ଭୁବନେଶ୍ୱର : ଓଡ଼ିଶାର ୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପଦ୍ମ ପୁରସ୍କାରରେ ସମ୍ବର୍ଦ୍ଧିତ କରିଛନ୍ତି ।
ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ଚନ୍ଦ୍ରଶେଖର ରଥଙ୍କ ତରଫରୁ ତାଙ୍କ ପତ୍ନୀ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିବାବେଳେ ଅନ୍ୟ ଦୁଇ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଶିଶିର ମିଶ୍ର ଓ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି । ସ୍ୱର୍ଗତ ରଥ ଓ ଶ୍ରୀ ପଟ୍ଟନାୟକ ଓଡ଼ିଶା ସରକାରଙ୍କ ସୁପାରିସରେ ପଦ୍ମ ପୁରସ୍କାର ପାଇଥିବାବେଳେ ଶ୍ରୀ ମିଶ୍ରଙ୍କ ପାଇଁ ମହାରାଷ୍ଟ୍ର ସରକାର ସୁପାରିସ୍ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଗତମାସରେ ପ୍ରଭାକର ମହାରଣା ଓ ଗୋବର୍ଦ୍ଧନ ପାନିକାଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ପୁରସ୍କାରରେ ସମ୍ବର୍ଦ୍ଧିତ କରିଥିଲେ ।


