Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପୁଣି ଚର୍ଚ୍ଚାରେ ଉହାନ୍‌ ଲ୍ୟାବ୍‌ ଲିକ୍‌ ଥିଓରି

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଉହାନ୍‌ ଲ୍ୟାବ୍‌ ଲିକ୍‌ ଥିଓରି । କରୋନା ଭାଇରସ ଲ୍ୟାବ୍‌ ଲିକ୍‌ ଥିଓରୀ ଅମୂଳକ ନୁହେଁ । ପୁର୍ବରୁ ଚୀନ୍‌ ଲାବୋରୋଟୋରୀରୁ ଏହି ଭୂତାଣୁ ଲିକ୍‌ ହୋଇଥିବା ନେଇ ଯେଉଁ ଅଭିଯୋଗ ହେଉଥିଲା ଏବଂ ପରେ ଯାହାକୁ ଖଣ୍ଡନ କରାଯାଇଥିଲା, ତା ସପକ୍ଷରେ ଏବେ ମତ ସୁଦୃଢ ହେବାରେ ଲାଗିଛି । ଲ୍ୟାବ୍‌ ଲିକ୍‌ ଥିଓରିକୁ ଖଣ୍ଡନ କରି ଯେଉଁ ୨୭ଜଣ ବୈଜ୍ଞାନିକ ଲାନସେଟ୍‌ ମେଡିକାଲ ଜର୍ନାଲରେ ଲେଖିଥିଲେ, ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କ ଉହାନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜି ଗବେଷକଙ୍କ ସହ ସମ୍ପର୍କ ଥିବା ଏକ ଅନୁସନ୍ଧାନରୁ ଜଣାପଡିଛି । କରୋନା ଭୂତାଣୁ ବନ୍ୟଜନ୍ତୁ ବା ପକ୍ଷୀଙ୍କ ଠାରୁ ଆସିଥିବା ଅନେକ ଦେଶର ବୈଜ୍ଞାନିକ କହିଛନ୍ତି ।
ଆମେରିକାର ଏକ ଗୁଇନ୍ଦା ତଥ୍ୟ ଅନୁଯାୟୀ, ୨୦୧୯ରେ ଭୂତାଣୁ ଦ୍ୱାରା ପ୍ରଥମେ ଉହାନ ଇନଷ୍ଟିଚ୍ୟୁଟ୍‌ର ୩ଜଣ ଗବେଷକ ସଂକ୍ରମିତ ହୋଇଥିଲେ । ପରେ ବାଇଡେନ ପ୍ରଶାସନ ଟ୍ରମ୍ପଙ୍କ ଲ୍ୟାବ୍‌ ଲିକ୍‌ ଥିଓରି ଉପରେ ଚାଲିଥିବା ତଦନ୍ତକୁ ବନ୍ଦ କରିଦେଇଥିଲେ । ସେପଟେ ଭୂତାଣୁଙ୍କ ଉତ୍ପତି ନେଇ ଏକ ନୁଆ ରିପୋର୍ଟ ରାଷ୍ଟ୍ରପତିଙ୍କ ଟେବୁଲରେ ଉପସ୍ଥାପିତ ହେବାକୁ ଯାଉଛି । ବାଇଡେନ୍‌ ମେ ମାସରେ ଏକ ତଦନ୍ତକାରୀ ଦଳକୁ ୯୦ ଦିନ ସମୟ ଦେଇଥିଲେ । ତେବେ ଏ ସପ୍ତାହରେ ଯେଉଁ ରିପୋର୍ଟ ଆସିବ, ତାହା ଉହାନ୍‌ ଲ୍ୟାବ୍‌ ଲିକ୍‌ ଥିଓରିକୁ ସମର୍ଥନ କରିବ ବୋଲି ଆଶା କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top