ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲାନି ଜାମିନ । ଖୋର୍ଦ୍ଧା ଅତିରିକ୍ତ ଜିଲା ଦୌରାଜଜ-୨ କୋର୍ଟ ଆଜି ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।
ଆଜି ଏଡିଜେ-୨ କୋର୍ଟରେ ଇଭିଏମ୍ ଭଙ୍ଗାରୁଜା ଅଭିଯୋନ ନେଇ ଶୁଣାଣି ହୋଇଥିଲା। ବରିଷ୍ଠ ଓକିଲ ପିତାମ୍ବର ଆଚାଯ୍ୟଙ୍କ ସମେତ ଖୋର୍ଦ୍ଧା ବାର ଆସୋସିଏସନର ପ୍ରାୟ ୪୦ଜଣ ଓକିଲ ଜଗଦେବଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ।
ଗତ ୨୫ ତାରିଖରେ ବୋଲଗଡ଼ ବ୍ଲକ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗା ଘଟଣାରେ ପୋଲିସ ଖୋର୍ଦ୍ଧା ଭାଜପା ବିଧାୟକ ପ୍ରାର୍ଥୀ ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।


