Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ପୁରୀ ହେଉଛି ପୂର୍ବ ଭାରତର ବିଦ୍ୟା ନଗରୀ

ଭୁବନେଶ୍ୱର,: ଜଗନ୍ନାଥ ସଂସ୍କୃତି ମହନୀୟ । ପୁରୀ ହେଉଛି ଭାରତର ଜ୍ଞାନ ବା ବିଦ୍ୟା ନଗରୀ । ଏହା ହେଉଛି ପୂର୍ବ ଭାରତର କାଶୀ । ଯଦି କେବେ ତୀର୍ଥ ଯିବାର ସୁଯୋଗ ମିଳେ, ତା’ହେଲେ ପ୍ରଥମେ ପୁରୀ ଆସିବି ଓ ମହାପ୍ରଭୁଙ୍କ ସାନିଧ୍ୟରେ ତୀର୍ଥ କରିବି । ଆଜି ପୁରୀସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା କହିଛନ୍ତି ।
ପୁରୀସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଯେ ଉକ୍ରର୍ଷ କଳାର କ୍ଷେତ୍ର ହେଉଛି ଉକ୍ରଳ । ସଂସ୍କୃତ ଭାଷା ଦେଶର ଏକତା ଓ ଅଖଣ୍ଡତା ପାଇଁ କାର୍ଯ୍ୟ କରୁଛି । ପୁରୀକୁ ବିଦ୍ୟାନଗରୀ ଓ ପୂର୍ବ ଭାରତର କାଶୀ ମଧ୍ୟ କୁହାଯାଏ । ଗୁରୁ ନାନକ ଓ ଶ୍ରୀଚୈତନ୍ୟଙ୍କ ପରି ମୁନିଋଷି ଏଠାକୁ ଆସିଛନ୍ତି । ରଥଯାତ୍ରା ସମ୍ପର୍କରେ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି । ତେଣୁ ପୁରୀ ଧାମରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି । ରାଷ୍ଟ୍ରପତି ତାଙ୍କ ଭାଷାରେ ପୂର୍ବ ଭାରତରେ ପୁରୀ ଧାମର ସ୍ୱତନ୍ତ୍ର ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ । ପୁରୀର ତାଳବଣିଆର ଶ୍ରୀସଦାଶିବ କ୍ୟାମ୍ପସରେ ଆୟୋଜିତ ଏକ ଉତ୍ସବରେ ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ରାଜ୍ୟପାଳ ଏସସି ଜମିର, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଯୋଗ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରପତି କୋବିନ୍ଦ ନବକଳେବର ସ୍ମାରକୀ ୧୦୦୦ଟଙ୍କିଆ ଓ ୧୦ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଥିଲେ ।

ସେହିପରି ଅରୁଗୁଳଠାରେ ଆଇଆଇଟି ଭୁବନେଶ୍ୱରର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଥିଲେ ଯେ ଖୋର୍ଦ୍ଧା ହେଉଛି ବୀର ମାଟି । ଯେଉଁଠାରୁ ସ୍ୱାଧୀନତା ସଂଗ୍ରାମର ବିଗୁଲ ବାଜିଥିଲା । ସେ ଛାତ୍ରଛାତ୍ରୀଙ୍କୁ ନିଜର ସ୍ୱତନ୍ତ୍ରତା ଦେଖାଇ ଦେଶ ଓ ଜାତି ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ । ପାଇକ ବିଦ୍ରୋହ କଥା ମନେ ପକାଇ ଖୋର୍ଦ୍ଧା ମାଟିକୁ ପାଇକଙ୍କ ମାଟି ବୋଲି କୁହାଯାଏ । ୧୮୧୭ରେ ବକ୍ସି ଜଗବନ୍ଧୁ ଏଠାରେ ସ୍ୱାଧୀନତା ପାଇଁ ଲଢ଼ିଥିଲେ ବୋଲି ରାଷ୍ଟ୍ରପତି କହିଥିଲେ । ସେ ଏହି ଅବସରରେ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି ଆଇସିଟି-ଇଣ୍ଡିଆନ ଅଏଲ୍ ଓଡ଼ିଶା କ୍ୟାମ୍ପସ ଉଦଘାଟନ ସହ ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ନିଜର ଅଭିଭାଷଣରେ ଏହି ପ୍ରତିଷ୍ଠାନ ସ୍ଥାପନ ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଭୂମିକାକୁ ପ୍ରଶଂସା କରିଥିଲେ ।
ସୂଚନାଯୋଗ୍ୟ ରାଷ୍ଟ୍ରପତି କୋବିନ୍ଦ ଦୁଇଦିନିଆ ଓଡ଼ିଶା ଗସ୍ତ ଶେଷ କରି ଆଜି ଅପରାହ୍ନରେ ଦିଲ୍ଲୀ ଅଭିମୁଖେ ଫେରିଯାଇଛନ୍ତି । ବିମାନ ବନ୍ଦରରେ ତାଙ୍କୁ ରାଜ୍ୟପାଳ ଏସସି ଜମିର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବିଦାୟ ଜଣାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top