Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଠିକଣା: ଏଣିକି ସେଭେନଥ୍ ଫ୍ଲୋର ହେବ ସିଏମ୍ ଅଫିସ୍‌

ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ପରଠୁ ନିଜ ଅଫିସକୁ ଆସୁନଥିବା ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ନିଜ ଅଫିସ୍ ଠିକଣା ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଲୋକସେବା ଭବନର ଥାର୍ଡଫ୍ଲୋର ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାରବେଳ ଭବନର ସେଭେନଥ୍ ଫ୍ଲୋରରୁ ନିଜର ଅତ୍ୟାଧୁନିକ ଅଫିସ୍ ପରିଚାଳନା କରିବେ । ଏଥିପାଇଁ ପ୍ରସ୍ତୁତି ଶେଷପର୍ଯ୍ୟାୟରେ ପହଂଚିଛି ।
ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଣିକି ଖାରବେଳ ଭବନର ସପ୍ତମ ମହଲାର ପଶ୍ଚିମଭାଗ କୋଠାରୁ ନିଜର ଅଫିସ୍ କାର୍ଯ୍ୟ କରିବେ । ମୁଖ୍ୟମନ୍ତ୍ରୀଙ୍କ ଅଫିସ ନିମନ୍ତେ ସେଠାରେ ଆବଶ୍ୟକ ସାଜସଜ୍ଜା କାର୍ଯ୍ୟ ଏବେ ଜୋରସୋରରେ ଚାଲିଛି । ଖାରବେଳ ଭବନର ସପ୍ତମ ମହଲାର ପଶ୍ଚିମ ଭାଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଇଣ୍ଟେରିଅର ସାଜସଜ୍ଜା ଓ ଅତ୍ୟାଧୁନିକ ସୁବିଧା ନିମନ୍ତେ ପ୍ରାୟ ୬କୋଟି ଟଙ୍କା ବଜେଟ୍ ବ୍ୟୟବରାଦ ହୋଇଛି । ଏହି କୋଠାରେ ଅତ୍ୟାଧୁନିକ ଫୋର-କେ ଭିଡିଓ କନଫରେନ୍ସିଂ ବାର ସମେତ ଅତ୍ୟାଧୁନିକ ସୁବିଧାସୁଯୋଗ ଉପଲବ୍ଧ ହେବ । ମୁଖ୍ୟମନ୍ତ୍ରୀଙ୍କ ସହ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ ମୁଖ୍ୟ ପରାମର୍ଶଦାତାଙ୍କ ଅଫିସ୍ ମଧ୍ୟ ରହିବ । ମୁଖ୍ୟମନ୍ତ୍ରୀ ସେହି ଅଫିସରେ ବସି ରାଜ୍ୟର ସବୁ ଭାଗ ସହ ଯେଭଳି ଯୋଡ଼ି ହୋଇପାରିବେ ସେଥିପାଇଁ ସେଠାରେ ସମସ୍ତ ପ୍ରକାରର ଆଧୁନିକ ସୁବିଧାଯୁକ୍ତ ଯୋଗାଯୋଗ ବ୍ୟବସ୍ଥା କରାଯାଉଛି । ସପ୍ତମ ମହଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନଙ୍କ ଲାଉଞ୍ଜ ‘ଥ୍ରୀ-ଡି’ ଭଳି ଦୃଶ୍ୟମାନ ହେବ । ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଚାମ୍ବର, ୱେଟିଂ ଲବି, କନଫରେନ୍ସ ହଲ, ଆଇପି ଆଧାରିତ ଇଣ୍ଟରକମ୍ ସୁବିଧା ଓ ପ୍ୟାଣ୍ଟ୍ରି ମଧ୍ୟ ରହିବ । ଏସବୁ ଆଭ୍ୟନ୍ତରୀଣ କାର୍ଯ୍ୟ ନିମନ୍ତେ ମୋଟ ୬କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମୁଖ୍ୟମନ୍ତ୍ରୀ, ତାଙ୍କ ପ୍ରମୁଖ ସଚିବ, ପ୍ରମୁଖ ପରାମର୍ଶଦାତାଙ୍କ ରୁମରେ ୭୫ ଇଂଚର ଏଲଇଡି ଟିଭି ଲାଗିବା ସହ କନଫରେନ୍ସ ହଲରେ ମଧ୍ୟ ବିଶାଳ ଏଲଇଡି ସୁବିଧା ରହିବ । ମୁଖ୍ୟମନ୍ତ୍ରୀଙ୍କ ଅଫିସ ନିମନ୍ତେ ସ୍ୱତନ୍ତ୍ର ଭାବେ ଜେନେରେଟର ଓ ଅନ୍ୟାନ୍ୟ ସୁବିଧା ରହିବ ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୦୦୦ ମସିହା ମାର୍ଚ୍ଚ ୫ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ ପରଠୁ ଲୋକସେବା ଭବନ(ପୂର୍ବରୁ ସଚିବାଳୟ)ର ତୃତୀୟ ମହଲାରେ ନିଜସ୍ୱ କାର୍ଯ୍ୟାଳୟ ଜାରି ରଖିଥିଲେ । ଅବଶ୍ୟ ୨୦୨୦ ମାର୍ଚ୍ଚରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଇବା ପରଠୁ ମୁଖ୍ୟମନ୍ତ୍ରୀ ଗତ ପ୍ରାୟ ଏକବର୍ଷ ମଧ୍ୟରେ ମାତ୍ର ୩ଥର ସ୍ୱଳ୍ପ ସମୟ ପାଇଁ ଅଫିସ୍ ଯାଇଛନ୍ତି । ଲୋକସେବା ଭବନର ତୃତୀୟ ମହଲା ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭାବେ ଅଦ୍ୟାବଧି କାର୍ଯ୍ୟ କରି ଆସୁଛି । ତେବେ ନବୀନ ପ୍ରଥମଥର ପାଇଁ ଖାରବେଳ ଭବନର ସପ୍ତମ ଫ୍ଲୋରରେ ନିଜସ୍ୱ ଅଫିସ କରିବା ପାଇଁ ନିଷ୍ପତ୍ତି ନେଇ ସେ ଦିଗରେ କାର୍ଯ୍ୟ ଆରମ୍ଭ କରିସାରିଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top