Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପଦାର୍ପଣ ମ୍ୟାଚରେ ଦ୍ୱିଶତକ ମାରିଲେ ଡେଭନ

ଲଣ୍ଡନ: ନ୍ୟୁଜିଲ୍ୟାଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭନ୍ କନୱେ ନିଜର ପଦାର୍ପଣ ଟେଷ୍ଟ ମ୍ୟାଚରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି । କନୱେ ଇଂଲିଶ ମାଟିରେ ଡେବ୍ୟୁ ଟେଷ୍ଟରେ ସର୍ବଶ୍ରେଷ୍ଠ ଇନିଂସ୍ ଖେଳିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ଗୁରୁବାର ଐତିହାସିକ ଲର୍ଡସରେ କନୱେ ଦ୍ୱିଶତକୀୟ ଇନିଂସ୍ ଖେଳିଛନ୍ତି।

ଏହି ଡବଲ୍ ସେଞ୍ଚୁରୀ ସହ ସେ ନିଜ ନାଁରେ ବହୁ ରେକର୍ଡ କରିଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଇଂଲଣ୍ଡରେ ପଦାର୍ପଣ ମ୍ୟାଚରେ ଦ୍ୱିଶତକ ମାରିଛନ୍ତି। ଏହା ସହ ସେ ନ୍ୟୁଜିଲ୍ୟାଣ୍ଡର ଦ୍ୱିତୀୟ ଖେଳାଳି ଭାବେ ପଦାର୍ପଣରେ ଦ୍ୱିଶତକ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ମାଥ୍ୟୁ ସିନକ୍ଲେୟାର୍ ୧୯୯୯ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏହି ଉପଲବ୍ଧି ଅର୍ଜନ କରିଥିଲେ। କନୱେ ମଧ୍ୟ ଦୁନିଆର ସପ୍ତମ ବ୍ୟାଟ୍ସମ୍ୟାନ୍ ଭାବେ ଡେବ୍ୟୁ ଟେଷ୍ଟରେ ଡବଲ୍ ସେଞ୍ଚୁରୀ ମାରିଛନ୍ତି।

ତାଙ୍କ ପୂର୍ବରୁ ଇଂଲଣ୍ଡର ରେଗ୍ ଫୋଷ୍ଟର୍ ୧୯୦୩ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ୨୮୭ ରନର ଇନିଂସ୍ ଖେଳିଥିଲେ । ସେହିପରି ୧୯୭୨ରେ ଇଣ୍ଡିଜର ଲରେନ୍ସ ରୋୱି କିଙ୍ଗଷ୍ଟନରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ୨୧୪ ରନ୍, ୧୯୮୭ରେ ଶ୍ରୀଲଙ୍କାର ବ୍ରେଣ୍ଡନ୍ କୁରୁପୁ କଲମ୍ବୋରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ୨୦୧, ୧୯୯୯ରେ ମାଥ୍ୟୁ ସିନକ୍ଲେୟାର ୱେଲିଂଟନରେ ଇଣ୍ଡିଜ୍ ବିପକ୍ଷରେ ୨୧୪, ଇଣ୍ଡିଜର କାଇଲ୍ ମେୟର୍ସ ୨୧୦, ୨୦୦୩ରେ ଦକ୍ଷିଣ ଆଫ୍ରିକାର ଜ୍ୟାକ୍ ରୁଡୋଲ୍ଫ ବାଂଲାଦେଶ ବିପକ୍ଷରେ ଚଟ୍ଟୋଗ୍ରାମରେ ୨୨୨ ରନ୍ କରିଥିଲେ।

କନୱେ ମଧ୍ୟ ଇଂଲଣ୍ଡ ମାଟିରେ ଡେବ୍ୟୁ ମ୍ୟାଚରେ ସର୍ବାଧିକ ରନ୍ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ଏଥିସହ ସେ ୧୨୫ ବର୍ଷ ତଳର ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ୧୮୯୬ରେ ଇଂଲଣ୍ଡର ରଣଜିତ୍ ସିଂହଜୀ ପଦାର୍ପଣ ମ୍ୟାଚରେ ୧୫୪ ରନ୍ କରିଥିଲେ । କିନ୍ତୁ ଆଜି କନୱେ ୧୫୫ ରନ୍ କରିବା ମାତ୍ରକେ ଏହି ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top