Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ ସୁପାରିସ କଲେ ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ୱର(ଓଡ଼ିଶା ୱେୟାର): ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ ଆଜି ରାଜ୍ୟ କ୍ୟାବିନେଟ୍ ସୁପାରିସ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପଞ୍ଚଦଶ ବିଧାନସଭାକୁ ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରାଯାଇଛି।
କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଥିଲେ ଯେ ପଞ୍ଚଦଶ ବିଧାନସଭାକୁ ଭଙ୍ଗ ପାଇଁ ସୁପାରିସ ସହ ‘ଫୋନି’ କ୍ଷୟକ୍ଷତି , ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା। ‘ଫୋନି’ରେ ମୋଟ ୧୪ଟି ଜିଲ୍ଲାର ୧୫୯ଟି ବ୍ଲକ ଓ ୫୧ଟି ସହରାଞ୍ଚଳର ୧.୬୫କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାଥମିକ ଆକଳନ ଅନୁସାରେ ବାତ୍ୟାରେ ମୋଟ ୧୨,୯୪୩.୯୧ କୋଟି ଟଙ୍କା କ୍ଷୟକ୍ଷତି ହୋଇଛି। ଏଥିରେ ସରକାରୀ ଓ ଘରୋଇ ସମ୍ପତ୍ତି ବାବଦରେ ୬୧୭୬ କୋଟି ଟଙ୍କା ଏବଂ ରିଲିଫ ଓ ପୁନରୁଦ୍ଧାର ବାବଦରେ ୬୭୬୭.୬୫ କୋଟି ଟଙ୍କାର ଆବଶ୍ୟକତା ଥିବା ରାଜ୍ୟ କ୍ୟାବିନେଟକୁ ଅବଗତ କରାଯାଇଥିଲା ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ତେବେ ଗତ ୩ଦିନ ତଳେ ରାଜ୍ୟ ସରକାର ପ୍ରାଥମିକ ଆକଳନ ୧୧,୯୪୨ କୋଟି ଟଙ୍କାର ବାତ୍ୟା କ୍ଷୟକ୍ଷତିର ରିପୋର୍ଟ କେନ୍ଦ୍ରୀୟ ଟିମକୁ ଦେଇଥିବାବେଳେ ଆଜି କ୍ୟାବିନେଟ ବୈଠକରେ ଏହି ପ୍ରାଥମିକ କ୍ଷୟକ୍ଷତି ପରିମାଣ ଆହୁରି ହଜାରେ କୋଟି ଟଙ୍କା ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ଷୋଡ଼ଶ ବିଧାନସଭା ଗଠନ ପାଇଁ ହୋଇଥିବା ନିର୍ବାଚନ ପାଇଁ ଆସନ୍ତା ୨୩ତାରିଖରେ ଭୋଟ ଗଣନା ହେବାର କାର୍ଯ୍ୟକ୍ରମ ରହିଛି। ଜୁନ୍ ୧୩ତାରିଖ ପୂର୍ବରୁ ରାଜ୍ୟରେ ଷୋଡ଼ଶ ବିଧାନସଭା ଗଠନ ହେବାର ପ୍ରାବଧାନ ଥିବାବେଳେ ଯେଉଁ ଦଳକୁ ବହୁମତ ମିଳିବ ସେ ରାଜ୍ୟରେ ସରକାର ଗଠନ କରିବ। ମେ’ ୨୩ତାରିଖ ଭୋଟ ଗଣତି ପରେ ଏହା ସ୍ପଷ୍ଟ ହେବ। ତେବେ ନୂଆ ସରକାର ଗଠନ ପୂର୍ବରୁ ବିଧାନସଭାକୁ ଭଙ୍ଗ କରିବା ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ଜଣାପଡ଼ିଛି । ପଞ୍ଚଦଶ ବିଧାନସଭା ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ସାକ୍ଷୀ ବହନ କରିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top