ଉପକୂଳ ଜିଲ୍ଲାମାନଙ୍କରେ ଭୀଷଣ ବାତ୍ୟା ‘ଦାନା’ ପ୍ରଭାବ ଆରମ୍ଭ ହୋଇଯାଇଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷା ହେବା ସହିତ ପବନ ମଧ୍ୟ ଆରମ୍ଭ ହୋଇଯାଇଛି । ତେଣୁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିବା ସହିତ ଗମନାଗମନ ମଧ୍ୟ ସମସ୍ୟା ଦେଖା ଦେଲାଣି । ତେବେ ବାତ୍ୟାକୁ ନଜରରେ ରଖି ବାଲେଶ୍ୱରରେ ଘରୋଇ ବସ୍ ଚଳାଚଳ ବନ୍ଦ ରଖାଯାଇଛି । ବାଲେଶ୍ୱରରୁ ଚନ୍ଦନେଶ୍ୱର ଓ ଭୁବନେଶ୍ୱରକୁ ବସ୍ ଚଳାଚଳ ବନ୍ଦ ରଖାଯାଇଛି । ଏ ନେଇ ବାଲେଶ୍ୱର ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତି ନିଆଯାଇଛି ।


