Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପରୀକୁ ନ୍ୟାୟ ପାଇଁ ୨୦ରୁ ୫ଦିନ ପଦଯାତ୍ରା କରିବ ବିଜେପି

ଭୁବନେଶ୍ୱର(ଓଡ଼ିଶା ୱେୟାର): ପରୀକୁ ନ୍ୟାୟ ଦେବା ପାଇଁ ଆସନ୍ତା ୨୦ତାରିଖରୁ ବିଜେପି ୫ଦିନିଆ ପଦଯାତ୍ରା କରିବ । ଭୁବନେଶ୍ୱରସ୍ଥିତ ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ସାମ୍ନାରୁ ୫ବର୍ଷୀୟା ଝିଅ ‘ପରୀ’ର ଗାଁ ନୟାଗଡ଼ର ଯଦୁପୁର ପର୍ଯ୍ୟନ୍ତ ଏହି ପଦଯାତ୍ରା ୫ଦିନ ଧରି ଚାଲିବ । ଏହି ପଦଯାତ୍ରାରେ ସାମିଲ ହେବାକୁ ସମାଜର ସବୁ ବର୍ଗର ସଚେତନ ନାଗରିକଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି ।
ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ରାଜ୍ୟର ସମସ୍ତ ସଚେତନ ନାଗରିକ, ବୁଦ୍ଧିଜୀବୀ, ଛାତ୍ରନେତା, ସାମାଜିକ କର୍ମୀ ଓ ସମାଜର ସବୁ କ୍ଷେତ୍ରର ନେତୃତ୍ୱଙ୍କୁ ‘ପରୀକୁ ନ୍ୟାୟ ପାଇଁ ପଦଯାତ୍ରା’ରେ ସାମିଲ ହେବାକୁ ନିବେଦନ କରିଛନ୍ତି । ଏହା କେବଳ ପରୀକୁ ନ୍ୟାୟ ନୁହେଁ ବରଂ ଓଡ଼ିଶାର ମାତୃଶକ୍ତି ଓ ଶିଶୁ ସମ୍ପଦର ସୁରକ୍ଷା ପାଇଁ ଆୟୋଜନ ହୋଇଛି ବୋଲି କହିଛନ୍ତି । ପରୀର ହତ୍ୟା ଓ ଅଙ୍ଗଚୋରୀ ଘଟଣାରେ ଦୋଷୀକୁ ଘଂଟ ଘୋଡ଼ାଇବା ପ୍ରୟାସ ଚାଲିଛି । ଯାହାକି ସାଧାରଣ ମାନବିକ ସମ୍ବେଦନା ଓ ଚେତନାକୁ ଗଭୀର ଆଘାତ ଦେଇଛି । ପରୀ ହତ୍ୟା ମାମଲାରେ ପ୍ରଶାସନର ସ୍ଥାଣୁତା ଯୋଗୁ ପ୍ରକୃତ ଦୋଷୀକୁ ଧରିବାରେ ପ୍ରଶାସନ ବିଫଳ ହୋଇଛି ଓ ମନ୍ତ୍ରୀ ଅରୁଣ ସାହୁ ଦୋଷୀଙ୍କୁ ଘଂଟ ଘୋଡ଼ାଉଥିବା କଥା ମଧ୍ୟ ପଦାକୁ ଆସିଛି । ନାରୀ ସୁରକ୍ଷା ଓ ଶିଶୁ ସୁରକ୍ଷା ଏବେ ରାଜ୍ୟରେ ଚରମ ଅବହେଳାର ଶିକାର ହୋଇଛନ୍ତି । ଗତ ୨ବର୍ଷ ମଧ୍ୟରେ ୫୫୦୦ ଶିଶୁ ନିଖୋଜ ହୋଇଛନ୍ତି । ସେମାନଙ୍କ ମା’ଙ୍କର ଛାତିର କୋହକୁ ଶୁଣିବା ପାଇଁ କି ଆଖିର ଲୁହକୁ ପୋଛିବା ନିମନ୍ତେ ସରକାରଙ୍କ ଆଗ୍ରହ ନାହିଁ କି କିଛି ମଧ୍ୟ ପ୍ରୟାସ ହେଉନି ।
ତେଣୁ ଏସବୁ କାରଣରୁ ରାଜ୍ୟ ସରକାରଙ୍କ ସମ୍ବେଦନହୀନତା ଓ ଅପରାଧୀକୁ ଘଂଟ ଘୋଡ଼ାଇବାର ଅପଚେଷ୍ଟାକୁ ବିରୋଧ କରି ପରୀକୁ ନ୍ୟାୟ ସୁନିଶ୍ଚିତ କରିବା ନିମନ୍ତେ ବିଜେପି ଆସନ୍ତା ୨୦ତାରିଖରୁ ୫ଦିନ ବ୍ୟାପୀ ପଦଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top