Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପୁରୁଷ ହକି : ବ୍ରୋଞ୍ଜ ସମ୍ଭାବନାରେ ଭାରତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଦଳର ସ୍ବପ୍ନ ଚୁରମାର । ଫାଇନାଲ ଖେଳିବା ନେଇ ଭାରତୀୟ ପୁରୁଷ ହକି ଦଳର ଯେଉଁ ସ୍ବପ୍ନ ରହିଥିଲା, ଶକ୍ତିଶାଳୀ ବେଲଜିୟମ ଠାରୁ ପରାଜୟ ବରଣ କରିବା ପରେ ତାହା ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଛି । ସେମି ଫାଇନାଲ ମ୍ୟାଚରେ ବେଲଜିୟମ ଠାରୁ ୫-୨ ଗୋଲ ବ୍ୟବଧାନରେ ପରାଜୟ ବରଣ କରିଛି ଭାରତ।
ଫାଇନାଲ ଦୌଡ଼ର ବାହାର ହୋଇଥିଲେ ମଧ୍ୟ ପଦକ ଆଶା ଏବେ ବଜାୟ ରହିଛି । ଭାରତ ବ୍ରୋଞ୍ଜ ପଦକ ପାଇଁ ପୁଣି ଥରେ ମୈଦାନକୁ ଓହ୍ଲାଇବ । ସେପଟେ ୧୯୮୦ ମସିହାରେ ଭାରତ ଅଲିମ୍ପିକ୍ସରେ ଶେଷ ଥର ପାଇଁ ସ୍ବର୍ଣ୍ଣ ପଦକ ହାତେଇଥିଲା ।
ସେପଟେ ଏହି ସେମିଫାଇନାଲ ମ୍ୟାଚକୁ ପ୍ରଧାନମନ୍ତ୍ରୀ ଲାଇଭ ଦେଖିଥିଲେ । ପରାଜୟ ସତ୍ତ୍ବେ ଟିମ ଇଣ୍ଡିଆ ସମସ୍ତଙ୍କ ହୃଦୟ ଜିତି ପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି ହାର-ଜିତ ଜୀବନର ଗୋଟିଏ ଅଂଶ । ଟୋକିଓରେ ଖେଳାଯାଇଥିବା ଏହି ସେମିଫାଇନାଲରେ ଭାରତୀୟ ଦଳର ପ୍ରତିଟି ଖେଳାଳି ସେମାନଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଟିମର ପରବର୍ତ୍ତି ମ୍ୟାଚ ଓ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।
ସେହିପରି ଖେଳମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କି ତୁମେ ମାନେ ନିଜର ସର୍ବଶ୍ରେଷ୍ଟ ପ୍ରଦର୍ଶନ ଦେଇଛ । ତୁମେ ମାନେ ଭଲ ଖେଳିଛ । ପୁରା ଦେଶ ତୁମ ସହିତ ରହିଛି । ଆମ ନିକଟରେ ଏବେବି ପଦକ ଜିତିବାର ସମ୍ଭାବନା ରହିଛି । ଆମେମାନେ କେବେବି ହାର ମାନିବା ନାହିଁ ବୋଲି ଅନୁରାଗ ତାଙ୍କ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top