ରାଜ୍ୟରେ ବ୍ୟାପୁଛି ବାର୍ଡ ଫ୍ଲୁ । ପିପିଲିର ଫାର୍ମରେ ମଲେଣି ହଜାର ହଜାର କୁକୁଡ଼ା । ସେଥିପାଇଁ ୧୩ ଜଣିଆ ଡାକ୍ତରୀ ଟିମ୍ଙ୍କ ସମେତ ପିପିଲି ପ୍ରାଣୀ ଚିକିତ୍ସା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ୨୦ହଜାରରୁ ଊର୍ଦ୍ଧ୍ବ କୁକୁଡ଼ା ମରାଯିବା ଅନୁମାନ । ବଞ୍ଚିଥିବା କୁକୁଡ଼ାମାନଙ୍କ ରକ୍ତ ମଳ ମୂତ୍ର ଏବଂ ପାଟିରୁ ଲାଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି । ଦୁଇ ତିନି ମଧ୍ୟରେ କୁକୁଡ଼ା ଗୁଡ଼ିକର ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି କୁହାଯାଉଛି ।ଅନ୍ୟପଟେ ପୂର୍ବରୁ ପିପିଲିରେ ହଜାର ହଜାର କୁକୁଡ଼ା ମରିବାରୁ ପରୀକ୍ଷା ପାଇଁ ଭେଲୋର ପଠାଯାଇଥିଲା, ନମୁନାପଜିଟିଭ୍ ଆସିଥିବା ସୂଚନା ।


