ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ବୈଦିକ ରୀତିନୀତିରେ ନିଜର ବାନ୍ଧବୀ ନନ୍ଦିନୀ ବେହେରାଙ୍କୁ ବିବାହ କରିଛନ୍ତି । କାକଟପୁରର ଦେଉଳିମଠରେ ତାଙ୍କର ବିବାହ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ୩୬ବର୍ଷୀୟ କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା ନିଜ ଗାଁ ଅସ୍ତରଙ୍ଗ ଅନ୍ତର୍ଗତ ବାଲିଡ଼ିଆ ଗାଁର ରୋହିତ ବେହେରାଙ୍କ ଝିଅ ନନ୍ଦିନୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ମନ୍ତ୍ରୀ ଶ୍ରୀ ବେହେରା ବରଯାତ୍ରୀଙ୍କ ସହ ନିଜ ନିର୍ବାଚନମଣ୍ଡଳୀ କାକଟପୁରର ପ୍ରସିଦ୍ଧ ଦେଉଳିମଠକୁ ଯାଇଥିଲେ । ସେଠାରେ ଅପରାହ୍ନ ସାଢ଼େ ୪ଟାରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଦେଉଳିମଠରେ ନିର୍ବାଚନମଣ୍ଡଳୀର ଲୋକମାନଙ୍କ ପାଇଁ ପ୍ରୀତିଭୋଜନର ଆୟୋଜନ ହୋଇଛି । ଆସନ୍ତାକାଲି ରାତିରେ ମନ୍ତ୍ରୀ ଶ୍ରୀ ବେହେରା ନିଜର ୟୁନିଟ-୨ସ୍ଥିତ ସରକାରୀ ବାସଭବନରେ ବିବାହ ଭୋଜିର ଆୟୋଜନ କରିଛନ୍ତି ।


