Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଜେଡିକୁ ଘାରିଛି ପଶ୍ଚିମ ଓଡ଼ିଶା ଭୟ: ଆସନ୍ତାମାସରେ ସୁନ୍ଦରଗଡ଼ରେ ମେଗା ଇଭେଣ୍ଟ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଦୁଇ ଦଶନ୍ଧି ଧରି କ୍ଷମତାସୀନ ବିଜେଡି ପଶ୍ଚିମଓଡ଼ିଶାରେ ୨୦୧୭ ପଂଚାୟତ ନିର୍ବାଚନରେ କରିଥିବା ଖରାପ ପ୍ରଦର୍ଶନକୁ ପୁଣିଥରେ ଦୋହରାଇବାକୁ ଚାହୁଁନି । ଖାସ୍ ସେଇଥିପାଇଁ ବିଜେଡି ସରକାର ଏବେ ପଶ୍ଚିମଓଡ଼ିଶା ଉପରେ ଧ୍ୟାନକେନ୍ଦ୍ରିତ କରିଛନ୍ତି । ଚଳିତମାସ ୧୪ତାରିଖରେ କଳାହାଣ୍ଡି ଜିଲ୍ଲାରେ ମେଗା ଇଭେଣ୍ଟ ଆୟୋଜନ କରି ପ୍ରାୟ ୨ହଜାରରୁ ଅଧିକ କୋଟି ଟଙ୍କାର ଶତାଧିକ ପ୍ରକଳ୍ପକୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାର୍ପଣ ଓ ଶିଳାନ୍ୟାସ କରିଥିବା ବିଜେଡି ଆସନ୍ତା ଦ୍ୱିତୀୟ ସପ୍ତାହରେ ସୁନ୍ଦରଗଡ଼ ଜିଲ୍ଲାରେ ଅନୁରୂପ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର କରିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ପଶ୍ଚିମଓଡ଼ିଶାରେ ଉଭୟ ପଂଚାୟତ ଓ ସାଧାରଣ ନିର୍ବାଚନରେ ଦଳର ପ୍ରଦର୍ଶନ ଆଶାନୁରୂପକ ରହିନଥିବାକୁ ନେଇ ଚିନ୍ତିତ ବିଜେଡି ଏବେ ସେଠାରେ ସାଂଗଠନିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଦ୍ୱିତୀୟ କ୍ଷମତାକେନ୍ଦ୍ର ଭାବେ ପରିଚିତ ଭିକେ ପାଣ୍ଡିଆନ ଆଜି ଏକ ଉଚ୍ଚସ୍ତରୀୟ ଟିମ୍ ସହ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ସେଠାରେ ମା’ ସମଲେଇ ମନ୍ଦିରରେ ଭିତ୍ତିଭୂମି ବିକାଶ ଓ ରାଉରକେଲା ହକି ଷ୍ଟାଡ଼ିୟମକୁ କାର୍ଯ୍ୟକ୍ଷମ କରିବା କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀ ପାଣ୍ଡିଆନଙ୍କ ସହ ବିଦାୟୀ ମୁଖ୍ୟ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଓ ବର୍ତ୍ତମାନର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗସ୍ତ କରିଥିଲେ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ଫାଇଭ-ଟି ସଚିବ ଶ୍ରୀ ପାଣ୍ଡିଆନ ଯେଉଁସବୁ ସ୍ଥାନରେ ବିକାଶମୂଳକ କାର୍ଯ୍ୟକ୍ରମରେ ଯାଇଥାନ୍ତି ସେଠାର ରାଜନୀତିକ ବ୍ୟକ୍ତିବିଶେଷଙ୍କ ଉପସ୍ଥିତି ନଗଣ୍ୟ ରହିଥାଏ । ମାତ୍ର ରାଉରକେଲାରେ ବିଜେଡି ବିଧାୟକ ଶାରଦା ନାୟକ ଓ ଅନ୍ୟ ଦଳୀୟ ଲୋକଙ୍କୁ ଧରି ହକି ଷ୍ଟାଡ଼ିୟମ ଭିତ୍ତିଭୂମି ବିକାଶର