ଭୁବନେଶ୍ୱର(ଓଡ଼ିଶା ୱେୟାର):ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ରେ କ୍ଷତିଗ୍ରସ୍ତ ପରିବାର ପାଇଁ ରାଜ୍ୟ ସରକାର ଆଜି ସହାୟତା ଘୋଷଣା କରିଛନ୍ତି।୮ହଜାର କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୭କୋଟି ୫୮ହଜାର ଟଙ୍କା ମଞ୍ଜୁର କରାଯାଇଛି। ଏହି କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ସହାୟତା ପାଇବାରୁ ବଞ୍ôଚତ ହୋଇଥିଲେ । ଏହି ୮ହଜାର ପରିବାର ମଧ୍ୟରୁ ୬୦୦ ପରିବାରକୁ ଆଂଶିକ ଘର ଭାଙ୍ଗିଥିବା ଯୋଗୁ ୩ହଜାର ଟଙ୍କା ଲେଖାଏ ଓ ୭୪୦୦ ପରିବାରକୁ ୧୦ହଜାର ଟଙ୍କା ଲେଖାଏ ସହାୟତା ମିଳିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ପୁରୀ ଜିଲ୍ଲାରେ ୨,୮୭,୭୬୨ଟି ପରିବାର ଫୋନିରେ କ୍ଷତିଗ୍ରସ୍ତ ହୋଇଛନ୍ତି । ସେମାନଙ୍କର ଘର ଆଂଶିକ ବା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ।


