Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବଜେଟ୍ କ୍ରାନ୍ତିକାରୀ: ସମୀର , ବଜେଟ୍ ଐତିହାସିକ ବିପତ୍ତି: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ୱେୟାର):୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟକୁ ଏକ କ୍ରାନ୍ତିକାରୀ ବଜେଟ୍ ବୋଲି ରାଜ୍ୟ ବିଜେପି କହିଥିବାବେଳେ ପ୍ରଦେଶ କଂଗ୍ରେସ ଏହି ବଜେଟକୁ ଐତିହାସିକ ବିପତ୍ତି କହିଛି ।
ଆଜି କେନ୍ଦ୍ର ବଜେଟ୍ ଉପରେ ପ୍ରତିକ୍ରିୟା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କରୋନା ମହାମାରୀବେଳେ ରାଜ୍ୟ ଓ ଦେଶର ଆର୍ଥିିକ ସ୍ଥିତି ସମ୍ପୂର୍ଣ୍ଣ ଦୁର୍ବଳ ଓ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଦେଶର ଅର୍ଥନୀତିକ ଅବସ୍ଥା ଏପରିକି ବାଂଲାଦେଶ ଠାରୁ ବି ଖରାପ ସ୍ଥିତିରେ ପହଂଚିଛି । ଏହା ଏକ ଐତିହାସିକ ବିପତ୍ତି । ଗରିବ ଓ ଗ୍ରାମୀଣ ଏବଂ ସହରାଂଚଳରେ ଥିବା ମଧ୍ୟବିତ୍ତ ଲୋକଙ୍କର ଉର୍ପାଜନ ବଢ଼ିବାର କୌଣସି ସମ୍ଭାବନା ନାହିଁ । ଏପରିକି କୋଟି କୋଟି ଲୋକ ରୋଜଗାର ହରାଇ ବସିଛନ୍ତି ଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରୋଜଗାର ଦେବାରେ ସମ୍ପୂର୍ଣ୍ଣର୍ ବିଫଳ ହୋଇଛନ୍ତି । ଅନ୍ୟପକ୍ଷରେ ଦେଶର ୧% ଲୋକଙ୍କର ୩୫% ଆୟ ବଢ଼ିଯାଇଛି । ସେମାନଙ୍କର ଟ୍ୟାକ୍ସେସନ ବ୍ୟବସ୍ଥା ନଥିବାରୁ ରାଜସ୍ୱ ଭରଣା କିପରି ହେବ ଓ ରୋଜଗାର କିପରି ବଢ଼ିବ, ଉତ୍ପାଦନ କିପରି ବୃଦ୍ଧି ହେବ, ଚାଷୀଙ୍କ ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ହେବ କିପରି? ଯୁବକମାନେ କର୍ମନିଯୁକ୍ତି ପାଇବେ କିପରି ବୋଲି ପ୍ରଶ୍ନ କରିଛନ୍ତି । ଏଣୁ ଏହା ଏକ ନୈରାଶ୍ୟଜନକ ବଜେଟ । ଏହି ବଜେଟଟି ପୁଞ୍ଜପତିଙ୍କୁ ସୁହାଇଲା ଭଳି ବଜେଟ । ଦେଶକୁ ବିକ୍ରି କରିବା ପାଇଁ ଏହା ଏକ ମସୁଧା ଅଟେ । ଏଥିରେ ଓଡ଼ିଶାର ନୀଳାଚଳ ଇସ୍ପାତ ନିଗମ ବିକ୍ରି କରିବା ମଧ୍ୟ ଅନ୍ତର୍ଭୁକ୍ତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପାଳିର ତୃତୀୟ ଆର୍ôଥକ ବଜେଟ ଆମ ଦେଶର ଆର୍ôଥକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରୀ ବଜେଟ । ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଣିଥିବା ଏହି ବଜେଟ ସବୁ ବର୍ଗକୁ ସୁହାଇଲା ଭଳି ହୋଇଛିା ମୋଦିଜୀଙ୍କର ନୂଆ ଭାରତର ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିବା ଦିଗରେ ଏହି ବଜେଟ ସଫଳ ହେବା ଦେଶର ଚାଷ ଠାରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ, ଦେଶର ବିକାଶ ଓ ପ୍ରଗତି ଦିଗରେ ଗୁରୁତ୍ୱ ବହନ କରୁଥିବା ସମସ୍ତ କ୍ଷେତ୍ର ପ୍ରତି ଧ୍ୟାନ ଦିଆଯାଇଛିା ଏହି ବଜେଟରେ ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପୃଷ୍ଟିକର ଖାଦ୍ୟ, ବିଶୁଦ୍ଧ ଜଳ ଓ ସୁଯୋଗର ସମାନତା ଉପରେ ସାଧାରଣ ପୁରୁଷ ଓ ମହିଳା ଉପକୃତ ହେବୋ ଏହି ବଜେଟ ବ୍ୟକ୍ତିବିଶେଷ, ନିବେଶକ, ଶିଳ୍ପ ଏବଂ ଭିତ୍ତିଭୂମି କ୍ଷେତ୍ର ପାଇଁ ସକରାତ୍ମକ ପରିବର୍ତନ ଆଣିବା ଦେଶର ଯୁବ ବର୍ଗଙ୍କ ସ୍ପପ୍ନକୁ ପୁରଣ କରିବା ଦିଗରେ ଏହି ବଜେଟ ଆଗାମୀ ଦିନରେ ବଡ ଭୂମିକା ନେବ । ଚାଷୀମାନଙ୍କୁ ଦେଢଗୁଣା ଏମଏସପି ସୁନିଶ୍ଚିତ କରି ଆଗାମୀ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରାଯିବ । ସେହିପରି ଏହି ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଅନେକ ବୈପ୍ଲବିକ ପରିବର୍ତ୍ତନର ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top