ସମୀକ୍ଷା କରିବାକୁ ଏହି ଟିମ୍ ପଛାଇ ନଥିଲା । ସେହିପରି ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରେ ରାଜନୀତିକ ବ୍ୟକ୍ତିଙ୍କୁ ଥଇଥାନ କରିବା ପରିବର୍ତ୍ତେ ନିଜର ଜଣେ ବିଶ୍ୱସ୍ତ ଅଫିସରଙ୍କୁ ବସାଇ ଆଗାମୀ ନିର୍ବାଚନରେ ତା’ର ରାଜନୀତିକ ଫାଇଦା ସାଉଁଟିବାକୁ ବିଜେଡି ଲକ୍ଷ୍ୟ ରଖିଛନ୍ତି । ପଶ୍ଚିମଓଡ଼ିଶାର ଜଣେ ଦଳିତ ନେତ୍ରୀଙ୍କୁ ମହିଳା ବିଜେଡିର ସଭାନେତ୍ରୀ ଭାବେ ଆସୀନ କରାଇ ଦଳ ନିଜର ସଂଗଠନକୁ ସୁଦୃଢ଼ କରୁଥିବାର ସନ୍ଦେଶ ମଧ୍ୟ ଦେଇଛି । କଳାହାଣ୍ଡିରେ ମେଗା ଇଭେଣ୍ଟ କରିବାପରେ ବିଜେଡି ସରକାରଙ୍କ ଫୋକସରେ ଏବେ ପଶ୍ଚିମଓଡ଼ିଶା ରହିଥିବା ଏସବୁ ଘଟଣାରୁ ସ୍ପଷ୍ଟ ହୋଇଛି । ତେବେ ଏସବୁ ଭିତରେ ଦଳରେ ବଢ଼ୁଥିବା ଅସନ୍ତୋଷକୁ ଅଣଦେଖା କରି ପଂଚାୟତ ନିର୍ବାଚନରେ ଆଖିଦୃଶିଆ ସଫଳତା ହାସଲ ନିମନ୍ତେ ବିଜେଡି ଏବେଠୁ ସଂଗଠନ ଦୁର୍ବଳ ଥିବା ପଶ୍ଚିମଓଡ଼ିଶାର ଜିଲ୍ଲାଗୁଡ଼ିକ ଉପରେ ନଜର ପକାଇଛି ।
ସୂଚନା ଅନୁସାରେ, କଳାହାଣ୍ଡିରେ ବିଜେଡି ନିଜର ୭୦ରୁ ୮୦ଜଣ ବିଧାୟକ ଓ ମନ୍ତ୍ରୀଙ୍କୁ ନେଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମକୁ ନିଜର ଦଳୀୟ କାର୍ଯ୍ୟକ୍ରମ ଭାବେ ମେଗା ଇଭେଣ୍ଟଆକାରରେ ପାଳନ କଲା ତା’ର ସଫଳତାକୁ ନେଇ ଦଳ ଉତ୍ସାହିତ ହୋଇପଡ଼ିଛି । ଏବେ ଅନୁରୂପ ଢଙ୍ଗରେ ସୁନ୍ଦରଗଡ଼ ଜିଲ୍ଲାରେ ଆସନ୍ତାମାସର ଦ୍ୱିତୀୟ ସପ୍ତାହରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବ୍ୟାପକ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନକୁ ଏନେଇ ଆବଶ୍ୟକ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ନିଜେ ଜିଲ୍ଲା ଗସ୍ତରେ ଯାଇ ପ୍ରାୟ ୫ହଜାର କୋଟି ଟଙ୍କାର ଶତାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ବିଜେଡି ମଧ୍ୟ ନିଜର ବିଧାୟକ ଓ ମନ୍ତ୍ରୀମାନଙ୍କୁ ପଠାଇ ପଂଚାୟତ ଓ ବ୍ଲକସ୍ତରରେ ଲୋକଙ୍କ ନିକଟତର ହେବାକୁ ଲକ୍ଷ୍ୟ ରଖିଛି । ପଂଚାୟତ ଓ ସାଧାରଣ ନିର୍ବାଚନରେ ବିଜେପିର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବକୁ ନେଇ ଚିନ୍ତାରେ ଥିବା ବିଜେଡି ସୁନ୍ଦରଗଡ଼ ଜିଲ୍ଲାରେ ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ ଏବେ କଳାହାଣ୍ଡି ଫର୍ମୂଲା ଆପଣାଇଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top