Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ନେତାଜୀ ବସ୍ ଟର୍ମିନାଲ: ସରକାର ଜିଦରେ ଅଟଳ, ବିସ୍ଥାପିତ ହେବେ ଖାନନଗରବାସୀ!

ଭୁବନେଶ୍ୱର(ଓଡ଼ିଶା ୱେୟାର): କଟକରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲକୁ ନିଜ ବ୍ଲୁ-ପ୍ରିଣ୍ଟ ଅନୁସାରେ ସ୍ଥାପନ କରିବା ଜିଦରେ ରାଜ୍ୟ ସରକାର ଅଟଳ ରହିଛନ୍ତି । ସ୍ଥାନୀୟ ଖାନନଗରବାସୀଙ୍କ ବିରୋଧ ସତ୍ତ୍ୱେ ରାଜ୍ୟ ସରକାର ପ୍ରସ୍ତାବିତ ସ୍ଥାନରେ ବସ୍ ଟର୍ମିନାଲ ସ୍ଥାପନ କରିବା ସହ କଟକସ୍ଥିତ ପ୍ରେସଛକରୁ ଖାନନଗର ଜଙ୍କସନ୍ ପର୍ଯ୍ୟନ୍ତ ରିଙ୍ଗରୋଡକୁ ୬ଲେନ୍ ବିଶିଷ୍ଟ ରାସ୍ତା କରିବା କାର୍ଯ୍ୟ ପାଇଁ ପଦକ୍ଷେପ ନେଇଛନ୍ତି । ଏହି ରିଙ୍ଗରୋଡ୍ ପାଇଁ ଖାନନଗରବାସୀ ଓ ଅନେକ ବ୍ୟବସାୟୀଙ୍କୁ ବିସ୍ଥାପିତ ହେବାକୁ ପଡ଼ିବାର ଆଶଙ୍କା ଦେଖାଦେଇଛି । ବିସ୍ଥାପିତ ହେବାର ଆଶଙ୍କା ସତ୍ତ୍ୱେ ସରକାର ଏହି ରାସ୍ତା ନିର୍ମାଣ ନିମନ୍ତେ ତୁରନ୍ତ ଟେଣ୍ଡର ଡାକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ହେମନ୍ତ କୁମାର ପାଢ଼ୀ ଆଜି କଟକ ଜିଲ୍ଲାପାଳ ଓ କଟକ ମହାନଗର କମିଶନରଙ୍କ ସମେତ କେନ୍ଦ୍ରାଂଚଳ ରାଜସ୍ୱ କମିଶନର, ରାଜ୍ୟ ସଡ଼କ ଓ ପରିବହନ ସଚିବ,ଅର୍ଥ ସଚିବ, ନଗର ଉନ୍ନୟନ ସଚିବ ଏବଂ ଓବିସିସି ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖି କଟକରେ ନୂଆ ବସ୍ ଟର୍ମିନାଲ ବିକଶିତ କରିବା ନିମନ୍ତେ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଥିବା ନେଇ ଅବଗତ କରିଛନ୍ତି । ଏହି ବସ୍ ଟିର୍ମନାଲ ପାଇଁ ନଗର ଉନ୍ନୟନ ବିଭାଗ ବଜେଟ୍ ବ୍ୟୟବରାଦ କରିବ । ଏହି ପ୍ରଥମ ପର୍ଯ୍ୟାୟରେ ପ୍ରସ୍ତାବିତ ବସ୍ ଟର୍ମିନାଲକୁ ରାସ୍ତା ସଂଯୋଗ ନିମନ୍ତେ ରିଙ୍ଗରୋଡରେ ପ୍ରେସ୍ ଛକଠୁ ଖାନନଗର ଜଙ୍କସନ୍ ପର୍ଯ୍ୟନ୍ତ ରାସ୍ତାକୁ ୬ଲେନ୍ ବିଶିଷ୍ଟ ଭାବେ ବିକଶିତ କରାଯିବ । ପୂର୍ତ୍ତ ବିଭାଗ ଏହି ରାସ୍ତା କାମ ନିମନ୍ତେ ଖୁବଶୀଘ୍ର ଟେଣ୍ଡର ଆହ୍ୱାନ କରିବ । ନେତାଜୀ ବସ୍ ଟର୍ମିନାଲ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନ ଅନୁସାରେ ପ୍ରାୟ ୨ଏକର ଜମିରେ ପିପିପି ମଡେଲରେ କର୍ମସିଆଲ କମ୍ପେ୍ଲକ୍ସ ନିର୍ମାଣ କରାଯିବ । ଏହି କାର୍ଯ୍ୟ ମଧ୍ୟ ଏକ ସମୟରେ ହେବ । ପ୍ରକଳ୍ପ ନିର୍ମାଣ ଶେଷ ହେବାପରେ ଉକ୍ତ ବସ୍ ଟର୍ମିନାଲକୁ କଟକ ଉନ୍ନୟନ ପ୍ରାଧିକରଣ(ସିଡିଏ)କୁ ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ ହସ୍ତାନ୍ତର କରାଯିବ । ଏହି ପ୍ରସ୍ତାବିତ ବସ୍ ଟର୍ମିନାଲର ପ୍ରକଳ୍ପ କାର୍ଯ୍ୟ ଆରମ୍ଭରୁ କାର୍ଯ୍ୟକ୍ଷମ ହେବାପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟର ତଦାରଖ ଓଡ଼ିଶା ବ୍ରିଜ୍ ଓ ନିର୍ମାଣ ନିଗମ ତଦାରଖ କରିବ । କଟକସ୍ଥିତ ଅନୁଗୁଳ ବସଷ୍ଟାଣ୍ଡ, ପୁରୀ ବସଷ୍ଟାଣ୍ଡ ଓ ବାଦାମବାଡ଼ି ଜମିକୁ କିଭଳି ଉପଯୋଗ କରାଯିବ ତା’ର ଆଡଭାନ୍ସ ପ୍ଲାନି ପୂର୍ତ୍ତ ବିଭାଗକୁ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷରେ ନେତାଜୀ ବସ୍ ଟର୍ମିନାଲ ନିର୍ମାଣକୁ ନେଇ ସ୍ଥାନୀୟ ଲୋକେ ବିସ୍ଥାପନ ହେବାର ଆଶଙ୍କା କରୁଥିବାବେଳେ କଟକ ସାଂସଦ ଭର୍ତ୍ତୃହରି ମହତାବ ନିଜେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିସାରିଛନ୍ତି । ଖାନନଗର ସାହିବାସୀ ଏକ ବୈଠକ କରି ବସ୍ ଟର୍ମିନାଲ ନିର୍ମାଣକୁ ସ୍ୱାଗତ କରୁଥିଲେ ମଧ୍ୟ କୌଣସି ପ୍ରକାରର ବିସ୍ଥାପନ କରାନଯିବ ବୋଲି ସରକାରଙ୍କଠୁ ଲିଖିତ ପ୍ରତିଶ୍ରୁତି ଦାବି କରୁଛନ୍ତି । ଜିଲ୍ଲା ପ୍ରଶାସନ ସହ ଆଲୋଚନାବେଳେ ମଧ୍ୟ ଏବେ ରାସ୍ତା ନିର୍ମାଣ ନେଇ କୌଣସି ଆଲୋଚନା ହୋଇନି ଓ ସର୍ଭେ ଚାଲିଥିବା ନେଇ ଖୋଦ୍ ଜିଲ୍ଲା ପ୍ରଶାସନ ଆଶ୍ୱାସନା ଦେଇଥିଲା । ମାତ୍ର ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ହିଁ କଟକ ସହରର ଶହ ଶହ ବର୍ଷର ଖାନନଗର ବାସିନ୍ଦାଙ୍କୁ ଏହି ବସ୍ ଟର୍ମିନାଲ ଓ ୬ଲେନ୍ ରାସ୍ତା ନିର୍ମାଣ ନିମନ୍ତେ ବିସ୍ଥାପନ ହେବାକୁ ପଡ଼ିବାର ଆଶଙ୍କା ଜଳଜଳ ହୋଇ ଦିଶୁଥିବା ସାଧାରଣରେ ଚର୍ଚ୍ଚା ।
ସୂଚନାଯୋଗ୍ୟ, ଜାନୁୟାରୀ ୨୩ତାରିଖ ନେତାଜୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ କରି ଖାନନଗରରେ ୧୨ଏକର ପରିମିତ ଅଂଚଳରେ ବସ୍ ଟର୍ମିନାଲ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଯାହାକୁ ପରବର୍ତ୍ତୀ ସମୟରେ କଟକ ସାଂସଦ ଶ୍ରୀ ମହତାବ ବାସ୍ତବରେ ସେତିକି ଜାଗା ସେଠାରେ ନାହିଁ ବୋଲ କହି ଗୁଗୁଲ୍ ଦେଖି ସଚିବାଳୟର ବାବୁମାନେ ଏଭଳି ନିଷ୍ପତ୍ତି ନେଇଥିବା କଟାକ୍ଷ କରିଥିଲେ । ଏବେ ସେହି ୧୨ଏକର ଜାଗାକୁ ଖାଲି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯାନ ଜାରି ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top