Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଖେଳ

ପ୍ୟାରିସ ଅଲମ୍ପିକ୍ସ: ଫାଇନାଲରେ ଭାରତର ସୁଟର ମନୁ ଭାକର

ପ୍ୟାରିସ ଅଲିମ୍ପିକ୍ସରେ ୧୦ ମିଟର ଏୟାର ପିଷ୍ଟଲ ଇଭେଣ୍ଟର ଫାଇନାଲରେ ଭାରତର ମନୁ ଭାକର । କ୍ବାଲିଫାୟର ରାଣ୍ଡରେ ମୋଟ ୫୮୦ ପଏଁଣ୍ଟ ସହ ତୃତୀୟ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ମହିଳା ସୁଟର ମନୁ ଭାକର। ୨୦ ବର୍ଷ ପରେ ଜଣେ ଭାରତୀୟ ମହିଳା ଶୁଟର ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଭାରତୀୟ ସମୟ ଅନୁସାରେ ରବିବାର ଅପରାହ୍ନ ସାଢ଼େ ୩ଟାରେ ଫାଇନାଲ୍ ଖେଳାଯିବ।

ଭାରତୀୟ ସୁଟର ସୁଟର ମନୁ ଭାକର ଫାଇନାଲକୁ ଉନ୍ନୀତ ହୋଇ ପଦକ ଜିତିବାର ସୁଯୋଗ ସୃଷ୍ଟି କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ସେ ତୃତୀୟ ସ୍ଥାନରେ ରହିବାରୁ ଏପରି ସଫଳତା ପାଇଛନ୍ତି। ସେ ୨୭ଟି ଇନର ୧୦ ଶଟ ମାରିଛନ୍ତି। ଦୁଇ ଭାରତୀୟଙ୍କ ସମେତ ମୋଟ ୪୫ ଜଣ ଖେଳାଳି ଯୋଗ୍ୟତା ପର୍ଯ୍ୟାୟରେ ଭାଗ ନେଇଥିଲେ। ୨୨ ବର୍ଷୀୟ ମନୁ ଭାକରର ଦ୍ୱିତୀୟ ସିରିଜରେ ଦମଦାର ପ୍ରଦର୍ଶନ କରି ୯୭ ପଏଣ୍ଟ ହାସଲ କରିଥିଲା। ୬ ସିରିଜ ଇଭେଣ୍ଟର ହାଫ ଟାଇମ ସୁଦ୍ଧା ସେ ମୋଟ ୩୦୦ରୁ ୨୯୨ ପଏଣ୍ଟ ହାସଲ କରି ନିଜକୁ ଟପ୍‌ ୮ରେ ରଖିବାକୁ ସକ୍ଷମ ହୋଇଥିଲେ। କାରଣ ଟପ୍‌ ୮ରେ ରହୁଥିବା ଖେଳାଳିମାନେ ହିଁ ମେଡାଲ ଦୌଡ଼ରେ ରହିବେ। ହେଲେ ମନୁ ଭାକର ସିଧା ତୃତୀୟ ସ୍ଥାନରେ ରହି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top