ଭୁବନେଶ୍ୱର (ଓଡ଼ିଶା ୱେୟାର): ପିପିଲି ଉପନିର୍ବାଚନରେ ହାରିବା ଭୟରେ ବିଜେଡି ରକ୍ତମୁଖା ହୋଇପଡ଼ିଛି ବୋଲି ବିଜେପି ଅଭିଯୋଗ କରିଛି। ଏହାସହିତ ବିଜେପି ନେତ୍ରୀ ରଶ୍ମୀରେଖା ଦାସ ଓ ବୁଥ୍ ସଭାପତି ସରୋଜ ସେଠୀଙ୍କ ଉପରେ ହୋଇଥିବା ଆକ୍ରମଣକୁ କଡ଼ା ନିନ୍ଦା କରି କାର୍ୟ୍ୟାନୁଷ୍ଠାନ ନିମନ୍ତେ ବିଜେପି ଦାବି କରିଛି।
ବିଜେପି ଅଭିଯୋଗ କରିଛି ଯେ, ଶାସକ ବିଜେଡିକୁ ନିର୍ବାଚନ ପରାଜୟର ଭୟ ଘାରିଛିା ପୂର୍ବରୁ ବିଭିନ୍ନ ଉପନିର୍ବାଚନକୁ ହାତେଇବା ପାଇଁ ବିଜେଡି ଗୁଣ୍ଡାମାନେ ଯେପରି ଲୋକଙ୍କ ଭିତରେ ଆତଙ୍କ ଖେଳାନ୍ତି ଠିକ୍ ସମାନ ଢଙ୍ଗରେ ପିପିଲି ନିର୍ବାଚନମଣ୍ଡଳୀରେ ଆଜି ଶାସକ ବିଜେଡିର କର୍ମୀମାନେ ବିରୋଧୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ ଏବଂ ବୁଥ ସଭାପତି ସରୋଜ ସେଠୀଙ୍କୁ ବିଜେଡି କର୍ମୀ ଲିଙ୍ଗରାଜ ସ୍ୱାଇଁ ଏବଂ ତାଙ୍କ ସହଯୋଗୀମାନେ ଆକ୍ରମଣ କରିବା ସହ ଏହି ଅଂଚଳ ଛାଡ଼ି ଚାଲିଯିବା ପାଇଁ ଧମକ ଦେଇଛନ୍ତିା ଏନେଇ ବିଜେପି ପକ୍ଷରୁ ଆଜି ପିପିଲି ଥାନାରେ ଏକ ଏତଲା ମଧ୍ୟ ଦିଆଯାଇଛିା


