Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପକେଟରେ ପିଆଜ ରଖ, କରୋନାକୁ ମାତ ଦିଅ: ସୁର

ଭୁବନେଶ୍ୱର, (ଓଡ଼ିଶା ୱେୟାର): “ସକାଳେ ଉଠି ଗୋଟିଏ ପିଆଜ ପକେଟ୍‌ରେ ରଖିବେ। ସେ ପିଆଜ ସେମିତି ପକେଟ୍‌ରେ ପଡ଼ିଥିବ। ଆଉ ଯେତେବେଳେ ଭାତ ଖାଇବେ, ସେତେବେଳେ ଦୁଇ କୋଲା ରସୁଣ ଚୋବାଇ ଖାଇଦେବେ। ରସୁଣ ପଖାଳ ବା ଗରମ ଭାତ ଯେଉଁଥିରେ ଖାଇଲେ ଚଳିବ। ଦେଖିବ କରୁଣା ଫରୁଣା କେହି ପାଖକୁ ଆସିବନାହିଁ। ଏହାଛଡ଼ା ମନୋବଳ ଦୃଢ଼ କରିବାକୁ ପଡ଼ିବ।” ରାଜ୍ୟରେ ବଢ଼ିଚାଲି ଥିବା କରୋନା ସଂକ୍ରମଣକୁ ଦେଖି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ ଆଜି ଏପରି ଟିପ୍ସ ଦେଇଛନ୍ତି।

ସେ କହିଛନ୍ତି-“ମୁଁ ସକାଳୁ ଉଠି ୫ଟି ଗାଁ ବୁଲି ସାରିଲିଣି। ଆମେ କେବଳ ସହରରେ ବାଛୁଛେ। ଗାଁ ଗହଳରେ ଯେମିତି ଯଜ୍ଞ, ମେଳା, ବୈଶାଖୀ ମେଳା ଓ ମୌଚ୍ଛବ ଚାଲିବା କଥା ଚାଲିଛି। ଯେତେ ବୁଲିବ କରୋନା ସେତେ ଦୌଡ଼ିବ। ଏଥିପାଇଁ ଷ୍ଟେମିନା ଦରକାର। ନବୀନବାବୁଙ୍କ ଭଳି ଗୋଟିଏ ଘରେ ବସିବା ଉଚିତ ନୁହେଁ। ଷ୍ଟ୍ରଙ୍ଗ- ଲୋକଙ୍କ ପାଖକୁ ଯିବ, ଲୋକଙ୍କ କାମ କରିବ, ମନୋବଳ ବଢ଼ିବ। ଆଉ ଘରେ ବସି ଶୋଇଜି ସୁଇଚ୍ ଚିପି ଦେଇ ଭାଇ-ଭଉଣୀ କହିଦେଲେ ଚଳିବନାହିଁ। ବିଜୁ ପଟ୍ଟନାୟକ ସିଧା ସ୍ପଟ୍‌କୁ ଯାଉଥିଲେ। ଘର ପୋଡ଼ିଗଲେ ବା ବନ୍ୟା ହେଲେ ସେ ଘଝଟଣାସ୍ଥଳକୁ ଯାଉଥିଲେ। ନବୀନ ବାବୁ ଓଡ଼ିଶାରେ ବିପଦ ପଡ଼ିଛି, ଘର ଛାଡ଼ି ଜାଗା ଉପରକୁ ଯାଆନ୍ତୁ। ସେଠାରେ ଛିଡ଼ା ହୋଇଗଲେ ଅଫିସର, ପୁଲିସ, ମେଡ଼ିକାଲ୍ କର୍ମଚାରୀ ଓ ଲୋକଙ୍କ ମନବଳ ବଢ଼ିଯିବ।”

Click to comment

Leave a Reply

Your email address will not be published. Required fields are marked *

Most Popular

To Top