Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପିଏମ କିଷାନ: ଧର୍ମେନ୍ଦ୍ରଙ୍କୁ ଜବାବ ଦେଲେ ଅରୁଣ

ଭୁବନେଶ୍ୱର(ଓଡ଼ିଶା ୱେୟାର):କେନ୍ଦ୍ର ସରକାରଙ୍କ ପିଏମ କିଷାନ ଯୋଜନାରେ ରାଜ୍ୟର ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ସହାୟତା ଯେଭଳି ମିଳିବ ତାହା ସୁନିଶ୍ଚିତ କରିବା ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଦୁଇଦିନ ତଳେ ଚିଠି ଳେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିବାପରେ ଆଜି ତାଙ୍କୁ କଡ଼ା ଭାଷାରେ ଜବାବ ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ ଜବାବ ଦେଇଛନ୍ତି । ରାଜ୍ୟରେ ପିଏମ କିଷାନ ଯୋଜନାରେ ପଞ୍ଜିକୃତ ଚାଷୀଙ୍କ ସଂଖ୍ୟା ୪୦.୫ଲକ୍ଷ ନୁହେଁ ବରଂ ୪୩.୧୭ଲକ୍ଷ ଏବଂ ସେଥିରୁ ୩୮.୬୫ଲକ୍ଷ ଚାଷୀଙ୍କୁ ସହାୟତା ମିଳିଥିବାବେଳେ ବାକି ୪.୫୨ଲକ୍ଷ ଚାଷୀ କିଭଳି ସହାୟତା ପାଇବେ ସେଥିପାଇଁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ସାହୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଏହାସହିତ କେନ୍ଦ୍ର ସରକାର କିଭଳି ତଥ୍ୟରେ ଟେକନିକାଲ ଅମେଳ ଦର୍ଶାଇ ପ୍ରତିଥର ଚାଷୀଙ୍କ ସହାୟତାରେ କାଣ୍ଟଛାଣ୍ଟ କରୁଛନ୍ତି ତାହା ଉଲ୍ଲେଖ କରିଛନ୍ତି । ରାଜ୍ୟର ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରୁ ରଖି ପିଏମ କିଷାନ ପୋର୍ଟାଲରେ ଓଡ଼ିଶାର ପଞ୍ଜିକୃତ ଚାଷୀଙ୍କ ଡାଟାରେ ଥିବା ଅମେଳକୁ ଦୂର କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ପିଏମକିଷାନ ଟେକନିକାଲ ଟିମକୁ ଅନୁମତି ଦେବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ସାହୁ ଅନୁରୋଧ କରିଛନ୍ତି ।
ରାଜ୍ୟ କୃଷିମନ୍ତ୍ରୀ ଶ୍ରୀ ସାହୁ ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଚିଠି ଲେଖି ପିଏମ କିଷାନ ଯୋଜନାରେ ରାଜ୍ୟର ଅଧିକ ଚାଷୀଙ୍କୁ ସହାୟତା ସୁନିଶ୍ଚିତ କରିବା ନିମନ୍ତେ ସେ ଆଗ୍ରହ ବ୍ୟକ୍ତ କରିଥିବାରୁ ଖୁସି ବ୍ୟକ୍ତ କରିବା ସହ କେନ୍ଦ୍ର ସରକାର ପିଏମ କିଷାନରେ ପଞ୍ଜିକୃତ ଚାଷୀଙ୍କୁ ସହାୟତା ଦେବାବେଳେ ବାସ୍ତବ ସ୍ଥିତି ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । ଅବଶ୍ୟ ପିଏମ କିଷାନ ଡାଟାବେସରେ ଚାଷୀଙ୍କ ତଥ୍ୟକୁ ନେଇ ରହିଥିବା ଅମେଳକୁ ଦୂର କରିବା ପାଇଁ ରାଜ୍ୟ ସରକାର ନିୟମିତ ଭାବେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପିଏମ କିଷାନ ପୋର୍ଟାଲରେ ତଥ୍ୟକୁ ସୁଧାରିବା ନିମନ୍ତେ ଆବଶ୍ୟକ ଅନୁମତି ଦେବାକୁ ଦାବି କରୁଛନ୍ତି । ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ବିଳମ୍ବ, ଟ୍ରାଞ୍ଜାକସନ୍ ଫେଲ୍ ହେବା, ବ୍ୟାଙ୍କ ସହ ପିଏମଏଫଏସ୍ ସମନ୍ୱିତ ନହେବା, ଆଧାରରେ ଥିବା ନାଁ ସହ ପଞ୍ଜିକୃତ ଚାଷୀର ନାଁ (ବନାନ) ମେଳ ନଖାଇବା ଆଦି କାରଣରୁ ରାଜ୍ୟର ଚାଷୀଙ୍କୁ ପିଏମ କିଷାନ ସହାୟତାରୁ ବଂଚିତ ହେବାକୁ ପଡ଼ୁଛି ।
ଏହି ଅବସରରେ ଶ୍ରୀ ସାହୁ ଓଡ଼ିଶା ସରକାର ଚାଷୀଙ୍କୁ ସହାୟତା ଦେବା ପାଇଁ ‘କାଳିଆ’ ଯୋଜନାରେ ଯେଉଁ ପଦ୍ଧତି ଆପଣାଇଛନ୍ତି ସେ ସମ୍ପର୍କରେ ସୂଚନା ଦେଇଛନ୍ତି । ୨୦୨୧ ଫେବୃୟାରୀ ସୁଦ୍ଧା ରାଜ୍ୟରେ ୫୩.୫୫ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ପାଇଥିବାବେଳେ ଡାଟାବେସ୍ ପ୍ରସ୍ତୁତରେ ସ୍ୱଚ୍ଛତା ଥିବାରୁ ମାତ୍ର ୦.୮% ଚାଷୀ ଡିବିଟି ମାଧ୍ୟମରେ ସହାୟତା ପାଇବାରେ ବଂଚିତ ହୋଇଥିଲେ । ଉଦାହରଣ ସ୍ୱରୂପ ଆଧାର କାର୍ଡରେ ଥିବା ନାଁ ଓ ପୋର୍ଟାଲରେ ପଞ୍ଜିକୃତ ନାଁର ବନାନରେ ତ୍ରୁଟି ଥିଲେ ଆଧାର କାର୍ଡ ନମ୍ବର ମେଳ କରାଇ ସମ୍ପୃକ୍ତ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯାଉଛି । କିନ୍ତୁ ପିଏମ କିଷାନରେ ସେଭଳି କରାଯାଉନି । ଅବଶ୍ୟ ଓଡ଼ିଶା ସରକାରଙ୍କ ପିଏମକିଷାନ ପାଇଁ ଥିବା ବୈଷୟିକ ଟିମ୍ ନିୟମିତ କାର୍ଯ୍ୟ କରି ୨.୭୭ଲକ୍ଷ ଚାଷୀଙ୍କ ଆଧାରରେ ଥିବା ନାଁ ଓ ନମ୍ବରକୁ ସଂଶୋଧନ କରାଇଛନ୍ତି । ଯେଉଁଥିପାଇଁ ସହାୟତାରୁ ବଂଚିତ ଥିବା ୬୬,୬୬୨ଜଣ ଚାଷୀଙ୍କ ତଥ୍ୟ ସଂଶୋଧନ କରାଯାଇ ପାରିଛି । ସେହିପରି ବିଭିନ୍ନ କାରଣରୁ ବନ୍ଦ ରହିଥିବା ୯.୭୭ଲକ୍ଷ ଚାଷୀଙ୍କ ସହାୟତା ପ୍ରାପ୍ୟକୁ ପୁଣିଥରେ କାର୍ଯ୍ୟକ୍ଷମ କରାଯାଇଛି । ରାଜ୍ୟ ସରକାରଙ୍କ ପିଏମକିଷାନ ଟିମ୍ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ତଥ୍ୟରେ ଥିବା ସବୁ ଅମେଳକୁ ଦୂର କରିବାରେ ସକ୍ଷମ ହେବ ବୋଲି ଆଶା କରୁଛି ।
