Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଏମସି ନିର୍ବାଚନ ପୂର୍ବରୁ ଅପରାଜିତାଙ୍କ ମାଷ୍ଟରଷ୍ଟ୍ରୋକ୍ : ‘ଆହାର’ବନାମ ‘ଅନ୍ନପୂର୍ଣ୍ଣା’

ଭୁବନେଶ୍ୱର(ଓଡ଼ିଶା ୱେୟାର): ଭୁବନେଶ୍ୱର ମହାନଗର ନିଗମ(ବିଏମସି) ନିର୍ବାଚନ ପାଇଁ ରାଜ୍ୟର ବିଜେଡି ସରକାର ସଜବାଜ ହେଉଥିବାବେଳେ ସ୍ଥାନୀୟ ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ‘ଅନ୍ନପୂର୍ଣ୍ଣା’ ନାମକ ଏକ ଟ୍ରଷ୍ଟର ଆଜି ଲୋକାର୍ପଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି ଟ୍ରଷ୍ଟ ମାଧ୍ୟମରେ ଭୁବନେଶ୍ୱର ସହରରେ ଗରିବ ଓ ଭୋକିଲା ଲୋକଙ୍କୁ ମାଗଣା ରନ୍ଧାଖାଦ୍ୟ ଦେବାକୁ ନିଷ୍ପତ୍ତି ହୋଇଛି । ଯାହାକି ସିଧାସଳଖ ରାଜ୍ୟ ସରକାରଙ୍କ ୫ଟଙ୍କିଆ ଭାତ-ଡାଲମା ଯୋଜନା ‘ଆହାର’କୁ କାଉଣ୍ଟର କରିବ । ଅବଶ୍ୟ ମହାନଗରର ୧୦ଟି ସ୍ଥାନରେ ଥିବା ଆହାର କେନ୍ଦ୍ରରେ ଦୈନିକ ୭୫୦୦ ମିଲ୍ ବିକ୍ରି ହେଉଥିବାବେଳେ ଅପରାଜିତାଙ୍କ ‘ଅନ୍ନପୂର୍ଣ୍ଣା’ କେତେ ଲୋକଙ୍କୁ ଦୈନିକ ରନ୍ଧାଖାଦ୍ୟ ଯୋଗାଇଦେବ ତାହା ଜଣାପଡ଼ିନି ।
ସୂଚନା ଅନୁସାରେ, କରୋନା ମହାମାରୀ ମଧ୍ୟରେ ଜୀବିକା ହରାଇଥିବା ବହୁ ଲୋକ ଏବେ ରାଜଧାନୀରେ ଦୁଇଓଳି ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ସେଭଳି ଭୋକିଲାଙ୍କୁ ମାଗଣାରେ ଖାଇବାକୁ ଦେବା ନିମନ୍ତେ ଅପରାଜିତାଙ୍କ ‘ଅନ୍ନପୂର୍ଣ୍ଣା’ କାମ କରିବ । ବିଶେଷକରି ଗରିବ ଓ ବସ୍ତିବାସିନ୍ଦା ରହୁଥିବା ଅଂଚଳ ଏବଂ ରେଳଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ପାଶ୍ୱର୍ବର୍ତ୍ତୀ ଅଂଚଳ ଓ ପ୍ରମୁଖ ବଜାରଗୁଡ଼ିକ ନିକଟରେ ରହୁଥିବା ଭୋକିଲା ଲୋକଙ୍କୁ ରନ୍ଧା ଖାଦ୍ୟ ଦେବା ପାଇଁ ଏହି ଟ୍ରଷ୍ଟ ଉଦ୍ୟମ କରିବ । ଗତ ନଭେମ୍ବର ମାସରେ ଟ୍ରଷ୍ଟ ପକ୍ଷରୁ ପ୍ରାଥମିକ ସର୍ଭେ କରାଯାଇ ଗରିବ ଓ ଭୋକିଲା ଲୋକଙ୍କୁ ଚିହ୍ନଟ କରାଯାଇଛି । ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଯଦିଓ ସହରର ଭୋକିଲାଙ୍କୁ ଖାଦ୍ୟ ଦେବା ପାଇଁ ଏଭଳି ଏକ ସାମାଜିକ କାର୍ଯ୍ୟ ହାତକୁ ନେଇଛନ୍ତି, ମାତ୍ର ତାହା ପରୋକ୍ଷରେ ରାଜ୍ୟ ସରକାରଙ୍କ ‘ଆହାର’ ଯୋଜନାର ସଫଳ ରୂପାୟନ ପ୍ରତି ଶକ୍ତ ଧକ୍କା ସଦୃଶ ହୋଇଛି । ସରକାର ୫ଟଙ୍କାରେ ମିଲ୍ ଦେଉଥିବାବେଳେ ଅପରାଜିତା ମାଗଣାରେ ରନ୍ଧା ଖାଦ୍ୟ ଗରିବ ଓ ଭୋକିଲାଙ୍କୁ ଦେବେ । ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପୂର୍ବରୁ ଅପରାଜିତାଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ରାଜଧାନୀର ବସ୍ତିବାସିନ୍ଦା ଓ ଗରିବ ଲୋକଙ୍କୁ ଆକୃଷ୍ଟ କରାଇବାରେ ସହାୟକ ହେବ ।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉଦ୍ୟମରେ ୫ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗରେ ‘ଅନ୍ନପୂର୍ଣ୍ଣା ’ ଟ୍ରଷ୍ଟ ଗଠିତ ହୋଇଛି । ଜୀବନଜୀବିକା ପାଇଁ ସଂଘର୍ଷ କରୁଥିବା ତଥା ଭୋକଉପାସରେ ରହୁଥିବା ଓଡ଼ିଶାବାସୀଙ୍କୁ ଖାଦ୍ୟ ପାଇଁ ଆତ୍ମନିର୍ଭରଶୀଳ କରାଇବା ଏହି ଟ୍ରଷ୍ଟର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଅବଶ୍ୟ ପ୍ରଥମ ପର୍ଯ୍ୟାୟରେ ‘ଅନ୍ନପୂର୍ଣ୍ଣା’ ଭୁବନେଶ୍ୱର ସହରରେ ଭୋକିଲାଙ୍କୁ ଖାଦ୍ୟ ଯୋଗାଇବ ଓ ପରବର୍ତ୍ତୀ ସମୟରେ ଓଡ଼ିଶା ପାଇଁ କାର୍ଯ୍ୟ କରିବ । ଖାଦ୍ୟ ସଂଗ୍ରହ, ପ୍ରସ୍ତୁତି ଓ ବିତରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ବର୍ଷକ ପାଇଁ ଆବଶ୍ୟକ ହେଉଥିବା ପ୍ରାୟ ୪୦ଲକ୍ଷ ଟଙ୍କା ଦେଶବିଦେଶରେ ରହୁଥିବା ବଦାନ୍ୟ ବ୍ୟକ୍ତିମାନେ ଦାନ କରିଛନ୍ତି । ଏବେ ଆନ୍ତର୍ଜାତିକ ରୋଟାରୀ ଜିଲ୍ଲା-୩୨୬୨ ଭୁବନେଶ୍ୱର, ସୋ ଆମ୍ ଆଇ ଫାଉଣ୍ଡେସନ ଟ୍ରଷ୍ଟ, ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ, ୟୁଥ ଫର ଆକ୍ସନ ଓ ଆର୍ଟ ଅଫ ଲିଭିଂ ଫାଉଣ୍ଡେସନର ସହଯୋଗରେ ‘ଅନ୍ନପୂର୍ଣ୍ଣା’ ଟ୍ରଷ୍ଟ ଗଠନ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top