ଦିଲ୍ଲୀର ଜଳମନ୍ତ୍ରୀ ଆତିଶୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀ ଏଲଏନଜେପି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ଦିଲ୍ଲୀର ଜଳ ସମସ୍ୟାକୁ ନେଇ ଆତିଶୀ ହରିୟାଣା ସରକାରଙ୍କ ବିରୋଧରେ ଆମରଣ ଅନଶନରେ ବସିଥିବାବେଳେ ସୋମବାର ବିଳମ୍ବିତ ରାତିରେ ହଠାତ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା । ଗତକାଲି ମଧ୍ୟ ରାତିରେ ଆତିଶୀଙ୍କ ଶର୍କରା ୪୩ ଥିବା ବେଳେ ଭୋର ୩ଟା ବେଳେ ତାହା ୩୬ରେ ପହଞ୍ଚି ଯାଇଥିଲା। ଏହା ପରେ ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂ ଏବଂ ଦଳର ଅନ୍ୟ ନେତା ତଥା କର୍ମୀମାନେ ତାଙ୍କୁ ବିଳମ୍ବିତ ରାତିରେ ଲୋକ ନାୟକ ଜୟପ୍ରକାଶ ନାରାୟଣ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଥିବା ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ଏନେଇ ଆପ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି ।


