Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପୁରୀ ସୌନ୍ଦର୍ଯ୍ୟକରଣ: କରୋନା କଟକଣାରେ ବି ୬ମାସରେ ୭ଶହ କୋଟି ଖର୍ଚ୍ଚ

ଭୁବନେଶ୍ୱର(ଓଡ଼ିଶା ୱେୟାର): କରୋନା ମହାମାରୀ କାଳରେ ମାତ୍ର ୬ମାସ ମଧ୍ୟରେ ପୁରୀ ସହରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଅବଢ଼ା ଯୋଜନାରେ ୬୬୭.୪୯କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏପ୍ରିଲ ପହିଲାରୁ ଡିସେମ୍ବର ମାସ ଶେଷସୁଦ୍ଧା ଏହି ଅର୍ଥ ଖର୍ଚ୍ଚ ହୋଇଛି । କରୋନା ସଂକ୍ରମଣ ପାଇଁ ଲକଡାଉନ୍ ଓ ସଟଡାଉନ୍ ସହ ଅନ୍ୟାନ୍ୟ କଟକଣା ଥିବା ସତ୍ତ୍ୱେ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ଅବଢ଼ା ଯୋଜନାରେ ପୁରୀ ସହରର ସୌନ୍ଦର୍ଯ୍ୟକରଣ ନିମନ୍ତେ ବଜେଟରେ କରିଥିବା ୬୯୫ କୋଟି ଟଙ୍କାର ବ୍ୟୟବରାଦ ମଧ୍ୟରୁ ୬୬୭.୪୯କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏବେପୁଣି ୨୦୨୧-୨୨ ଆର୍ଥିକ ବର୍ଷରେ ପୁରୀର ଐତିହାସିକ କୀର୍ତ୍ତିରାଜିର ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଆଉ ୫୪୨.୧୫କୋଟି ଟଙ୍କା ଖର୍ଚ୍ଚ କରିବାକୁ ବଜେଟରେ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି ।
ପୂର୍ତ୍ତ ବିଭାଗର ସୂଚନା ଅନୁସାରେ, ପୁରୀରେ ଅବଢ଼ା ଯୋଜନାରେ ଶ୍ରୀଜଗନ୍ନାଥ ଐତିହ୍ୟ ପଥ, ଶ୍ରୀସେତୁ ପ୍ରକଳ୍ପ, ମୂଷା ନଦୀ ପୁନରୁଦ୍ଧାର, ଜଗନ୍ନାଥ ବଲ୍ଲଭ ତୀର୍ଥ ଯାତ୍ରୀ ସ୍ଥଳ, ଜେଲ ରାସ୍ତାଠାରେ ବହୁତଳ ବିଶିଷ୍ଟ କାର ରଖିବା ସ୍ଥାନ, ସମୁଦ୍ର କୂଳ ରାସ୍ତାର ଯାତ୍ରୀକାଠାରେ ବହୁତଳ ବିଶିଷ୍ଟ କାର ରଖିବା ସ୍ଥାନ, ବଡ଼ଦାଣ୍ଡରେ ପୌରପାଳିକା ବଜାରର ପୁନରୁଦ୍ଧାର ପାଇଁ ୨୦୨୦ ଏପ୍ରିଲରୁ ଡିସେମ୍ବର ମାସ ମଧ୍ୟରେ ୬୬୭.୪୯କୋଟି ଟଙ୍କା ବ୍ୟୟ ହୋଇଛି । କରୋନା କଟକଣା ମଧ୍ୟରେ ଏହି ଅବଧିରେ ଲକଡାଉନ୍ ଓ ସଟଡାଉନ୍ ଥିବା ସତ୍ତ୍ୱେ ଏତେ ପରିମାଣର ଅର୍ଥ କିଭଳି ଖର୍ଚ୍ଚ ହେଲା ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଆସନ୍ତା ଆର୍ଥିକବର୍ଷରେ ଆଉ ୫୪୨କୋଟି ଟଙ୍କା ବ୍ୟୟବରାଦ ପାଇଁ ନିଷ୍ପତ୍ତି ହୋଇଛି ।
କେବଳ ସେତିକି ନୁହେଁ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଏହାର ଚାରିପଟେ ଥିବା ଐତିହ୍ୟ କୀର୍ତ୍ତିରାଜିର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ‘ଏକାମ୍ର ଯୋଜନା’ରେ ୨୦୨୦-୨୧ ଆର୍ଥିକ ବର୍ଷରେ ୧୫୦କୋଟି ଟଙ୍କା ବଜେଟ ବ୍ୟୟବରାଦ ହୋଇଥିବାବେଳେ ଆସନ୍ତା ଆର୍ଥିକ ବର୍ଷରେ ମଧ୍ୟ ଆଉ ୧୫୦କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୦ ଡିସେମ୍ବର ସୁଦ୍ଧା ଶ୍ରୀଲିଙ୍ଗରାଜ ମନ୍ଦିର ଅଂଚଳରେ ୧୦୫କୋଟି ଟଙ୍କା ଜମି ଅଧିଗ୍ରହଣ ନିମନ୍ତେ ଖର୍ଚ୍ଚ ହୋଇଛି ।
ଏକାମ୍ର ଯୋଜନାରେ ବିନ୍ଦୁ ସାଗର କୂଳରେ ଥିବା ଏମାର ମଠ ଅଂଚଳରେ ଏକ ଅନୁବାଦ କେନ୍ଦ୍ର ସ୍ଥାପନ କରାଯିବା ସହ ଦର୍ଶନାର୍ଥୀଙ୍କ ପାଇଁ ଏକ ଦୃଶ୍ୟଅବଲୋକନ ସ୍ଥାନ ହେବ । ଲିଙ୍ଗରାଜ ମନ୍ଦିର ଐତିହ୍ୟ କୀର୍ତ୍ତିରାଜି ପାଇଁ ସଂଗ୍ରହାଳୟ , ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଲିଙ୍ଗରାଜ ଭବନ ନିର୍ମାଣ କରାଯିବ । ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ମଧ୍ୟରେ ସାଂସ୍କୃତିକ ଭବନ ମଧ୍ୟ ନିର୍ମାଣ ହେବ । ବିନ୍ଦୁସାଗର ପାଶ୍ୱର୍ସ୍ଥ ରାସ୍ତାକୁ ପଦଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ କରାଯିବ ବୋଲି ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top