Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପିପିଲି ଉପନିର୍ବାଚନ: ନେତାଙ୍କୁ ଦାୟିତ୍ୱ ବାଣ୍ଟିଲା ବିଜେଡି, ପଛରେ ପଡ଼ିଛନ୍ତି ବିଜେପି ଓ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ୱେୟାର): ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଯେକୌଣସି ସମୟରେ ତାରିଖ ଘୋଷଣା ହେବାକୁ ଥିବାବେଳେ ଶାସକ ବିଜେଡି ଏବେ ନିଜର ଦୁର୍ଗକୁ ସୁରକ୍ଷିତ ରଖିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି । ବିଜେଡି ସେଠାରେ ଦଳୀୟ ନେତାଙ୍କୁ ଦାୟିତ୍ୱ ଦେଇ ସଂଗଠନ ସଜାଡ଼ିବାରେ ଲାଗିଥିବାବେଳେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏପର୍ଯ୍ୟନ୍ତ ପିପିଲି ବିଧାନସଭା ଉପନିର୍ବାଚନକୁ ନେଇ ନିଜର କାର୍ଡ ଖୋଲିନାହାନ୍ତି ।
ସୂଚନା ଅନୁସାରେ, ପିପିଲି ପାଇଁ ୬୮କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯୋଜନା କରିଥିବା ଶାସକ ବିଜେଡିକୁ ନୂଆଶାସନ ପଂଚାୟତର ଉପନିର୍ବାଚନ ଫଳାଫଳ ଶକ୍ତ ଝଟକା ଦେବାପରେ ଦଳ ଏବେ ନିଜର ରଣନୀତିକୁ ବଦଳାଇଛି । ପିପିଲି ଭୋଟରଙ୍କ ମତିଗତିକୁ ନେଇ ଆଶଙ୍କିତ ଶାସକ ବିଜେଡି ଏବେ ଉପନିର୍ବାଚନ ପାଇଁ ନିଜର ନେତାମାନଙ୍କୁ ଦାୟିତ୍ୱ ଆବଣ୍ଟନ କରି ସଂଗଠନକୁ ସୁଦୃଢ଼ କରାଇବାକୁ ଉଦ୍ୟମ ଆରମ୍ଭ କରିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ପର୍ଯ୍ୟବେକ୍ଷକ ଭାବେ ପ୍ରତାପ କେଶରୀ ଦେବଙ୍କୁ ବିଜେଡି ନିଯୁକ୍ତି ଦେଇଥିବାବେଳେ ସେ ମାରାଥନ୍ ଗସ୍ତ କରି ଦଳର ନେତାମାନଙ୍କୁ ଭେଟି ସଂଗଠନରେ ରହିଥିବା ଫାଟକୁ ଦୂର କରିବାରେ ଲାଗିଛନ୍ତି । ପିପିଲି ଓ ଡେଲାଙ୍ଗ ବ୍ଲକ ସମେତ ପିପିଲି ଏନଏସି ପାଇଁ ବିଜେଡି ଇତିମଧ୍ୟରେ ନିଜର ଅଭିଜ୍ଞ ନେତାମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛି । ପିପିଲି ବ୍ଲକ ପାଇଁ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ପ୍ରଶାନ୍ତ କୁମାର ମୁଦୁଲି, ଡେଲାଙ୍ଗ ବ୍ଲକ ପାଇଁ ବିଭୂତି ବଳବନ୍ତରାୟ ଓ ଉମାକାନ୍ତ ସାମନ୍ତରାୟ, ପିପିଲି ଏନଏସି