ପାଟନା: ବଜାରକୁ ଗଲେ ସବୁଠୁ ଶସ୍ତା ପରିବା କ’ଣ ଅଛି ତାକୁ ପାଇବାକୁ ଆଖି ଖୋଜି ବୁଲୁଥାଏ। ଏହା ପରେ ପୁଣି ସଙ୍ଗେ ସଙ୍ଗେ ପରିବା କିଣିବା ବଦଳରେ କିଛି ସର୍ଭେ କରିବା ପରେ ଯେଉଁଠୁ ସବୁଠୁ ଶସ୍ତାରେ ମିଳେ, ତାକୁ ହିଁ ମନ ଖୁସିରେ ଘରକୁ କିଣି ଆଣିଥାଉ। ହେଲେ ଏପରି ପରିବା ବଜାରରେ ମିଳୁଛି, ଯାହାର କିଲୋ ପ୍ରତି ମୂଲ୍ୟ ହେଉଛି ୧ ଲକ୍ଷ ଟଙ୍କା। ଏହା ଆମେ କେବେ କାନ ଉଠିଲା ଦିନୁ ଶୁଣି ନ ଥିଲେ ବି ଏପରି ପରିବା ଏବେ ଭାରତରେ ଚାଷ ହେଉଛି। ଏହାର ନାମ ହେଉଛି ‘ହପ୍ ସୁଟ୍ସ’।


