ଭୁବନେଶ୍ୱର(ଓଡ଼ିଶା ୱେୟାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ସରକାରୀ ବାସଭବନରେ ନବୀନ ମୋଦିଙ୍କ ସହ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ନବୀନ କହିଛନ୍ତି,“ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଫୋନି କ୍ଷୟକ୍ଷତି ନେଇ ଆଲୋଚନା ହୋଇଛି। ଫୋନି ପାଇଁ ୫ ହଜାର କୋଟି ଟଙ୍କା ଆର୍ଥିକ ସହାୟତା ଦେବାକୁ ଅନୁରୋଧ କରାଯାଇଛି। ୫ ଲକ୍ଷ ପକ୍କା ଘର ଯୋଗାଇ ଦେବାକୁ ମଧ୍ୟ ଅନୁରୋଧ କରିଛୁ। କୋଇଲା ରୟାଲିଟି ସଂଶୋଧନ ଦାବି ନେଇ ଜଣାଯାଇଛି।” ସେ ଆହୁରି କହିଛନ୍ତି,“ ଲୋକସଭା ଉପବାଚସ୍ପତି ପଦ ନେଇ କୌଣସି ଆଲୋଚନା ହୋଇନି। ଆୟୁଷ୍ମାନ ଯୋଜନା ସଂପର୍କରେ ମଧ୍ୟ ଆଲୋଚନା ହୋଇନି।”ଏଥିସହ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପାଇଁ ମୋଦିଙ୍କୁ ନବୀନ ଅଭିନନ୍ଦନ ଜଣାଇଛନ୍ତି।


