Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପୋଲିସ୍ ଗୁଳିରେ ୩ ମାଓବାଦୀ ନିହତ

ମାଲକାନଗିରି (ଓଡ଼ିଶା ୱେୟାର):ମାଓ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା । ପୋଲିସ ଗୁଳିରେ ୩ ମାଓବାଦୀ ନିହତ। ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଓ ଜଣେ ପୁରୁଷ ମାଓବାଦୀ ଅଛନ୍ତି । AOB ସଙ୍ଗଠନର ହୋଇଥିବା ସୂଚନା ମିଳିଛି। ସେପଟେ ଲାଲବାହିନୀର ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି।

ମାଲକାନଗିରି ଜିଲ୍ଲା ମାଥିଲି ଥାନା ତୁଳସୀ ପାହାଡ଼ରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପାହାଡ଼ ଉପରେ ମାଓବାଦୀ କ୍ୟାମ୍ପ ଚାଲିଥିବା ଖବର ପାଇ ସର୍ଚ୍ଚ ଅପରେସନ୍‌ ବେଳେ DVF ଓ SOG କ୍ୟାମ୍ପ ଉପରେ ହଠାତ୍‌ ଗୁଳି ମାଡ କରିଥିଲେ ମାଓବାଦୀ। ମାଲକାନଗିରି ଏସ୍‌ପି ପ୍ରହ୍ଲାଦ ମୀନାଙ୍କ ନେତୃତ୍ୱରେ ଗତକାଲି ରାତିରୁ କମ୍ବିଂ ଅପରେସନ୍‌ କରାଯାଇଥିଲା।

ପୋଲିସର କାଉଣ୍ଟର ଫାୟାରିଂକୁ ସାମ୍ନା କରି ନପାରେ ମାଓନେତା ସୁନୀଲ ସହ ଆଉ କିଛି ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ଏବେ ବି କମ୍ବିଂ ଅପରେସନ୍‌ ଜାରି ରହିଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି।

ଅନ୍ଯପଟେ ଦେଖିବାକୁ ଗଲେ କମି କମି ଆସୁଛି ମାଓବାଦୀଙ୍କ ସଂଖ୍ୟା। ମାଓବାଦୀମାନେ ମାଓକାର୍ଯ୍ୟକୁ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେଲେଣି। କିଛି ଦିନ ମଧ୍ୟରେ ବହୁ ସଂଖ୍ୟାରେ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୋଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ମଧ୍ଯ କିଛି କୁଖ୍ୟାତ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ତେବେ ମାଓ ଅଞ୍ଚଳରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି। ଏନେଇ ନିକଟରେ ସୂଚନା ଦେଇଥିଲେ ପୋଲିସ ଡିଜି।

ଅନ୍ଯପଟେ ମାଓବାଦୀଙ୍କ ବର୍ବରକାଣ୍ଡ ବେଳେ ଦେଖିବାକୁ ମିଳୁଛି। ପ୍ରଥମେ ଅପହରଣ ପରେ ହତ୍ୟା କରୁଛନ୍ତି ନିରୀହ ଜନତାଙ୍କୁ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଜିଲ୍ଲାରେ ଅନେକ ସମୟରେ ଲାଲ୍‌ତାଣ୍ଡବ ଦେଖିବାକୁ ମିଳେ । କେତେବେଳେ ପୋଲିସ ଇନଫର୍ମର ସନ୍ଦେହରେ କାହାକୁ ହତ୍ୟା କରନ୍ତି ତ, କେତେବେଳେ ବିନା କାରଣରେ ନିଜ ସ୍ବାର୍ଥ ପାଇଁ ଅତି ନିର୍ମମ ଭାବେ ପିଟି ପିଟି ମାରି ଦିଅନ୍ତି। ତେବେ ଏହି ଘଟଣା ପରେ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top