ସୁଜିତ୍ କୁମାର ଓ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଓ ପ୍ରତାପ ଦେବ ରହିଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପଦ୍ମନାଭ ବେହେରା, ଅରୁଣ ସାହୁ ଓ ରଘୁନନ୍ଦନ ଦାସ ପ୍ରମୁଖଙ୍କ ସମେତ ୮ଟି ଯାକ ବ୍ଲକ ପାଇଁ ମୋଟ ୪୦ଜଣ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ଏମାନଙ୍କ ବ୍ୟତୀତ ପ୍ରାୟ ୬୦ଜଣ ଦଳୀୟ ପଦାଧିକାରୀଙ୍କୁ ମଧ୍ୟ ଏହି ସବୁ ବ୍ଲକରେ ମୁତୟନ କରାଯିବ । ଏହି ନେତାମାନଙ୍କୁ ମାର୍ଚ୍ଚ ୮ତାରିଖ ରାତିସୁଦ୍ଧା ଖଡ଼ିଆଳ ଓ କଣ୍ଟାବାଞ୍ଜିରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।
୨୦୧୭ ପଂଚାୟତ ନିର୍ବାଚନରେ ଦଳ ଖରାପ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକୁ ଏବେ ଫୋକସରେ ରଖି ଏସବୁ କାର୍ଯ୍ୟକ୍ରମ ହାତକୁ ନେଇଛି । ଗତ ପଂଚାୟତ ନିର୍ବାଚନରେ କଳାହାଣ୍ଡି, ସୁନ୍ଦରଗଡ଼ ଭଳି ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ଦଳ ଖରାପ ପ୍ରଦର୍ଶନ କରିଥିଲା । ସାଧାରଣ ନିର୍ବାଚନରେ ମଧ୍ୟ ଦଳର ପ୍ରଦର୍ଶନ ଏହି ଜିଲ୍ଲାରେ ଅନ୍ୟ ସ୍ଥାନଗୁଡ଼ିକ ଭଳି ଉତ୍ସାହଜନକ ରହିନି । ତେଣୁ ଆସନ୍ତା ପଂଚାୟତ ନିର୍ବାଚନ ପୂର୍ବରୁ ଦଳ ସେଠାରେ ଗାଁ ଗହଳିକୁ ଯାଇ ଲୋକଙ୍କ ସହ ମିଶି ସେମାନଙ୍କର ଆସ୍ଥାଭାଜନ ହେବାକୁ ପ୍ରୟାସ କରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦିନ ରାଜ୍ୟର ଉପକୂଳ ଓ ଅନ୍ୟାନ୍ୟ ଅଂଚଳରୁ ଯାଇଥିବା ଦଳୀୟ ବିଧାୟକ ଓ ନେତାମାନେ ସେଠାରେ ସ୍ଥାନୀୟ ନେତାମାନଙ୍କ ସହ ମିଶି ରାଜ୍ୟ ସରକାରଙ୍କର ସଫଳତାର ବାର୍ତ୍ତା ସେହି ଅଂଚଳର ସାଧାରଣ ଲୋକଙ୍କ ପାଖରେ ପହଂଚାଇବେ ବୋଲି ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top