Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଅପରାଧ

ପରୀ ହତ୍ୟା ମାମଲା: କାହା ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି ମହିଳା ଓ ଶିଶୁବିକାଶ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ୱେୟାର):ନୟାଗଡ଼ ‘ପରୀ’ ହତ୍ୟା ମାମଲାକୁ ନେଇ ରାଜନୀତିକ ବୟାନବାଜି ଓ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି ଜୋର ଧରିଥିବାବେଳେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଏପରିକି ବିଜେପି ମହିଳାମୋର୍ଚ୍ଚାର ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ନିଜ ଟିମ୍ ସହ ଆଜି ପରୀର ପିତାମାତାଙ୍କୁ ଭେଟି ଶାନ୍ତ୍ୱନା ଜଣାଇଥିବାବେଳେ ମାନବିକତା ଦୃଷ୍ଟିକୋଣରୁ ଶାସକ ବିଜେଡିର ଜଣେ ବି କେହି ସେମାନଙ୍କୁ ଭେଟିବାକୁ ଉଚିତ୍ ମଣିନାହାନ୍ତି । ପରୀର ପିତାମାତାଙ୍କୁ ନ୍ୟାୟ ଦେବାକୁ ବି ମନ୍ତ୍ରୀ ଶ୍ରୀମତୀ ସାହୁ କିମ୍ବା ଶିଶୁସୁରକ୍ଷା ଆୟୋଗ ସଦସ୍ୟାମାନେ ଏପର୍ଯ୍ୟନ୍ତ ସାମାନ୍ୟତମ ଆଶ୍ୱାସନା ଦେଇନଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଜୁଲାଇ ୧୪ତାରିଖରୁ ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁ’ର ୫ବର୍ଷର ଝିଅ ‘ପରୀ’ ନିଖୋଜ ଓ ହତ୍ୟା ଘଟଣାକୁ ୪ମାସ ବିତିଯାଇଥିଲେ ମଧ୍ୟ ତାକୁ ନ୍ୟାୟ ଦେବା ଦିଗରେ ଶାସନକଳ ସାମାନ୍ୟତମ ଆଗ୍ରହ ଦେଖାଇ ନାହିଁ । ଏପରିକି ତା’ର ପିତାମାତା ବାରମ୍ବାର ଜିଲ୍ଲା ଓ ପୁଲିସ ପ୍ରଶାସନକୁ ଭେଟିଥିବାବେଳେ ରାଜନୀତିକ ଦଳ ମଧ୍ୟ ‘ପରୀ’ ନ୍ୟାୟ ପାଇଁ ନୟାଗଡ଼ରେ ଆଗକୁ ଆସିଥିଲେ । ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଉଥିଲେ ମଧ୍ୟ ୪ମାସ ଧରି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଓ ରାଜ୍ୟ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ସମ୍ବେଦନହୀନ ହୋଇ ବସି ରହିଛନ୍ତି । ଏପରିକି ‘ପରୀ’କୁ ନ୍ୟାୟ ଦେବା ଦାବିରେ ତା’ର ପିତାମାତା ଗତ ତିନିଦିନ ତଳେ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିବାପରେ ହିଁ ସରକାରଙ୍କ ଚେତା ପଶିଥିଲା ଆଉ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ଚାପ ସୃଷ୍ଟି ହୋଇଥିଲା ।
କିନ୍ତୁ ଶିଶୁଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବାର ଦାୟିତ୍ୱ ମୁଣ୍ଡାଇଥିବା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ‘ପରୀ’ ଘଟଣାରେ ସମ୍ପୂର୍ଣ୍ଣ ଚୁପ୍ ବସିଛନ୍ତି । ଯଦିଓ ଆୟୋଗରେ ବିଜେଡି ସମର୍ôଥତ ନେତ୍ରୀମାନେ ଅଧ୍ୟକ୍ଷା ଓ ସଦସ୍ୟା ଭାବେ ନିଯୁକ୍ତି ପାଇଛନ୍ତି । ତଥାପି ‘ପରୀ’କୁ ନ୍ୟାୟ କିଭଳି ପାଇବ ସେ ନେଇ ତତ୍ପରତା ଦେଖାଇନାହାନ୍ତି । ଯେଭଳିକି ବିଗତ ଦିନରେ ଏକ ନିର୍ଦ୍ଦିଷ୍ଟ ମାମଲାରେ ଆୟୋଗ ନିଜର କ୍ଷମତାର ଭରପୂର ଉପଯୋଗ କରି ନ୍ୟାୟ ଦେବାକୁ ଆଗେଇ ଆସିଥିବାର ଦେଖିବାକୁ ମିଳିଥିଲା । ମାତ୍ର ‘ପରୀ’କୁ ନ୍ୟାୟ ଦେବା କ୍ଷେତ୍ରରେ ଆୟୋଗଙ୍କ ନିରବତା ହିଁ ଅନେକକିଛି ଦିଗକୁ ଇସାରା କରୁଛି । ବିଜେଡି ଅଡ଼ୁଆରେ ପଡ଼ୁଥିବା ଭଳି ମାମଲା(‘ପରୀ’ ଘଟଣା) ପ୍ରତି ଆୟୋଗଙ୍କ ନଜର ପଡ଼ୁନଥିବାର ସନ୍ଦେଶ ଦେବାକୁ ମଧ୍ୟ ପ୍ରୟାସ ହେଉଥିବା ଜଣାପଡ଼ିଛି ।
କେବଳ ସେତିକି ନୁହେଁ, ରାଜ୍ୟ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ‘ପରୀ’ ଘଟଣାରେ ସାମାନ୍ୟତମ ମୁହଁ ଖୋଲିନାହାନ୍ତି । ବିଧାନସଭା ଶୀତ ଅଧିବେଶନ ଚାଲୁଥିବାବେଳେ ଶିଶୁବିକାଶ ବିଭାଗ ଦାୟିତ୍ୱରେ ଥିବା ଶ୍ରୀମତୀ ସାହୁ ‘ପରୀ’କୁ ନ୍ୟାୟ ଦେବା ପ୍ରତି ତାଙ୍କର ଦାୟିତ୍ୱବୋଧକୁ ମଧ୍ୟ ଭୁଲିଯାଇଛନ୍ତି । ବିଜେଡି ସରକାରର ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଭାବେ ହେଉ ଅବାପୁଣି ଜଣେ ମା’ ଭାବେ ‘ପରୀ’ର ପିତାମାତାଙ୍କ କଷ୍ଟକୁ ବୁଝି ମାନବିକତା ଦୃଷ୍ଟିକୋଣରୁ ଶ୍ରୀମତୀ ସାହୁ ନିଜଆଡ଼ୁ ଘଟଣାର ତଦନ୍ତକୁ କ୍ରିୟାଶୀଳ କରାଇବା ଅବା ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରୟାସ କରିପାରିଥାନ୍ତେ । ‘ପରୀ’ ମାମଲାକୁ ନେଇ ଏତେ ହୋ-ହାଲ୍ଲା ଚାଲିଥିବାବେଳେ ‘ପରୀ’କୁ ନ୍ୟାୟ ଦେବା ପାଇଁ ନିଜର କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ମନ୍ତ୍ରୀ ଶ୍ରୀମତୀ ସାହୁ କାହା ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି, ତାହା ଏବେବି ରହସ୍ୟଘେରରେ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଶ୍ରୀମତୀ ସାହୁ ବିଭାଗର ଦାୟିତ୍ୱ ନେବାପରଠୁ ଗତ ଦେଢ଼ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ଯେତେ ମହିଳା ହିଂସା ଓ ନିର୍ଯାତନା ଘଟଣା ହୋଇଛିି ସେହି ପୀଡ଼ିତା ଅବା ତାଙ୍କ ପରିବାରକୁ ନ୍ୟାୟ ଦେବା ଦିଗରେ ସାମାନ୍ୟତମ ଆଗ୍ରହ ଦେଖାଇ ନାହାନ୍ତି । କିମ୍ବା ତାହା ତାଙ୍କର ଯେ ଉତ୍ତରଦାୟିତ୍ୱ , ତାକୁ ସ୍ୱୀକାର ମଧ୍ୟ କରିନଥିବା ଜଣାପଡ଼ିଛି ।
ରାଜ୍ୟରେ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ସଂଘଟିତ ନିର୍ଯାତନା ଓ ହିଂସାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବାର ଆଶ୍ୱାସନା ବିଭାଗୀୟ ମନ୍ତ୍ରୀ ଓ ରାଜ୍ୟରେ କାର୍ଯ୍ୟ କରୁଥିବା ଆୟୋଗ ଦିଅନ୍ତେ ହୁଏତ ସରକାର ସମ୍ବେଦନଶୀଳତା ଓ ମାନବିକତା ବଂଚି ରହିଛି ବୋଲି ସନ୍ଦେଶ ଯିବା ସହ ସରକାର ବି ସୁନାମ ଅର୍ଜନ ବଢ଼ନ୍ତା ବୋଲି ସାଧାରଣରେ ଚର୍ଚ୍ଚା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top