ନୂଆଦିଲ୍ଲୀ: ଭାରତର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ। ପନ୍ତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ନିଯୁକ୍ତ ହୋଇଛନ୍ତି। କାନ୍ଧଜନିତ ଆହତ କାରଣରୁ ଶ୍ରେୟସ ଆୟର୍ ଆଇପିଏଲରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଏବେ ପନ୍ତ ଟିମର ମଙ୍ଗ ଧରିବେ। । ଏ ନେଇ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଘୋଷଣା କରିଛି।
ଦିଲ୍ଲୀ କ୍ୟାପିଟାଲ୍ସ ଟ୍ୱିଟରରେ ଲେଖିଛି, ଆଇପିଏଲ୍ ୨୦୨୧ରେ ଋଷଭ ପନ୍ତ ଆମର କ୍ୟାପଟେନ୍ ହେବେ। ଭାରତ-ଇଂଲଣ୍ଡ ସିରିଜରେ ଆହତ କାରଣରୁ ଶ୍ରେୟସ ଆୟର୍ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କ ଅନୁପସ୍ଥିତିରେ ପନ୍ତ ଟିମର କ୍ୟାପଟେନ୍ ଦାୟିତ୍ୱ ସମ୍ଭାଳିବେ।


