Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପଦ୍ମ ଧରିଲେ ସୁଜିତ କୁମାର

ପଦ୍ମ ଧରିଲେ ସୁଜିତ କୁମାର । ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଧିବଦ୍ଧଭାବେ ବିଜେପିରେ ମିଶିଛନ୍ତି ସୁଜିତ କୁମାର । ଏହି ଅବସରରେ ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ୍‌ ସିଂହ ତୋମର ମଧ୍ୟ ଉପସ୍ଥିତ ଥିଲେ ।ଆଜି ରାଜ୍ୟସଭାରୁ ଇସ୍ତଫା ଦେବା ପରେ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲା । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି । କିନ୍ତୁ ସୁଜିତ କୁମାରଙ୍କ ବିଜେଡିରୁ ଇସ୍ତଫା ପତ୍ର ମଧ୍ୟ ସାମ୍ନାକୁ ଆସିଥିଲା ।

ଅନ୍ୟପଟେ ବିଜେପିରେ ଯୋଗ ଦେବା ପରେ ପ୍ରତିକ୍ରିୟା ଦେଇଛନ୍ତି ସୁଜିତ କୁମାର। ସେ କହିଛନ୍ତି ବିଜେଡିରେ ବହୁ ଦୁର୍ନିତି ହେଉଛି । କଳାହାଣ୍ଡିରେ ଅନେକ ଦୁର୍ନୀତି ହୋଇଛି । କଳାହାଣ୍ଡିରୁ ହଜାରେ କୋଟିରୁ ଅଧିକ ଲୁଟ୍ ହୋଇଛି। ଏହି ଦୁର୍ନୀତିରେ ଅଫିସର ଓ ବିଜେଡି ନେତା ସାମିଲ ଥିଲେ । ଟେଣ୍ଡର ଫିକ୍ସିଂ ଓ ବାଲିମାଫିଆଙ୍କ ସହ ମିଶି ବହୁ ଦୁର୍ନୀତି କରୁଛନ୍ତି ବିଜେଡି ନେତା। ଏନେଇ ମୁଁ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଜଣାଇଥିଲି କିନ୍ତୁ ହେ‌ଲେ କୌଣସି ସୁଫଳ ମିଳି ନଥିଲା। ମତେ ମାରିଦେବା ସହ ମୋ ରାଜନୈତିକ ଜୀବନ ନଷ୍ଟ କରିଦେବେ ବୋଲି ଧମକ ଦେଉଥିଲେ କିଛି ନେତା । ଜଣେ ଦୁଇ ଜଣଙ୍କ ଗୋଲାମୀ ପାଇଁ ମୋତେ ବାଧ୍ୟ କରାଯାଉଥିଲେ। ପ୍ରାୟ ଦେଢ଼ବର୍ଷ ହେଲା ଦଳରେ ମୋତେ ଅଣଦେଖା ହେଉଥିଲା ।କୌଣସି ଦଳୀୟ କାର୍ଯ୍ୟରେ ମୋତେ ସାମିଲ କରାଯାଉନଥିଲା । କିଛି ବଡ଼ କହୁଥିବା ନେତାଙ୍କୁ ମୁଣ୍ଡିଆ ମାରିବାକୁ କିଛି ନେତା କହୁଥିଲେ । ସେମାନଙ୍କ ଗୋଲାମୀ, ଚାମଚାଗିରି କରିବାକୁ କହୁଥିଲେ । କିନ୍ତୁ ମୁଁ ବିଦେଶରୁ ପଢ଼ି ଆସିଛି, ଏହା ମୋ ସ୍ବାଭିମାନକୁ ବାଧିଥିଲା ।

ପ୍ରାୟ ୨ବର୍ଷ ହେଲା ମୁଁ ଦଳରେ ଅଣନିଃଶ୍ୱାସ ହୋଇଥିଲି । ମୁଁ ଲୋକଙ୍କ ପାଇଁ କାମ କରୁଛି ଏବଂ କରୁଥିବି। ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତବିକାଶ ଆହ୍ବାନ ମୋତେ ଖୁବ୍ ପ୍ରଭାବିତ କରିଛି। ସେଥିପାଇଁ ମୁଁ ବିଜେପିରେ ମିଶିଲି। ବିଜେପିରେ ସାମିଲ ହୋଇ ଖୁବ୍ ଖୁସି ଅଛି। ଏବେ ଲୋକଙ୍କ ସେବା କରିବି।ସୂଚନଯୋଗ୍ୟ; ୨୦୨୦ରେ ସୁଜିତ୍ କୁମାରଙ୍କୁ ରାଜ୍ୟସଭାକୁ ପଠାଇଥିଲା ବିଜେଡି । ରାଜ୍ୟସଭା ବିଜେଡି ସାଂସଦ ଥୁବା ସୁଜିତ୍ କୁମାରଙ୍କ କାର୍ଯ୍ୟକାଳ ୨୦୨୬ ମସିହା ଏପ୍ରିଲ ୨ ତାରିଖ ଯାଏଁ ଥିଲା । କିନ୍ତୁ ଏହା ପୂର୍ବରୁ ସେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top