Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ବଦଳିଲେ ୯ ଜିଲ୍ଲାର ଏସପି, ସଞ୍ଜିବ ଓ ଆଶିଷଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ୱେୟାର):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବରିଷ୍ଠ ପୁଲିସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ମୋଟ ୨୮ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଓ ଗୁଇନ୍ଦା ନିର୍ଦ୍ଦେଶକଙ୍କୁ ସ୍ପେଶାଲ ଡିଜି ପାହ୍ୟାକୁ ପଦୋନ୍ନତି ସହ ସେହିଠାରେ କାମ କରିବାକୁ ଅନୁମତି ମିଳିଛି। ମୋଟ ୯ଟି ଜିଲ୍ଲା କଟକ, ଖୋର୍ଦ୍ଧା,ପୁରୀ, ରାଉରକେଲା, ଢେଙ୍କାନାଳ,ଗଜପତି,ଦେବଗଡ଼, ରାୟଗଡ଼ା, ନବରଙ୍ଗପୁରରେ ନୂଆ ଏସପିଙ୍କୁ ଅବସ୍ଥାପିତ କରାଯାଇଛି ।
ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରଏଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ପରେ ତାଙ୍କୁ ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି ଭାବେ ଅବସ୍ଥାପିତ କରାଯାଇଛି। ବଦଳି ହୋଇଥିବା ୨୦ ଆଇପିଏସ ଅଫିସର ହେଲେ ବିନୟାନନ୍ଦ ଝାଙ୍କୁ ଓଏଚଆରସି ନିର୍ଦ୍ଦେଶକ, ସିଦ୍ଧାର୍ଥ ନର୍ବାଣେଙ୍କୁ ଏଡିଜି ଏଚଆରପିସି, ମହେନ୍ଦ୍ର ପ୍ରତାପଙ୍କୁ ଏଡିଜି ପ୍ରିଜନ, ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ଆଇନଶୃଙ୍ଖଳା ଭାବେ ବଦଳି କରାଯାଇଛି। ସେହିପରି ଅମିତାଭ ଠାକୁରଙ୍କୁ ଆଇଜି ଓଏସଏପି, ଏସ୍.ସାଇନିଙ୍କୁ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀରେ ଆଇଜି, ଯତୀନ୍ଦ୍ର କୋଏଲଙ୍କୁ ଦକ୍ଷିଣାଞ୍ଚଳ ଆଇଜି ଓ ହିମାଂଶୁ ଲାଲଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଭାବେ ବଦଳି ହୋଇଛନ୍ତି। ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ କୁମାର ସିଂଙ୍କୁ ଗୁଇନ୍ଦା ବିଭାଗ ଡିଆଇଜି ଭାବେ ବଦଳି କରାଯାଇ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି। ରାହୁଲ ପି.ଆରଙ୍କୁ କ୍ରାଇମବ୍ରାଞ୍ଚ(ଏସଟିଏଫ) ଏସପି, ବିବେକାନନ୍ଦ ଶର୍ମାଙ୍କୁ ପୁଲିସ ମୁଖ୍ୟାଳୟ ଏଆଇଜିଙ୍କ ସମେତ ପୁରୀର ବିବାଦୀୟ ଏସପି ସାର୍ଥକ ଷଡ଼ଙ୍ଗୀଙ୍କୁ ରାଉରକେଲା, ଉମାଙ୍କର ଦାଶଙ୍କୁ ପୁରୀ, ଶାରା ଶର୍ମାଙ୍କୁ ଗଜପତି, ଅନୁପମା ଜେମସଙ୍କୁ ଢେଙ୍କାନାଳ ଏସପି ଭାବେ ବଦଳି ହୋଇଛି।
ସେହିପରି ୨୦୧୫ ବ୍ୟାଚର ୫ଜଣ ଆଇପିଏସଙ୍କୁ ପଦୋନ୍ନତି ପରେ ଏସପି ଭାବେ ନିଯୁକ୍ତି ମିଳିଛି। ପଦ୍ମିନୀ ସାହୁଙ୍କୁ ଡିସିପି,ହେର୍ଡକ୍ୱାଟର,ରାହୁଲ ଜୈନଙ୍କୁ ଦେବଗଡ଼, ଶରଭଣା ବିବେକ ଏମଙ୍କୁ ରାୟଗଡ଼ା ଏସପି, କୁଶଲକାର ନିତିନ ଡୁଗଡୁଙ୍କୁ ନବରଙ୍ଗପୁର ଏସପି, ପ୍ରତ୍ୟୁଷ ଦିବାକରଙ୍କୁ ରାଜ୍ୟପାଳଙ୍କ ଏଡିସି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ବରିଷ୍ଠ ଓପିଏସ ମାଧବ ଚନ୍ଦ୍ର ସାହୁଙ୍କୁ ଏଆଇଜି(ପର୍ସେନଲ),କେକେ ଡୋଙ୍ଗାୟଗଙ୍କୁ କଟକ ରେଳବାଇ ଇନଚାର୍ଜ ଏସପି, ଅମୂଲ୍ୟ କୁମର ଦାସଙ୍କୁ ଖୋର୍ଦ୍ଧା ଏସପି(ଇନଚାର୍ଜ),ଦୀପ୍ତି ରଞ୍ଜନ ରାୟଙ୍କୁ କ୍ରାଇମବ୍ରାଞ୍ଚ ଏସପି(ଇନଚାର୍ଜ),ସନ୍ତୋଷ କୁମାର ନାୟକଙ୍କୁ ଏସଆଇଡବ୍ଲ୍ୟୁ ଏସପିି (ଇନଚାର୍ଜ), ରାଧା ବିନୋଦ ପାଣିଗ୍ରାହୀଙ୍କୁ କଟକ ଏସପି(ଇନଚାର୍ଜ),ପ୍ରାଣଧନ ମହାପାତ୍ରଙ୍କୁ ଓ ରବିନାରାୟଣ ବେହେରାଙ୍କୁ ପୁଲିସ ମୁଖ୍ୟାଳୟରେ ପୁଲିସ ନିଯୁକ୍ତି ବୋର୍ଡରେ ଅବସ୍ଥାପିତ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top