Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବାବୁଙ୍କୁ ତାଗିଦ୍ : ୩୧ ସୁଦ୍ଧା ଅନଲାଇନରେ ସମ୍ପତ୍ତି ତାଲିକା ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ୱେୟାର): ସର୍ବଭାରତୀୟ ସେବାର ଅଫିସରମାନଙ୍କୁ ଚଳିତମାସ ୩୧ତାରିଖ ସୁଦ୍ଧା ନିଜର ବାର୍ଷିକ ସମ୍ପତ୍ତି ତାଲିକା ଅନଲାଇନରେ ଦାଖଲ କରିବାକୁ ପଡ଼ିବ । ଯେଉଁ ଅଫିସରମାନେ ନିର୍ଦ୍ଧାରିତ ଅବଧି ମଧ୍ୟରେ ନିଜର ସମ୍ପତ୍ତି ତାଲିକା ଦାଖଲ ନକରିବେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏହା ଯଥେଷ୍ଟ କାରଣ ହେବ ବୋଲି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଚେତାବନୀ ଦେଇଛି ।
ଗତ ସପ୍ତାହରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀନିବାସ ଆର କଟିକିଥାଲା ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କୁ ଚିଠି ଲେଖି ସର୍ବଭାରତୀୟ ସେବାର ସମସ୍ତ ଅଫିସରମାନଙ୍କୁ ୨୦୨୦ ମସିହାର ବାର୍ଷିକ ସମ୍ପତ୍ତି ତାଲିକା ଜାନୁୟାରୀ ୩୧ତାରିଖ ମଧ୍ୟରେ ନିର୍ଦ୍ଧାରିତ ଅନଲାଇନ ମଡ୍ୟୁଲରେ ଦାଖଲ କରିବାକୁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି ନିମନ୍ତେ ଅନୁରୋଧ କରିଛନ୍ତି । ଅଫିସରମାନେ କେବଳ ଅନଲାଇନରେ ନିଜର ବାର୍ଷିକ ସମ୍ପତ୍ତି ତାଲିକା ବିବରଣୀକୁ ସ୍କାନ କରି ଅପଲୋଡ୍ କରିପାରିବେ । ନିର୍ଦ୍ଧାରିତ ଜାନୁୟାରୀ ୩୧ତାରିଖ ମଧ୍ୟରେ ଏହି ଅନଲାଇନ ମଡ୍ୟୁଲରେ ସମ୍ପତ୍ତି ତାଲିକା ବିବରଣୀ ଦାଖଲ ନକଲେ ଅବଧି ଶେଷ ହେବାପରେ ସେହି ବ୍ୟବସ୍ଥା ଆପେଆପେ ଅକାମୀ ହୋଇଯିବ । ଏପରିକି ଅଫିସରମାନେ ଚାହିଁଲେ ବି ବାର୍ଷିକ ସମ୍ପତ୍ତି ତାଲିକା ବିବରଣୀକୁ ଅଫଲାଇନ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ନିଜର କ୍ୟାଡ଼ର କିମ୍ବା କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ପଠାଇ ପାରିବେ ନାହିଁ । ସମ୍ପତ୍ତି ତାଲିକାକୁ ନିଜ କ୍ୟାଡ଼ର କିମ୍ବା କାର୍ମିକ ମନ୍ତ୍ରଣାଳୟକୁ ନପଠାଇବାକୁ ମଧ୍ୟ କୁହାଯାଇଛି ।
ସର୍ବଭାରତୀୟ ସେବା(ସର୍ତ୍ତାବଳୀ) ନିୟମ-୧୯୬୮ର ଧାରା ୧୬(୨)ର ପ୍ରାବଧାନ ଅନୁସାରେ ସର୍ବଭାରତୀୟ ସେବାର ପ୍ରତ୍ୟେକ ଅଫିସରଙ୍କୁ ନିଜର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିବାକୁ ପଡ଼ିବ । ବିଶେଷକରି ନିଜର ଅସ୍ଥାବର ସମ୍ପତ୍ତିର ବିବରଣୀ ଦେବାକୁ ପଡ଼ିଥାଏ । ଏଥିରେ ସମ୍ପୃକ୍ତ ଅଫିସର କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଅବା ଅନ୍ୟ କାହା ନାଁରେ କିଣାଯାଇଥିବା ଅବା ଋଣ କରାଯାଇଥିବା ସମ୍ପତ୍ତିର ବିସ୍ତୃତ ବିବରଣୀ ଦେବାକୁ ହୋଇଥାଏ ।
ତା’ଛଡ଼ା ଯଦି କୌଣସି ଅଫିସର ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ ନକରନ୍ତି ତେବେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏହା ଯଥେଷ୍ଟ କାରଣ ହେବ ବୋଲି ମଧ୍ୟ କେନ୍ଦ୍ର ସରକାର ତାଗିଦ୍ କରିଛନ୍ତି । ବିଶେଷକରି ସମ୍ପତ୍ତି ତାଲିକା ଦାଖଲ କରୁନଥିବା ଅଫିସରଙ୍କ ବାର୍ଷିକ ଇନକ୍ରିମେଣ୍ଟ ଓ କେନ୍ଦ୍ର ସରକାରରେ ନିଯୁକ୍ତିକୁ ମଧ୍ୟ ତାହା ପ୍ରଭାବିତ କରିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ, ଓଡ଼ିଶା କ୍ୟାଡ଼ରର ୨ଡଜନରୁ ଅଧିକ ଆଇଏଏସ୍ ନିର୍ଦ୍ଧାରିତ ଅବଧି ମଧ୍ୟରେ ନିଜର ୨୦୧୯ ମସିହାର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିନଥିବା କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ କହିଛି । ସେମାନଙ୍କ ମଧ୍ୟରେ ଆଇଏଏସ୍ ନୀତିନ ଭାନୁଦାସ ଜାୱଲେ, ସଚିନ ଆର ଯାଦବ, ବିଜୟ କେତନ ଉପାଧ୍ୟାୟ, ଦାଶରଥୀ ଶତପଥୀ, ରଞ୍ଜନ କୁମାର ଦାସ, ଏନ୍ ଥିରୁମାଳା ନାଏକ, ପ୍ରେମଚନ୍ଦ୍ର ଚୌଧୁରୀ, ମାନସୀ ନିମ୍ବଲ, ଭି ଜୟକୁମାର , ଏସ.କ୍ରିଷ୍ଣନ, ଜେ ସୋନାଲ, ରବୀନ୍ଦ୍ରନାଥ ସାହୁ, ରାମକୃଷ୍ଣ ସାହୁ, ଲଗ୍ନଜିତ୍ ରାୟ, ମୁରଲୀଧର ମଲ୍ଲିକ, ଉମାକାନ୍ତ ତ୍ରିପାଠୀ, ଶୁଭେନ୍ଦୁ କାନୁନଗୋ, ସିଦ୍ଧାର୍ଥ ଦାସ ପ୍ରମୁଖ ରହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top