Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ନେତାଜୀ ବସ୍ ଟର୍ମିନାଲ : କାହା ଇଙ୍ଗିତରେ ମିଛ କହୁଛନ୍ତି ସୁବାସ ସିଂ

ଭୁବନେଶ୍ୱର(ଓଡ଼ିଶା ୱେୟାର): କଟକ ସହରରେ ଖାନନଗରଠାରେ ନେତାଜୀ ବସ୍ ଟର୍ମିନାଲ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିବାର ୩ଦିନ ନପୁରୁଣୁ ଏହାକୁ ନେଇ ନୂଆ ବିବାଦ ଦେଖାଦେଲାଣି । ଶିଳାନ୍ୟାସ ଦିନ ବସ୍ ଟର୍ମିନାଲର ସ୍ଥାନ ପରିବର୍ତ୍ତନକୁ ନେଇ ସରକାରଙ୍କ ଉପରେ ରାଜ୍ୟ ବିଜେପି ବର୍ଷିଥିବାବେଳେ ଆଜି ସ୍ଥାନୀୟ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ମୁହଁ ଖୋଲିଛନ୍ତି । ତେବେ ଭର୍ତ୍ତୃହରିଙ୍କୁ ମିଛ ପ୍ରମାଣିତ କରିବାକୁ ଯାଇ ତାଙ୍କ ଦଳର ରାଜ୍ୟସଭା ସାଂସଦ ସୁବାସ ସିଂ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଯେ ସମ୍ପୂର୍ଣ୍ଣ ମିଛ ତାହା ଆଜି ଖାନନଗର ସାହି ବାସିନ୍ଦା କରିଥିବା ବୈଠକରେ ସ୍ପଷ୍ଟ ହୋଇଯାଇଛି ।
କଟକ ସାଂସଦ ତଥା ବିଜେଡି ନେତା ଭର୍ତ୍ତୃହରି ମହତାବ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଖାନନଗରରେ ନେତାଜୀ ବସ୍ ଟର୍ମିନାଲ ସ୍ଥାପନ ଯୋଜନା ସମ୍ପର୍କରେ ସ୍ଥାନୀୟ ଅଂଚଳବାସୀ କିମ୍ବା ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସହ କୌଣସି ଆଲୋଚନା କରାଯାଇନି । ଗୁଗଲ ମ୍ୟାପ୍ ଦେଖି ସେଠାରେ ଜାଗା ସ୍ଥିର ହୋଇଛି ଓ ମୁଖ୍ୟମନ୍ତ୍ରୀ ଯାଇ ସେଠାରେ ବସ୍ ଟର୍ମିନାଲ ପାଇଁ ଶୁଭ ଦେଇଛନ୍ତି । ମାତ୍ର ସେ ଯେଉଁ ସ୍ଥାନରେ ଟର୍ମିନାଲ ହେବ ସେଠାରେ ଏବେ ବିଶ୍ୱନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀ, ସରକାରୀ ସ୍କୁଲ, ଶଶ୍ମାନ, ସାଇ ମନ୍ଦିର, କାଳି ମନ୍ଦିର ଆଦି ରହିଛି । ତା’ଛଡ଼ା କଟକର ବାଦାମବାଡ଼ି ବସଷ୍ଟାଣ୍ଡକୁ ଦୈନିକ ୧୨୦୦ ବସ୍ ଆସୁଥିବାବେଳେ ଖାନନଗରରେ ତାହା କିଭଳି ଚଳପ୍ରଚଳ କରିବ ଓ କେଉଁ ବାଟ ଦେଇ ଯିବ ତାହା ସେ ଜାଣିପାରୁନାହାନ୍ତି । ତେଣୁ ଏହି ଯୋଜନା ସମ୍ପର୍କରେ ସ୍ଥାନୀୟ ଲୋକ କିମ୍ବା ଜନପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ ଭଲ ହୋଇଥାନ୍ତା ।
ନିଜ ଦଳର ନେତା ତଥା କଟକ ସାଂସଦ ଶ୍ରୀ ମହତାବଙ୍କ କଥାକୁ ମିଛ ପ୍ରମାଣିତ କରିବାକୁ ଯାଇ ବିଜେଡି ରାଜ୍ୟସଭା ସାଂସଦ ସୁବାସ ସିଂ କହିଛନ୍ତି ଯେ, ସମସ୍ତଙ୍କ ସହ ଆଲୋଚନା ଓ ସବୁ ଦିଗକୁ ଅନୁଧ୍ୟାନ କରି ଖାନନଗରରେ ବସ୍ ଟର୍ମିନାଲ ସ୍ଥାପନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଟର୍ମିନାଲ ପାଇଁ ଶିଳାନ୍ୟାସ କରିଛନ୍ତି । କଟକରେ ଦ୍ରୁତଗତିରେ ବିକାଶ ଚାଲିଛି । ଏମସ ପ୍ଲସ୍ ସହ ୬ଲେନ୍ ରାସ୍ତା ନିର୍ମାଣ ହେଉଛି । ଦେଢ଼ବର୍ଷ ଧରି ସର୍ଭେ କରାଯାଇ ଏହି ବସ୍ ଟର୍ମିନାଲ ସ୍ଥାନର ଜାଗା ଚିହ୍ନଟ ଓ ଆକଳନ ହୋଇଛି । ୧୨ଏକର ଜାଗା ଚିହ୍ନଟ ହୋଇଛି । ଏହି ଟର୍ମିନାଲ ସ୍ଥାପନ ପାଇଁ ୬୫କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଆଲୋଚନା-ପର୍ଯ୍ୟାଲୋଚନା ପରେ ହିଁ ଏହି ଟର୍ମିନାଲ ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି । ଏହା କଟକ ସହର ପାଇଁ ଗୌରବର କଥା ।
ଅନ୍ୟପକ୍ଷରେ ଆଜି ଖାନନଗର ସାହି ବାସିନ୍ଦାମାନେ ଏକ ଜରୁରୀକାଳୀନ ବୈଠକ ଡାକି ସରକାରଙ୍କ ଏଭଳି ଏକତରଫା ନିଷ୍ପତ୍ତି ଓ ପଦକ୍ଷେପକୁ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି । ଖାନନଗରଠାରେ ବସ୍ ଟର୍ମିନାଲକୁ ସେମାନେ ସ୍ୱାଗତ କରିଥିଲେ ମଧ୍ୟ ଏହି ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କ ସହ କୌଣସି ପ୍ରକାରର ଆଲୋଚନା ହୋଇଥିବା ସ୍ପଷ୍ଟ କରିଛନ୍ତି । ଏପରିକି ଆଜି ସେମାନେ କିଭଳି ବୈଠକ ନକରିବେ ସେ ନେଇ ମଧ୍ୟ ସ୍ଥାନୀୟ ପ୍ରଶାସନ ସେମାନଙ୍କ ଉପରେ ଚାପ ପକାଉଥିଲା । ସାହି ସଭାପତି ସୁବାସ ସ୍ୱାଇଁ କହିଛନ୍ତି ଯେ, ଖାନନଗରରେ ବସ୍ ଟର୍ମିନାଲ ସ୍ଥାପନ ହେବାକୁ ସେମାନେ ସ୍ୱାଗତ କରୁଛନ୍ତି । କିନ୍ତୁ ସାହିର ଶହଶହ ବର୍ଷର ବାସିନ୍ଦା ଯେଭଳି କ୍ଷତିଗ୍ରସ୍ତ ନହେବେ ତାହା ସରକାର ସୁନିଶ୍ଚିତ କରନ୍ତୁ । ସରକାର ସ୍ଥାନୀୟ ଲୋକଙ୍କ ସହ ଏନେଇ କୌଣସି ଆଲୋଚନା ନକରି ଏକତରଫା ନିଷ୍ପତ୍ତି ନେଇଛନ୍ତି । ତେଣୁ ସାହି ବାସୀଙ୍କ ମନରେ ଥିବା ଶଙ୍କାକୁ ସରକାର ଦୂର କରିବା ଉଚିତ୍ ।
ଏବେ ପ୍ରଶ୍ନ ଉଠୁଛି, ଯଦି ସାହିର ବୈଠକରେ ଉପସ୍ଥିତ ସମସ୍ତ ଲୋକେ ଏକସ୍ୱରରେ ସେମାନଙ୍କର ସହ କୌଣସି ଆଲୋଚନା ହୋଇନାହିଁ କିମ୍ବା ସେମାନଙ୍କର ମତାମତ ନିଆଯାଇନି ବୋଲି କହୁଛନ୍ତି ତା’ହେଲେ ସାଂସଦ ସୁବାସ ସିଂ କିଭଳି ଓ କାହା ଇଙ୍ଗିତରେ ଏତେ ବଡ଼ ମିଛ କହୁଛନ୍ତି । ସବୁଦିଗକୁ ଅନୁଧ୍ୟାନ କରି ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା-ପର୍ଯ୍ୟାଲୋଚନା ହୋଇଛି ବୋଲି ସୁବାସ କହୁଥିଲେ ମଧ୍ୟ ସାହିବାସିନ୍ଦା ଏହାକୁ ଅସ୍ୱୀକାର କରୁଛନ୍ତି । ଜଣେ ଜନପ୍ରତିନିଧି ଭାବେ ସେ ଗଣମାଧ୍ୟମକୁ ଏଭଳି ପ୍ରତିକ୍ରିୟା ଦେବା ପଛରେ କ’ଣ ଉଦ୍ଦେଶ୍ୟ? ନିଜ ଦଳର ଲୋକସଭା ସାଂସଦ ଶ୍ରୀ ମହତାବଙ୍କୁ ନିଚ୍ଚା ଦେଖାଇବା ନା ସରକାରଙ୍କ ଭାବମୂର୍ତ୍ତିକୁ ସୁରକ୍ଷା ଦେବା, ତାକୁ ନେଇ ଏବେ ବିଜେଡି ମହଲରେ ଚର୍ଚ୍ଚା ଲାଗି ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top