ଭୁବନେଶ୍ୱର : ବିଜେଡି ଉପସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ଭାବେ ନିଯୁକ୍ତି ପାଇଛନ୍ତି । ଦଳ ପକ୍ଷରୁ ସର୍ବସମ୍ମତିକ୍ରମେ ଶ୍ରୀ ଆଚାର୍ଯ୍ୟଙ୍କୁ ନିଯୁକ୍ତି ଦିଆଯାଇଛି । ଆଜି ଦଳ ପକ୍ଷରୁ ଜାରି ଏକ ପ୍ରେସ୍ ରିଲିଜ୍ରେ କୁହାଯାଇଛି ଯେ, ଶ୍ରୀ ଆଚାର୍ଯ୍ୟ ବିଜେଡି ସଂସଦୀୟ ଦଳର ନେତା ଭାବେ କାର୍ଯ୍ୟ କରିବା ସଂକ୍ରାନ୍ତ ନିଷ୍ପତ୍ତି ସମ୍ପର୍କରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ବିଧିବଦ୍ଧ ଭାବେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ସୂଚନାଯୋଗ୍ୟ ସାଂସଦ ଦିଲ୍ଲୀପ ତିର୍କୀ ଏପ୍ରିଲ ୨ତାରିଖରେ ଅବସର ନେବା ପରେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ପଦ ଖାଲି ପଡ଼ିଥିଲା ।