ଶ୍ରୀ ସାହୁ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ୩୮.୬୫ଲକ୍ଷ ଚାଷୀଙ୍କ ମଧ୍ୟରୁ ୩୭.୧୯ ଚାଷୀ(୯୬.୨୨%) ଥରେ କିମ୍ବା ଅଧିକ ଥର ସହାୟତା ପାଇଛନ୍ତି । ତେବେ ଯେଉଁ ଚାଷୀ ଥରେ ବା ଅଧିକ ସହାୟତା ପାଉଛନ୍ତି ସେମାନଙ୍କୁ କାହିଁକି ପିଏମ କିଷାନର ପରବର୍ତ୍ତୀ ସହାୟତାରୁ ବଂଚିତ କରାଯାଉଛି ସେ ନେଇ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି । ଶ୍ରୀ ସାହୁ କହିଛନ୍ତି ଯେ ରାଜ୍ୟରେ ୩୬.୫୧ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବାବେଳେ ୧୭.୦୪ଲକ୍ଷ ଚାଷୀ ଭୂମିହୀନ । ସେମାନଙ୍କୁ କାଳିଆ ଯୋଜନାରେ ସହାୟତା ଦିଆଯାଉଛି । ଚାଷୀଙ୍କ ସହାୟତା ନିମନ୍ତେ ରାଜ୍ୟ ସରକାର ବଳରାମ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଚାଷୀଙ୍କୁ ବଜାର ସୁବିଧା ଯୋଗାଇବାକୁ ଆମକୃଷି ପରାମର୍ଶନାମା ଦେଉଛନ୍ତି । ରାଜ୍ୟର ମିଲେଟ୍ ମିଶନ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ମଡେଲ ପାଲଟିଛି ।
ତେଣୁ ପିଏମକିଷାନ ଯୋଜନାରେ ଅଧିକ ସଂଖ୍ୟକ ଚାଷୀ କିଭଳି ଉପକୃତ ହୋଇପାରିବେ ସେଥିପାଇଁ ଓଡ଼ିଶା ସରକାରଙ୍କ ଟେକନିକାଲ ଟିମର ଯୁକ୍ତିସଙ୍ଗତ ପରାମର୍ଶ ବିଶେଷକରି ପିଏମକିଷାନ ପୋର୍ଟାଲର ଡାଟାରେ ଥିବା ଅମେଳ ଦୂର କରିବା ନିମନ୍ତେ ଅନୁମତି ପ୍ରଦାନ କରିବା ଦିଗରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନଙ୍କୁ ମନ୍ତ୍ରୀ ଶ୍ରୀ ସାହୁ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ମାର୍ଚ୍ଚ ୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ପିଏମକିଷାନ ଯୋଜନାର ବିଭିନ୍ନ କିସ୍ତିରେ ଚାଷୀମାନଙ୍କ ସଂଖ୍ୟା କାହିଁକି ହ୍ରାସ ପାଉଛି ଓ ସମସ୍ତ ପଞ୍ଜିକୃତ ଚାଷୀ କିଭଳି ଏହି ସହାୟତା ପାଇବେ ତାହା ସୁନିଶ୍ଚିତ କରିବା ନିମନ୍ତେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ଶ୍ରୀ ପ୍ରଧାନଙ୍କ ଏହି ଚିଠିର ଜବାବ ଆଜି ରାଜ୍ୟ କୃଷିମନ୍ତ୍ରୀ ଶ୍ରୀ ସାହୁ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top