ଭୁବନେଶ୍ୱର(ଓଡ଼ିଶା ୱେୟାର): କ୍ରମାଗତ ପଞ୍ଚମଥର ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହ ତାଙ୍କର ୨୦ଜଣିଆ ମନ୍ତ୍ରିପରିଷଦ ମଧ୍ୟ ଶପଥ ନେଇଛି। ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ଶପଥ ଗ୍ରହଣ ସମାରୋହରେ ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା, ଭାଇ ପ୍ରେମ ପଟ୍ଟନାୟକଙ୍କ ସମେତ ଅନେକ ପ୍ରମୁଖ ଶିଳ୍ପପତି ଓ ବିଭିନ୍ନ ବର୍ଗର ଲୋକମାନେ ଯୋଗ ଦେଇଥିଲେ।
ନବୀନ ପଟ୍ଟନାୟକ– ଗୃହ, ସାଧାରଣ ପ୍ରଶାସନ ଓ ଅଭିଯୋଗ (ଅଣଆବଣ୍ଟିତ ବିଭାଗ)
କ୍ୟାବିନେଟ ପାହ୍ୟା
୨. ନବକିଶୋର ଦାସ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
୩. ବିକ୍ରମ ଆରୁଖ – ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର
୪. ପ୍ରତାପ ଜେନା- ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ବିଭାଗ
୫. ଅରୁଣ ସାହୁ- କୃଷି, ମତ୍ସ୍ୟ, ପଶୁ ସମ୍ପଦ ଓ ଉଚ୍ଚଶିକ୍ଷା ବିଭାଗ
୬. ନିରଞ୍ଜନ ପୂଜାରୀ- ଅର୍ଥ ଓ ଅବକାରୀ ବିଭାଗ
୭. ପ୍ରଫୁଲ୍ଲ ମଲିକ- ଖଣି, ଇସ୍ପାତ, ପୂର୍ତ୍ତ ବିଭାଗ, ଗୃହ ବିଭାଗ(ରାଜ୍ୟ ପାହ୍ୟା)
୮. ସୁଶାନ୍ତ ସିଂ- ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗ
୯. ରଣେନ୍ଦ୍ର ପ୍ରତାପ ସ୍ୱାଇଁ- ଖାଦ୍ୟ ଓ ଯୋଗଣ, ସମବାୟ
୧୦. ଟୁକୁନି ସାହୁ- ମହିଳା ଓ ଶିଶୁ କଲ୍ୟାଣ
୧୧. ସୁଦାମ ମରାଣ୍ଡି – ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା
୧୨. ପଦ୍ମନାଭ ବେହେରା- ବାଣିଜ୍ୟ ଓ ପରିବହନ, ଯୋଜନା ଓ ସଂଯୋଜନା
ରାଜ୍ୟ ପାହ୍ୟା
୧୩. ସମୀର ରଞ୍ଜନ ଦାସ- ସ୍କୁଲ ଓ ଗଣଶିକ୍ଷା
୧୪. ଜଗନ୍ନାଥ ସାରକା- ଅନୁସୂଚିତ ଜାତି ଓ ଜନଜାତି ବିକାଶ
୧୫. ପଦ୍ମିନୀ ଦିଆନ- ହସ୍ତତନ୍ତ୍ର ଓ ବୟନ ଶିଳ୍ପ
୧୬. ଅଶୋକ ପଣ୍ଡା- ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ ଓ ସାମାଜିକ ନିରାପତ୍ତା
୧୭. ଦିବ୍ୟ ଶଙ୍କର ମିଶ୍ର- ଶକ୍ତି, ଶିଳ୍ପ,ଗୃହ ଓ ଏମଏସଏମଇ
୧୮. ଜ୍ୟୋତିପ୍ରକାଶ ପାଣିଗ୍ରାହୀ- ପର୍ଯ୍ୟଟନ, ଓଡିଆ ଭାଷା ଓ ସଂସ୍କୃତି
୧୯. ପ୍ରେମାନନ୍ଦ ନାୟକ- ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
୨୦. ରଘୁନନ୍ଦନ ଦାସ- ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ
୨୧. ତୁଷାରକାନ୍ତି ବେହେରା- କ୍ରୀଡା ଓ ଯୁବ ସେବା


