Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଜେଡିକୁ ପାଣ୍ଠି ଚିନ୍ତା, ନବୀନ ମାଗିଲେ ସହାୟତା

ଭୁବନେଶ୍ୱର(ଓଡ଼ିଶା ୱେୟାର): ଦିନକ ପରେ ୨୨ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ବିଜେଡିକୁ ଏବେ ପାଣ୍ଠି ଚିନ୍ତା ଘାରିଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ଦଳୀୟ ପାଣ୍ଠି ବୃଦ୍ଧି ନିମନ୍ତେ ସହଯୋଗର ହାତ ବଢ଼ାଇବାକୁ ଦଳର ବିଧାୟକ ଓ ସାଂସଦଙ୍କୁ ଏକମାସର ଦରମା ଦାନ କରିବା ପାଇଁ ଅନୁରୋଧ କରିଛନ୍ତି । ବିଜେଡିର ଶୁଭେଚ୍ଛୁ ଓ ସମର୍ଥକମାନଙ୍କଠୁ ଅର୍ଥ ସହାୟତା ସଂଗ୍ରହ ନିମନ୍ତେ ଦଳର ଜିଲ୍ଲା ସଭାପତିମାନଙ୍କୁ ପ୍ରତି ସପ୍ତାହରେ ଥରେ ସମୀକ୍ଷା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।
ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ଆଜି ଦଳର ସମସ୍ତ ରାଜ୍ୟ କର୍ମକର୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି, ସାଂସଦ,ବିଧାୟକ, ଛାମୁଆ ସଂଗଠନର ସଭାପତି, ବ୍ଲକ ଓ ନଗର ସଭାପତିମାନଙ୍କୁ ଚିଠି ଲେଖି ଦଳୀୟ ପାଣ୍ଠି ଓ ନୂଆ ସଭ୍ୟ ସଂଗ୍ରହ ନିମନ୍ତେ ଆହ୍ୱାନ ଦେଇଛନ୍ତି । ଶ୍ରୀ ପଟ୍ଟନାୟକ ନିଜ ପତ୍ରରେ ଦର୍ଶାଇଛନ୍ତି ଯେ ବିଜେଡି ୨୧ବର୍ଷ ପୂରଣ କରି ୨୨ବର୍ଷରେ ପଦାର୍ପଣ କରିବାକୁ ଯାଉଛି ।ସମସ୍ତଙ୍କ ସହଯୋଗ,ପ୍ରତିବଦ୍ଧତା ଓ ଶୃଙ୍ଖଳା ଯୋଗୁ ବିଜେଡି ସୁଦୃଢ଼ ହୋଇଛି । ରାଜ୍ୟବାସୀଙ୍କ ଭଲପାଇବା ଓ ସମର୍ଥନ ଦଳକୁ ଦୃଢ଼ ଆଂଚଳିକ ଦଳ କରାଇଛି ।ରାଜ୍ୟବାସୀଙ୍କ ଭଲ ପାଇବା ଆମ ଦଳର ଶକ୍ତି ।ରାଜ୍ୟ ଭିତରେ ଓ ବାହାରେ ରହିଥିବା ଅଜସ୍ର ଶୁଭେଚ୍ଛୁ ଓ ସମର୍ଥକ ହେଉଛନ୍ତି ଦଳର ସାମର୍ଥ୍ୟ ।ରାଜ୍ୟବାସୀଙ୍କ ପ୍ରତି ବିଜେଡିର ରହିଥିବା ସାମାଜିକ ପ୍ରତିବଦ୍ଧତାକୁ ଆହୁରି ବ୍ୟାପକ କରିବା ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି ।
ଦଳର ସାଂସଦ ଓ ବିଧାୟକମାନଙ୍କୁ ନିଜର ଏକମାସର ଦରମା ଚେକ୍ ଆକାରରେ ପ୍ରଦାନ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଦଳକୁ ସହଯୋଗର ହାତ ବଢ଼ାଇବାକୁ ଚାହୁଁଥିବା ସମର୍ଥକଙ୍କଠୁ ଚେକ୍ ଓ ଅନଲାଇନ ମାଧ୍ୟମରେ ଯିଏ ଯେତେ ପରିମାଣର ଅର୍ଥ ସହାୟତା ଦେଇପାରିବେ ତାହା ସଂଗ୍ରହ କରିବାକୁ ଜିଲ୍ଲା ସଭାପତିମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମସ୍ତ ସହାୟତା ଅର୍ଥ ଟିକସମୁକ୍ତ ଓ ଏହାର ରସିଦ୍ ମଧ୍ୟ ଦଳର କୋଷାଧ୍ୟକ୍ଷ ଯୋଗାଇଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଦଳୀୟ ପାଣ୍ଠି ସଂଗ୍ରହ ବ୍ୟତୀତ ସେ ପ୍ରତି ପଂଚାୟତ ଓ ସହରାଂଚଳର ୱାର୍ଡରେ ଅତିକମରେ ୨୦୦ ନୂଆ ସଦସ୍ୟ ସଂଗ୍ରହ କରିବା ପାଇଁ ଜିଲ୍ଲା ସଭାପତିମାନଙ୍କୁ ସେ ଟାର୍ଗେଟ୍ ଦେଇଛନ୍ତି ।ଏହା ସହିତ ‘ଜୀବନବିନ୍ଦୁ’ ମାଧ୍ୟମରେ ୩ଲକ୍ଷ ରକ୍ତଦାତା ରକ୍ତଦାନ କରିଥିବାରୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top