ବାରିପଦା(ଓଡ଼ିଶା ୱେୟାର):ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ସହରର ଚାରିପଟେ ଏକ ରିଂଗ ରୋଡ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ବାରିପଦା ଠାରେ ମୟୁରଭଞ୍ଜ ଜିଲ୍ଲା ପାଇଁ ମିସନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏହା ସହିତ ବାରିପଦାରେ ଏକ ଛଉ ନୃତ୍ୟ ଗବେଷଣା ପ୍ରତିଷ୍ଠାନ କରାଯିବା ସହିତ ମୟୁରଭଞ୍ଜ ଆୟୁବେଦ ମହାବିଦ୍ୟାଳୟକୁ ସହକାରୀ ମହାବିଦ୍ୟାଳୟରେ ପରିଣତ କରିବା ପାଇଁ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବାରିପଦା ଅର୍ବାନ ପୌରଞ୍ଚାଳିକ ବ୍ୟାଙ୍କର ପୁନରୁଦ୍ଧାର ପଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ପୁନର୍ବାର ବ୍ୟାଙ୍କିଙ୍ଗ ଲାଇସେନ୍ସ ପାଇବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ ବୋଲି ମୁଖମନ୍ତ୍ରୀ କହିଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ମୟୁରଭଞ୍ଜରେ ୧୧ ଟି ପ୍ରକଳ୍ପର ଉଦଘାଟନ କରିବା ସହିତ ୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମୟୁରଭଞ୍ଜ ଜିଲ୍ଲାପାଇଁ ସମୁଦାୟ ୧୫୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ କରାଯାଇଛି।
ମିଶନ ଶକ୍ତି ସମାବେଶରେ ଆଜି ମୁଖୟମନ୍ତ୍ରୀ ମୟୁରଭଞ୍ଜ ଜିଲ୍ଲାର ୨୦,୨୯୫ ମହିଳା ସ୍ୱୟଂ ସହାୟକ ଗୋଷ୍ଟାକୁ ୧୫ ହଜାର ଟ୍କା ଲେଖାଏ ସିଡମନି ସହାୟତା,୨୬ଟି ବ୍ଲକ ସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା,ଡିଜିଟାଲ ସଶକ୍ତିକରଣ ପାଇଁ ୩୯, ୪୧୮ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଆଜି ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ସମୁଦାୟ ୬୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି ।
ଏହି କାର୍ୟୟକ୍ରମରେ ମଞ୍ଚ ଉପରେ ମିଶନ ଶକ୍ତିର ମା’ ମାନେ ସେମାନଙ୍କର ସଫଳତା ଓ ସଶକ୍ତିକରଣର କାହାଣୀ ବଣ୍ଣନା କରିଥିଲେ। ମନ୍ତ୍ରୀ,ବିଧାୟକ,ବିଧାୟିକା ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଖ୍ନୋତାମାନଙ୍କ ମଧ୍ୟରେ ବସି ସେମାନଙ୍କ ସଫଳତାର କାହାଣୀ ଶୁଣିଥିଲେ। ମୁଖମନ୍ତ୍ରୀ ମଧ୍ୟ ମିଶନ ଶକ୍ତିର ମା’ ମାନଙ୍କର କାର୍ଯ୍ୟକ୍ରମ ବିଷୟରେ ଶୁଣିଥିଲେ।
ଏହି କାର୍ୟ୍ୟକତ୍ରମରେ ମିଶନ ଶକ୍ତି ନିର୍ଦ୍ଦେଶିକା ତଥା କମିଶନର ସୁଜାତା କାତ୍ତିକେୟନ ସ୍ୱାଗତ ଭାଷଣ ଦେଇ ମିଶନ ଶକ୍ତିର ବିଭିନ୍ନ ଯୋଜନା ଓ କାର୍ୟ୍ୟକ୍ରମ ଉପରେ ସୂଚନା ଦେଇଥିଲେ। ମହିଳା ସମବାୟ ବିକାଶ ନିଗମ ଅଧ୍ୟକ୍ଷା ଶ୍ରମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।


