Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ପୁଣି ଜଣେ ଚାଷୀ ମୃତ, ମନ୍ତ୍ରୀ ଡାକିଲେ ଜରୁରୀ ବୈଠକ

ଭୁବନେଶ୍ୱର : ଚକଡ଼ା ପୋକ ଆକ୍ରମଣରେ ଫସଲ ହାନି ଘଟିବାରୁ ଗତକାଲି ଧାନ ବିଲରେ ନିଆଁ ଲଗାଇଥିବା ବରଗଡ଼ ଜିଲ୍ଲାର କଳାପାଣି ଗାଁର ଚାଷୀ ବୃନ୍ଦାବନ ସାହୁ ଆଜି ଆତ୍ମହତ୍ୟା କରିଛନ୍ତି । ସେ ଆଜି ସକାଳୁ ବିଲକୁ ଫସଲ ଦେଖିବାକୁ ଯାଇ ବିଷ ପିଇ ଦେଇଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଡାକ୍ତର ଖାନାରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ବରଗଡ଼ ଜିଲ୍ଲାର ବିଭିନ୍ନ ଅଂଚଳରେ ଚକଡ଼ା ପୋକ ଓ ଫସଲ ନଷ୍ଟ ଯୋଗୁ ଇତିମଧ୍ୟରେ ୪ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ନିଜର ଅଧ ଏକର ଧାନ ଜମିରେ ନିଆଁ ଲଗାଇଥିବା ବୃନ୍ଦା ଆଜି ବିଷ ପିଇ ଆତ୍ମହତ୍ୟା କରିବା ପରେ ତାଙ୍କର ଶବକୁ ରଖି ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଥିଲେ । ଅନ୍ୟପକ୍ଷରେ ବରଗଡ଼ରେ ଚାଷୀ ଆତ୍ମହତ୍ୟା ଘଟଣା ପରେ ଆଜି କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡାକି ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ମୁଖ୍ୟ ସଚିବ, କୃଷି ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିଚାରବିମର୍ଶ ପରେ ଚକଡ଼ା ପୋକ ଆକ୍ରମଣରେ ଫସଲ ନଷ୍ଟ ହୋଇଥିବା ଜିଲ୍ଲାଗୁଡ଼ିକୁ ୪୮ଘଂଟା ମଧ୍ୟରେ ରିପୋର୍ଟ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀଙ୍କ ଆତ୍ମହତ୍ୟାକୁ ମନ୍ତ୍ରୀ ଦୁଭାର୍ଗ୍ୟଜନକ ବୋଲି କହିବା ସହ ସରକାର ଫସଲ କ୍ଷତି ପାଇଁ କ୍ଷୟକ୍ଷତି ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । କ୍ଷୟକ୍ଷତିର କାରଣ ଜାଣିବା ପାଇଁ ଘଟଣାସ୍ଥଳକୁ ୩ଜଣିଆ ବୈଷୟିକ ଟିମ୍ ପଠାଯାଇଛି । ଚାଷୀଙ୍କୁ ନିମ୍ନମାନର ଔଷଧ ଦିଆଯାଇଥିଲେ ଦୋଷୀ ଅଫିସର୍ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତର ରାଉତ କହିଛନ୍ତି । ସେହିପରି ଜମିରେ ନିଆଁ ଲଗାଇବା ଘଟଣା ଏବେ ବରଗଡ଼ରୁ ସମ୍ବଲପୁର ଓ ଝାରସୁଗୁଡ଼ାକୁ ଡେଇଁଛି । ପୋକ ଯୋଗୁ ନଷ୍ଟ ହୋଇଥିବା ଧାନ ଜମିକୁ ଝାରସୁଗୁଡ଼ା ଲଖନପୁର ପଂଚାୟତର ଅଏଁଲାପଡ଼ା ଗାଁର ଜଣେ ଚାଷୀ ନିଆଁ ଲଗାଇ ଦେଇଛନ୍ତି । ସେହିପରି ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ୍ର ଖୁଦପାଲି ଗାଁର ସତ୍ୟାନନ୍ଦ ସେଠ୍ ନାମକ ଜଣେ ଚାଷୀ ମଧ୍ୟ ନିଜ ଜମିରେ ନିଆଁ ଲଗାଇ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top