Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ପଞ୍ଚଦଶ ଅର୍ଥ କମିଶନଙ୍କ ଟିଓଆରକୁ ବିରୋଧ, ପ୍ରଧାନମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର୍ : ପଞ୍ଚଦଶ ଅର୍ଥ କମିଶନଙ୍କ ପାଇଁ ଉଦ୍ଦିଷ୍ଟ ଟର୍ମସ୍ ଅଫ୍ ରେଫରେନ୍ସକୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ବିରୋଧ କରିବା ପରେ ଆଜି ଓଡ଼ିଶା ଆନୁଷ୍ଠାନିକ ଭାବେ ଆପତ୍ତି ଉଠାଇଛି । କେନ୍ଦ୍ରୀୟ ଟିକସରେ ରାଜ୍ୟକୁ ଅନୁଦାନ ଆବଣ୍ଟନବେଳେ ୧୯୭୧ ଜନଗଣନା ପରିବର୍ତ୍ତେ ୨୦୧୧ ମସିହା ଜନଗଣନାକୁ ଆଧାର କରିବା ପାଇଁ ଟର୍ମସ୍ ଅଫ୍ ରେଫରେନ୍ସରେ ଉଲ୍ଲେଖ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହା ସହିତ ପଞ୍ଚଦଶ ଅର୍ଥ କମିଶନଙ୍କ କାର୍ଯ୍ୟରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଓ ତାଙ୍କୁ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଗ୍ରହଣ ନିମନ୍ତେ ବାଧ୍ୟ କରିବାକୁ ଟର୍ମସ୍ ଅଫ୍ ରେଫରେନ୍ସରେ ସଙ୍କେତ ଦିଆଯିବାକୁ ମଧ୍ୟ ଓଡ଼ିଶା ବିରୋଧ କରିଛି । କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାର ଅନୁଦାନ ଆବଣ୍ଟନବେଳେ ଓଡ଼ିଶାକୁ ଉତ୍ତର-ପୂର୍ବାଞ୍ଚଳ ଓ ହିମାଳୟ ରାଜ୍ୟଗୁଡ଼ିକ ଭଳି ପାଣ୍ଠି ଦେବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।
ପଞ୍ଚଦଶ ଅର୍ଥ କମିଶନଙ୍କ ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଟର୍ମସ୍ ଅଫ୍ ରେଫରେନ୍ସକୁ ନେଇ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ତୀବ୍ର ବିରୋଧ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପ୍ରସଙ୍ଗରେ ତୁରନ୍ତ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।
ଟର୍ମ ଅଫ୍ ରେଫରେନ୍ସରେ କେନ୍ଦ୍ରୀୟ ଟିକସରୁ ରାଜ୍ୟଗୁଡ଼ିକୁ ପାଣ୍ଠି ପ୍ରଦାନବେଳେ ୨୦୧୧ ଜନଗଣନାକୁ ଆଧାର କରାଯିବା ପାଇଁ ଉଲ୍ଲେଖ ଥିବାରୁ ତାହା ଓଡ଼ିଶାକୁ ଅଧିକ ପ୍ରଭାବିତ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ରାଜ୍ୟଗୁଡ଼ିକର ବିକାଶ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେବ । ୧୯୭୧ ମସିହାର ଜନଗଣନା ତଥ୍ୟକୁ ପଞ୍ଚଦଶ ଅର୍ଥ କମିଶନ ବିଚାରକୁ ନେବେ ନାହିଁ । ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସ୍ରେ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ଟିକସର ୪୨ ପ୍ରତିଶତ ପାଣ୍ଠି ଆବଣ୍ଟିତ ହେଉଥିବାବେଳେ ବାକି ପାଣ୍ଠିକୁ କେନ୍ଦ୍ର ସରକାର ବିଭିନ୍ନ ପ୍ରାୟୋଜିତ ଯୋଜନାରେ ଅର୍ଥ କମିଶନଙ୍କ ଦ୍ୱାରା ଧାର୍ଯ୍ୟ ଗାଇଡ୍ଲାଇନ୍ରେ ଅର୍ଥ ଆବଣ୍ଟିତ ହୋଇଥାଏ । କେନ୍ଦ୍ରୀୟ ଟିକସକୁ ବିଭିନ୍ନ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ପାଇଁ ଆବଣ୍ଟିତ କରିବାବେଳେ ପ୍ରଥମଥର ପାଇଁ ଚତୁର୍ଦ୍ଦଶ ଅର୍ଥ କମିଶନ ୧୯୭୧ ମସିହା ଜନଗଣନାର ୯୦ ପ୍ରତିଶତ ଓ ୨୦୧୧ ଜନଗଣନାର ୧୦ ପ୍ରତିଶତକୁ ବିଚାରକୁ ନେଇଥିଲେ । ମାତ୍ର ପଞ୍ଚଦଶ ଅର୍ଥ କମିଶନ ଶତପ୍ରତିଶତ ୨୦୧୧ ଜନଗଣନାକୁ ବିଚାରକୁ ନେବାର ଥିବାରୁ ବିକାଶ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ଓଡ଼ିଶା ଭଳି ରାଜ୍ୟଗୁଡ଼ିକ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ । ପୂର୍ବରୁ କେନ୍ଦ୍ର ସରକାର ଟିକସ ଅର୍ଥର ଭାଗବଣ୍ଟାରେ ରାଜ୍ୟର ଅଂଶଧନକୁ ହ୍ରାସ କରିଥିବାବେଳେ ଏବେ ଜନସଂଖ୍ୟାରେ ସେମାନଙ୍କର ଅଂଶକୁ ହ୍ରାସ କଲେ ତା’ର ଦୀର୍ଘକାଳୀନ ପ୍ରଭାବ ବିକାଶ ପ୍ରକ୍ରିୟା ଉପରେ ପଡ଼ିବ । ଟର୍ମ ଅଫ୍ ରେଫରେନ୍ସ(ଟିଓଆର) ପାଇଁ ଓଡ଼ିଶା ଦେଇଥିବା ପରାମର୍ଶକୁ ମଧ୍ୟ କେନ୍ଦ୍ର ସରକାର ଅଣଦେଖା କରିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି । ସେହିପରି ‘ନ୍ୟୁ ଇଣ୍ଡିଆ-୨୦୨୨’ର ଲକ୍ଷ୍ୟକୁ ହାସଲ କରିବା ପାଇଁ ପଞ୍ଚଦଶ ଅର୍ଥ କମିଶନଙ୍କୁ ଏକ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଗ୍ରହଣ କରିବାକୁ କେନ୍ଦ୍ର ସରକାର ଟିଓଆର୍ରେ ବାଧ୍ୟ କରିଥିବା ଭଳି ଜଣାପଡ଼ୁଛି । ଏପରିକି ଟିଓଆର୍ରେ କମିଶନଙ୍କ ପ୍ରାଥମିକତା ଓ ଉଦ୍ବେଗକୁ ମଧ୍ୟ କେନ୍ଦ୍ର ସରକାର ଅଣଦେଖା କରିବାକୁ ପଛାଇନାହାନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ସୂଚନାଯୋଗ୍ୟ ଟର୍ମସ୍ ଅଫ୍ ରେଫରେନ୍ସକୁ ବିରୋଧ କରି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଚଳିତ ସପ୍ତାହରେ ଏକ ବୈଠକ କରିସାରିଥିବାବେଳେ ଆସନ୍ତାମାସରେ ବିଶାଖାପାଟଣାରେ ହେବାକୁ ଥିବା ଅନୁରୂପ ବୈଠକରେ ଓଡ଼ିଶା, ପଶ୍ଚିମବଙ୍ଗ, ଦିଲ୍ଲୀ, ପଞ୍ଜାବ ଆଦି ସାମିଲ ହେବେ ବୋଲି ଜଣାପଡ଼ିଛି । କେରଳ, କର୍ଣ୍ଣାଟକ, ପୁଡୁଚେରୀ,ଆନ୍ଧ୍ରପ୍ରଦେଶ ସରକାର ଏହି ଟର୍ମସ୍ ଅଫ୍ ରେଫରେନ୍ସରେ ୨୦୧୧ ଜନଗଣନାକୁ ସମ୍ପୂର୍ଣ୍ଣ ଅଣଦେଖା କରିବା ପାଇଁ ଦାବି କରୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top