ଭୁବନେଶ୍ୱର(ଓଡ଼ିଶା ୱେୟାର): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଆଇପିଏସସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି । ଜଗତସିଂହପୁର ଜିଲ୍ଲା ପୁଲିସ ଏସପି ୨୦୦୮ ବ୍ୟାଚର ଆଇପିଏସ୍ ଆର.ପ୍ରକାଶଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଏସପି ଭାବେ ବଦଳି କରାଯାଇଥିବାବେଳେ ସେଠାରେ ଥିବା ୨୦୦୬ ବ୍ୟାଚ ଆଇପିଏସ ସୁଧା ସିଂଙ୍କୁ ଜଗତସିଂହପୁର ଜିଲ୍ଲା ଏସପି ଭାବେ ବଦଳି କରାଯାଇଛି ।
ଶ୍ରୀମତୀ ସିଂ ପୂର୍ବରୁ ଜଗତସିଂହପୁର ଜିଲ୍ଲା ଏସପି ଭାବେ ପ୍ରାୟ ଦୁଇ ବର୍ଷ ଧରି କାର୍ଯ୍ୟ କରି ସେ ୨୦୧୬ ଜୁଲାଇରେ ଭିଜିଲାନ୍ସ ଏସପି ଭାବେ ବଦଳି ହୋଇଥିଲେ । ପ୍ରକାଶଙ୍କୁ ୨୦୧୮ ଏପ୍ରିଲ ମାସରେ ଜଗତସିଂହପୁର ଜିଲ୍ଲା ଏସପି ଭାବେ ନିଯୁକ୍ତି ମିଳିଥିଲା ।