ଦାୟିତ୍ୱରେ ବିଧାୟକ ସୁଧୀର ସାମଲ ରହିଛନ୍ତି । ଏହି ନେତାମାନେ ଇତିମଧ୍ୟରେ ସେମାନଙ୍କୁ ଆବଣ୍ଟିତ ଅଂଚଳକୁ ଗସ୍ତ କରି ଦଳୀୟ କର୍ମୀମାନଙ୍କ ସହ ପ୍ରାରମ୍ଭିକ ବୈଠକ କରିଛନ୍ତି । ଉପନିର୍ବାଚନରେ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ କେହିକିଛି ଟେର ପାଉନଥିବାବେଳେ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପରିବାର ସଦସ୍ୟଙ୍କୁ ଅଗ୍ରାଧିକାର ମିଳିବ ବୋଲି ଚର୍ଚ୍ଚା ହେଉଛି । ଦଳ ମହିଳା କାର୍ଡ ଉପରେ ଅଧିକ ଗୁରୁତ୍ୱ ଦେଉଥିବାରୁ ମହାରଥୀଙ୍କ ପତ୍ନୀଙ୍କ ଅଧ୍ୟାପିକା ପ୍ରତିଭା ମହାରଥୀଙ୍କ ଦାବିଦାର ବେଶୀ ଅଛି । ଦଳ ମଧ୍ୟ ତାଙ୍କ ପୁଅ ତୁଳନାରେ ପତ୍ନୀଙ୍କ ଉପରେ ଅଧିକ ଭରସା କରୁଛି । ପିପିଲିରେ ଥିବା ବିଜେଡିର ସବୁ ଗୋଷ୍ଠୀକୁ ସନ୍ତୁଷ୍ଟ କରି ଓ ସେମାନଙ୍କ ଉପରେ ନିଜର ପ୍ରଭାବ ବିସ୍ତାର କରିବାରେ ଶ୍ରୀମତୀ ମହାରଥୀ ସକ୍ଷମ ହେବେ ବୋଲି ଦଳ ଅନୁଭବ କରୁଛି । ଯଦିଓ ବିଜେଡି ଏପର୍ଯ୍ୟନ୍ତ ଖୋଲାଖୋଲି ଭାବେ ନିଜର କାର୍ଡ ଖୋଲୁନି ଓ ମହାରଥୀ ପରିବାରର ଡ୍ରାମା ଉପରେ ତୀକ୍ଷ୍ଣ ନଜର ରଖିଛି । ଅବଶ୍ୟ ମହାରଥୀ ପରିବାର ବାହାରେ କାହାରିକୁ ପ୍ରାର୍ଥୀ କରିବାର ଭୁଲ୍ ଅବଶ୍ୟ ବିଜେଡି କରିବ ନାହିଁ । କାରଣ ପିିପିଲି ନିର୍ବାଚନମଣ୍ଡଳୀର ଭୋଟରଙ୍କ ମଧ୍ୟରେ ମହାରଥୀ ପରିବାର ସହ ସମବେଦନା ଏବେବି ଅତୁଟ ରହିଥିବା ଜଣାପଡ଼ିଛି ।
ତେବେ ଗତ ସପ୍ତାହରେ ପିପିଲି ବ୍ଲକର ନୂଆଶାସନରେ ସରପଂଚ ପଦ ପାଇଁ ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟୀ ହେବାପରେ ବିଜେଡି ଶିବିରରେ ଛନକା ପଶିଛି । ଉପନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଏହି ସରପଂଚ ନିର୍ବାଚନରେ ବିଜୟୀ ହେବାକୁ ଦଳର ମନ୍ତ୍ରୀ ସମୀର ଦାଶଙ୍କ ସମେତ ୭ରୁ୮ ନେତାଙ୍କୁ ପଂଚାୟତରେ ବୁଲାଇ ଥିଲା । କିନ୍ତୁ ଫଳାଫଳ ବିଜେଡି ବିପକ୍ଷରେ ଗଲା । ଏପରି ଫଳାଫଳକୁ ଦେଖି ବିଜେଡି ଏବେ ନିଜର ରଣନୀତିରେ ପରିବର୍ତ୍ତନ କରିଛି ତଥା ବିଜେପି ଭୋଟରେ ଛିଦ୍ର କରିବା ନିମନ୍ତେ ଡେଲାଙ୍ଗ ଅଂଚଳର ଜଣେ ଟାଣୁଆ ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ଆଶାୟୀଙ୍କୁ ନିଜ ଆଡ଼କୁ ଆଣିବାକୁ ପ୍ରୟାସ ଆରମ୍ଭ କରିଦେଇଛି । ସମ୍ପୃକ୍ତ ବିଜେପି ନେତାଙ୍କ ଡେଲାଙ୍ଗ ଅଂଚଳରେ ପ୍ରଭାବ ରହିଛି । ଏହାବ୍ୟତୀତ ଦଳର ଦୁଇ ପ୍ରମୁଖ ଗୋଷ୍ଠୀକୁ ମଧ୍ୟ ଏବେ ମିଶାଇବାକୁ ଉଦ୍ୟମ କରୁଛି ।
