Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ପଞ୍ଚମ ପାଳିର ପ୍ରଥମ ମନ୍ତ୍ରିପରିଷଦ ବୈଠକ : ନବୀନ ଦେଲେ ଗୁରୁମନ୍ତ୍ର

ଭୁବନେଶ୍ୱର(ଓଡ଼ିଶା ୱେୟାର): କ୍ରମାଗତ ପଞ୍ଚମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିପରିଷଦ ସହଯୋଗୀମାନେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣର ମାତ୍ର କିଛି ଘଣ୍ଟା ପରେ ସଚିବାଳୟରେ ମନ୍ତ୍ରିପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ନବୀନ ତାଙ୍କ ଶାସନରେ ପୂର୍ବରୁ ୪-ଟି ମନ୍ତ୍ର ଯୋଡ଼ିଥିବାବେଳେ ଆଜି ଆଉ ଏକ ‘ ଟି-ଟାଇମ୍’ ଯୋଡ଼ିଛନ୍ତି। ଏହାସହିତ ଦଳର ନିର୍ବାଚନୀ ଇସ୍ତାହାରକୁ ନୀତିଗତ ଭାବେ ସରକାରଙ୍କ ପ୍ରାଥମିକତା କ୍ଷେତ୍ର ଭାବେ ଆଜି ମନ୍ତ୍ରିପରିଷଦ ବୈଠକରେ ଅନୁମୋଦନ କରାଯାଇଛି।
ମନ୍ତ୍ରିପରିଷଦ ବୈଠକରେ ନୂଆ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଶାସନରେ ୩-ଟି ମନ୍ତ୍ର- ଟିମ୍ ୱାର୍କ, ଟ୍ରାନ୍ସପରେନ୍ସି ଓ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ଚାହେଁ। ଯାହାଫଳରେ କି ଆମେ ଟି(ଟ୍ରାନ୍ସଫରମେସନ) ପରିବର୍ତ୍ତନ ଆଡ଼କୁ ଗତି କରୁଛୁ। ଏଥିରେ ମୁଁ ଏକ ପଞ୍ଚମ ପରିମାପକ ଯୋଡ଼ିବାକୁ ଚାହୁଁଛି। ତାହା ହେଲା ସମୟ (ଟି) ଯୋଡ଼ୁଛି। ସମୟ ହେଉଛି ଏକ ମହତ୍ୱପୂର୍ଣ୍ଣ ଦିଗ।
ନବୀନ କହିଛନ୍ତି ଯେ ଆଜିଠୁ ଠିକ୍ ୩୬୫ଦିନ ପରେ ୨୦୨୦ ମେ’ ୨୯ତାରିଖ ଦିନ ଆମେ ଲୋକଙ୍କୁ ଦେଇଥିବା ଆମର ପ୍ରତିଶ୍ରୁତି ଓ ଏହାର ରୂପାୟନ ସମ୍ପର୍କରେ ଲୋକଙ୍କ ପାଖରେ ଉପସ୍ଥାପନ କରିବୁ। କେତେକ ପ୍ରତିଶ୍ରୁତି ପାଳନ କରିବା ପାଇଁ ସମୟ ଲାଗିବ ଓ ଏହି ପ୍ରତିଶ୍ରୁତିଗୁଡ଼ିକର ସଫଳ ରୂପାୟନ ପାଇଁ ନିଜର ଶ୍ରେଷ୍ଠ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଲୋକେ ଆମଠୁ ଗତିଶୀଳ ପ୍ରଶାସନିକ ମଡେଲ ଆଶା କରନ୍ତି।
ନବୀନ ନିଜ ସରକାରର ଆଭିମୁଖ୍ୟ ସମ୍ପର୍କରେ କହିଛନ୍ତି ଯେ ଏକ ସଶକ୍ତ ଓଡ଼ିଶା- ଗଠନ କରିବା, ଯେଉଁଠାରେ ଦାରିଦ୍ର‌୍ୟ ଅତୀତର ପୃଷ୍ଠାରେ ଲୀନ ହୋଇଯିବ । ଯେଉଁଠି ମହିଳାମାନେ ବିକାଶ ଓ ଅଭିବୃଦ୍ଧିରେ ସମାନଭାବେ ଭାଗିଦାରୀ ହେବେ। ଯେଉଁଠାରେ ସମସ୍ତ ଦୁର୍ବଳ ବର୍ଗର ଲୋକମାନେ ବିକାଶ ଦୃଶ୍ୟପଟ୍ଟରେ ସାମିଲ ହେବେ। ଯେଉଁଠାରେ ଯୁବକମାନଙ୍କର ସ୍ୱପ୍ନର ସଫଳ ରୂପାୟନ ହୋଇପାରେ। ସାରା ବିଶ୍ୱ ଜାଣିବା ଦରକାର ଯେ, ବିକାଶର ପରିଭାଷାରେ ଓଡ଼ିଶାର ସମୟ ଆସିଯାଇଛି ବୋଲି ନବୀନ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top