Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପ୍ରଧାନମନ୍ତ୍ରୀଙ୍କ ବୈଠକରେ ସାମିଲ ହେଲେ ଚନ୍ଦ୍ରଶେଖର

ଭୁବନେଶ୍ୱର(ଓଡ଼ିଶା ୱେୟାର): କରୋନା ପରିସ୍ଥିତି ଓ କୋଭିଡ୍ ଟିକା ବଣ୍ଟନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଜେଡି ସାମିଲ ହୋଇ ନିଜର ମତ ରଖିଛି । କୋଭିଡ-୧୯ ଟିକା ବଣ୍ଟନ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଓ ଏ କ୍ଷେତ୍ରରେ ଓଡ଼ିଶାକୁ ପ୍ରାଥମିକତା ଦେବାକୁ ବିଜେଡି ଦାବି ରଖିବା ସହ ପ୍ରଧାନମନ୍ତ୍ରୀ ଓ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ସହଯୋଗ ନିମନ୍ତେ ଧନ୍ୟବାଦ ଜଣାଇଛି । ତେବେ ପ୍ରଧାନମନ୍ତ୍ରୀ ଡାକିଥିବା ସର୍ବଦଳୀୟ ବୈଠକକୁ ବିଜେଡି ସଂସଦରେ ଦଳ ନେତା କିମ୍ବା ବରିଷ୍ଠ ନେତାମାନଙ୍କୁ ନପଠାଇ ଚଳିତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ଆସିଥିବା ଚନ୍ଦ୍ରଶେଖର ସାହୁଙ୍କୁ ଦଳର ପ୍ରତିନିଧିତ୍ୱ ପାଇଁ ସୁଯୋଗ ଦେବାକୁ ନେଇ ଏବେ ଦଳୀୟ ମହଲରେ ଚର୍ଚ୍ଚା ଜୋର ଧରିଛି ।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କରୋନା ପରିସ୍ଥିତିି ଓ ଟିକା ବଣ୍ଟନ ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ପ୍ରତିନିଧିତ୍ୱ କରି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ୨ଟି ପ୍ରସ୍ତାବ ରଖିଛନ୍ତି । ପ୍ରଥମତଃ କୋଭିଡ୍ ଟିକାର ପ୍ରଭାବକୁ ତୁରନ୍ତ ଆକଳନ କରି ଏହା କିଭଳି ବ୍ୟାପକ ଭାବେ ଗ୍ରହଣୀୟ ହୋଇପାରିବ ଏବଂ ଦ୍ୱିତୀୟତଃ କୋଭିଡ୍ ଟିକା ବଣ୍ଟନ ପୂର୍ବରୁ ଦେଶବ୍ୟାପୀ ସଚେତନ କାର୍ଯ୍ୟକ୍ରମ କରିବାକୁ ବିଜେଡି ପ୍ରସ୍ତାବ ଦେଇଛି । ବିଜେଡି ସର୍ବଦା ଗଠନମୂଳକ ସହଯୋଗ କରିସାରିଛି ଓ ଟିକା ବଣ୍ଟନରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି । ଏହାସହିତ କରୋନା କାଳରେ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଓ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଥିବା ନେଇ ଶ୍ରୀ ସାହୁ ବୈଠକରେ କହିଥିଲେ ।
ତେବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଡାକିଥିବା ବୈଠକକୁ ବିଜେଡି ନିଜର ପୁରୁଖା ନେତାମାନଙ୍କ ନପଠାଇ ଶ୍ରୀ ସାହୁଙ୍କ ପଠାଇ ଥିବାକୁ ନେଇ ଦଳୀୟ ମହଲରେ ଚାପା ଅସନ୍ତୋଷ ଦେଖାଦେଇଛି । ଗଣମାଧ୍ୟମ ଆଗରେ କୌଣସି ନେତା କିଛି ମତାମତ ଦେବାକୁ ରାଜି ନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଡାକିଥିବା ବୈଠକକୁ ଲୋକସଭାରେ ଦଳର ନେତା ପିନାକୀ ମିଶ୍ର କିମ୍ବା ରାଜ୍ୟସଭାରେ ଦଳର ନେତା ପ୍ରସନ୍ନ ଆଚାର୍ଯ୍ୟକୁ ପଠାଯାଇ ପାରିଥାନ୍ତା ବୋଲି ମତ ଦେଇଛନ୍ତି । ବରିଷ୍ଠତା ଦୃଷ୍ଟିରୁ ଭର୍ତ୍ତୃହରି ମହତାବ ବି ଅଛନ୍ତି । କିନ୍ତୁ ଏହି ନେତାମାନଙ୍କୁ ଅଣଦେଖା କରି ଦଳ ଶ୍ରୀ ସାହୁଙ୍କ ଉପରେ ଅଧିକ ଭରସା କରିଛି । ସମ୍ଭବତଃ ପ୍ରଦୀପ ପାଣିଗ୍ରାହୀ ପ୍ରସଙ୍ଗକୁ ମ୍ୟାନେଜ୍ ପାଇଁ ବିଜେଡି ଏବେ ଗଞ୍ଜାମ ନେତାମାନଙ୍କୁ ଅପେକ୍ଷାକୃତ ଗୁରୁତ୍ୱ ଦେବାକୁ ପ୍ରୟାସ କରୁଥାଇପାରେ ବୋଲି ବିଜେଡି ମହଲରେ ଚର୍ଚ୍ଚା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top