ଏପଟେ ନୂଆଶାସନ ପଂଚାୟତ ନିର୍ବାଚନ ଫଳାଫଳକୁ ନେଇ ଉତ୍ସାହିତ ବିଜେପି ମଧ୍ୟ ପିପିଲି ଉପନିର୍ବାଚନରେ ନିଜର ପୁରା ଦମ୍ ଲଗାଇବା ଚକ୍କରରେ ରହିଛି । ଯଦିଓ ଦଳ ଏପର୍ଯ୍ୟନ୍ତ ନିଜର କାର୍ଡ ଖୋଲି ନାହିଁ କିନ୍ତୁ ପୂର୍ବରୁ ଦଳୀୟ ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକ ଅଧିକ ପ୍ରଭାବଶାଳୀ ହେବେ ବୋଲି ଚର୍ଚ୍ଚା । ଉପନିର୍ବାଚନକୁ ଦୃଷ୍ଟିରେ ରଖି ଶ୍ରୀ ପଟ୍ଟନାୟକ ମଧ୍ୟ ସେଠାରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବାରେ ଲାଗିଛନ୍ତି । ଗତ ସାଧାରଣ ନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ଭଳି ଟାଣୁଆ ନେତାଙ୍କୁ କଡ଼ା ଟକ୍କର ଦେଇଥିଲେ । ପ୍ରାୟ ୭୧୭୩୧ହଜାର ଭୋଟ ପାଇଥିବା ଶ୍ରୀ ପଟ୍ଟନାୟକଙ୍କୁ କେବଳ ୧୫୭୮୭ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହେବାକୁ ପଡ଼ିଥିଲା ।
ସେହିପରି କଂଗ୍ରେସ ଏଠାରେ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ କଂଗ୍ରେସ ଟିକେଟରେ ପ୍ରାର୍ଥୀ ହେବାକୁ କେହି ବିଶେଷ ଆଗ୍ରହ ଦେଖାଉନଥିବା ଜଣାପଡ଼ିଛି । ପିପିଲିରେ କଂଗ୍ରେସର ମୁଖ୍ୟ ନେତା ଯୁଧିଷ୍ଠିର ସାମନ୍ତରାୟ ଗତ ସାଧାରଣ ନିର୍ବାଚନ ସମୟରେ ପରୋକ୍ଷରେ ମହାରଥୀଙ୍କ ଜିତିବାର ମାର୍ଗ ପ୍ରଶସ୍ତ କରିଥିଲେ । ଏବେ ସେ କଂଗ୍ରେସର ଗୁଡବୁକରେ ନଥିବାରୁ ଦଳର ସଂଗଠନ ମଧ୍ୟ ଦୁର୍ବଳ ସ୍ଥିତିରେ ରହିଛି ।
ତେଣୁ ଉପନିର୍ବାଚନରେ ଲଢ଼େଇ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ହେବାକୁ ଥିବାବେଳେ ନିଜର ଦୁର୍ବଳ ସାଂଗଠନିକ ସ୍ଥିତିକୁ ନ ସଜାଡ଼ିଲେ ବିଜେଡିର ଦୁର୍ଗ ଭୁଷୁଡ଼ି ପଡ଼ିବ ବୋଲି ନିକଟରେ ଗୁଇନ୍ଦା ବିଭାଗ ସତର୍କ କରାଇଥିବା ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top