ବାଂଲାଦେଶ ସ୍ଥିତି ଅଣାୟତ୍ତ। ରାଜନୈତିକ ଅସ୍ଥିରତା ଓ ହିଂସା ମଧ୍ୟରେ ଗଠନ ହୋଇଛି ଅନ୍ତରୀଣ ସରକାର । ଏହାର ନେତୃତ୍ବ ନେବେ ନୋବେଲ୍ ବିଜେତା ମହମ୍ମଦ ୟୁନୁସ । ମଙ୍ଗଳବାର ତାଙ୍କୁ ବାଂଲାଦେଶର ଅନ୍ତରୀଣ ସରକାର ଚଳାଇବା ପାଇଁ ନେତା ଭାବେ ମନୋନୀତ କରାଯାଇଛି । ରାଷ୍ଟ୍ରପତି ମହମ୍ମଦ ଶହାବୁଦ୍ଦିନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ଅନ୍ତରୀଣ ସରକାର ପ୍ରସ୍ତାବକୁ ଆନ୍ଦୋଳନରତ ଛାତ୍ରଙ୍କ ସମର୍ଥନ ଜଣାଇଥିଲେ।ପ୍ରକାଶ ଯେ, ଏହି ହିଂସା ମଧ୍ୟରେ ନିକଟରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିଥିଲେ।


